Jyotish Shastra- ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି ଏହି ୧୦ ଟି ଅଭ୍ୟାସ ଥିବା ମହିଳାମାନେ, କଣ ସେ ଆପଣ ନୁହଁନ୍ତି ତ ?

ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ , ଯଦି ଆପଣଙ୍କର ଧନର ସମ୍ଭାର ଦରକାର ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବା ଦରକାର । ସେମିତି ତ ମା ଲକ୍ଷ୍ମୀ ସେହିମାନଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ଯାହାଙ୍କ ଭିତରେ କିଛି ଖାସ ଅଭ୍ୟାସ ରହିଥାଏ । ଆଜି ଆମେ ଏହି ଲେଖା ଦ୍ଵାରା କହିବାକୁ ଯାଉଛୁ ଏମିତି କିଛି ଅଭ୍ୟାସ ରହିଥାଏ ଯାହା କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ ବିଷୟରେ ।

୧. ପ୍ରଥମରେ ସକାଳେ ଓ ସନ୍ଧ୍ୟାରେ ନିୟମିତ ପୂଜା କରୁଥିବା ମହିଳା ମାନଙ୍କୁ ମା ଲକ୍ଷ୍ମୀ ଅତି ପସନ୍ଦ କରିଥାନ୍ତି । ଏହି ମହିଳା ମାନେ ବାକି ମହିଳା ମାନଙ୍କ ଠାରୁ ବେସୀ ପଜିଟିଭ ଦେଖିବାକୁ ମିଳିଥାନ୍ତି । ନିୟମିତ ପୂଜା ଅର୍ଚନା କରିବା ଦ୍ଵାରା ଏହି ମହିଳା ମାନଙ୍କ ମନ ପବିତ୍ର ରହିଥାଏ । ଯେଉଁ ମହିଳା ମାନଙ୍କ ମନ ପବିତ୍ର ଥାଏ ସେହି ମହିଳାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ ।

୨. ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନାଁରେ ବ୍ରତ ରଖୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ । ଏହି ମହିଳାମାନେ ମାତା ଲକ୍ଷ୍ମୀଙ୍କ ପାଇଁ ନିଜ ଭୋଗ ବିଳାସ ତ୍ୟାଗ କରିଥାନ୍ତି । ଏମାନଙ୍କ ବଳିଦାନ ଦେଖି ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୩. ଘରେ ଥିବା କନ୍ୟା ଓ ଝିଅ ମାନଙ୍କୁ ଭଲପାଉଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି । କୁହାଯାଏ ବାଳ କନ୍ୟା ମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀ ବାସ କରନ୍ତି , ଯଦି ମହିଳା ମାନେ କନ୍ୟା ମାନଙ୍କ ଯତ୍ନ ନେଇ , ବିବ୍ରତ ନହୋଇ ସେମାନଙ୍କୁ ଭଲ ପାଆନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୪. ଗୁରୁବାର ଦିନ ଘିଅର ଦୀପ ମାତା ଲକ୍ଷ୍ମୀଙ୍କ ନାଁରେ ଜାଳିଲେ ମାତା ଲକ୍ଷ୍ମୀଙ୍କ ଆଶିଷ ସେହି ମହିଳା ମାନଙ୍କୁ ପ୍ରାପ୍ତି ହୋଇଥାଏ । ସେ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

୫. ପଞ୍ଚମରେ ଯେଉଁ ମହିଳା ମାନେ ଗୁରୁବାର ଦିନ ଆମିଷ ଖାଆନ୍ତି ନାହିଁ କି ଘରେ ତିଆରି କରନ୍ତି ନାହିଁ ତାଙ୍କ ଉପରେ ମାତା ଲକ୍ଷ୍ମୀ କୃପା ଦ୍ରୁଷ୍ଟି ରହିଥାଏ । ଗୁରୁବାର ଦିନ ଲକ୍ଷ୍ମୀ ମାତାଙ୍କର ଦିନ ହୋଇଥାଏ , ସେହି ଦିନ ସବୁ ଘରେ ମାଛ ମାଂସ ଖାଇବାର ବାରଣ ହୋଇଥାଏ , ଯଦି ଆପଣ ଏହିଦିନ ଆମିଷ ଖାଉଛନ୍ତି ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରିବେ ନାହିଁ ।

୬. ଗୁରୁବାର ଦିନ ଦାନ ଧର୍ମ କରିବାକୁ ଶୁଭ ମନା ଯାଇଥାଏ । ଏହିଦିନ ଯେଉଁ ମାନେ ଦାନ ଧର୍ମ କରିଥାନ୍ତି , ସେହି ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ହୋଇଥାଏ । ଏହିଦିନ ଦାନରେ ଧାନ, ଧନ, ପଇସା , ବସ୍ତ୍ର ସହିତ କୌଣସି ବି ଜିନିଷ ଦେଇପାରିବେ , ହେଲେ ଭୁଲରେ କାହାରିକୁ କୌଣସି ଜିନିଷ ଧାରରେ ଦିଅନ୍ତୁ ନାହିଁ , ଏହି ଦିନ କୌଣସି ଜିନିଷ ଧାରରେ ଦେଲେ ମାତା ଲକ୍ଷ୍ମୀ କେବେ ବି ଗୃହକୁ ପ୍ରବେଶ କରନ୍ତି ନାହିଁ ।

୭. ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରୁଥିବା ମହିଳା ମାନେ ମାତା ଲକ୍ଷ୍ମୀଙ୍କୁ ଖୁବ ପସନ୍ଦ ଅଟନ୍ତି , ତାଙ୍କର ଆଚରଣ ଦେଖି ମାତା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।

୮. ଅଷ୍ଟମରେ ଘରର ସବୁ ଜିନିଷର ଯତ୍ନ କରୁଥିବା , ସର୍ବଦା ଘରର ଉନ୍ନତି ପାଇଁ ଚେଷ୍ଟା କରୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି , ଏମିତି ଜାଗାରେ ମାତା ଲକ୍ଷ୍ମୀ ଧନର କମ କେବେ କରାଇନଥାନ୍ତି ।

୯. ପରିବାର ସହିତ ବାନ୍ଧି ହୋଇ ରହୁଥିବା ମହିଳା ମାନେ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାନ୍ତି , ଯଦି କୌଣସି ମହିଳା ପରିବାର ସହିତ ରହିବାକୁ ପସନ୍ଦ କରିନଥାଏ ତେବେ ତା ଉପରେ ମାତା ଲକ୍ଷ୍ମୀ ଦ୍ରୁଷ୍ଟି ଦିଅନ୍ତି ନାହିଁ ।

୧୦. ମାତାଙ୍କ ଶୃଙ୍ଗାର କରୁଥିବା ଓ ତାଙ୍କ ଟୀକା ଲଗାଇ ପୂଜା ପାଠ କରୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି । ତେଣୁ ଏହି ଦଶଟି ଅଭ୍ୟାସ ଥିବା ମହିଳା ମାନଙ୍କ ପାଖରେ କେବେ ବି ଧନର ଅଭାବ ଦେଖା ଯାଏନି । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସୁଛି ଆପଣମାନେ କମେନ୍ଟରେ ନିଶ୍ଚିତ ଲେଖି ଦିଅନ୍ତୁ ଜୟ ମା ଲକ୍ଷ୍ମୀ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *