ମା’ ହେଲେ ଓଡିଆ ଆଲବମ ହିରୋଇନ Mithi, ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ସେହି ଭଳି ନବେ ଦଶକ ରେ ବହୁତ ଚର୍ଚ୍ଚିତ ରହୁଥିବା ଆଲବମ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ପାଇଁ ମଧ୍ୟ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ତଥା ଆଲବମ କୁଇନ ମିଠି ବିଷୟରେ ଆଲୋଚନା କରିବା ।

ଆପଣ ମାନେ ମିଠି ଙ୍କୁ ତ ନିଶ୍ଚୟ ଜାଣିଥିବେ । ନବେ ଦଶକ ର ଆଲବମ କୁଇନ କହିଲେ ମଧ୍ୟ କିଛି ଖରାପ ହେବ ନାହିଁ । ତେବେ ସେ ଅନେକ ଆଲବମ ରେ ଅଭିନୟ କରି ନିଜର ଲୋକପ୍ରିୟତା ହାସଲ କରିବା ସହ ବର୍ତ୍ତମାନ ମଧ୍ୟ ଅନେକ ସିନେମା ଓ ଧାରାବାହିକ ଗୁଡିକ ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ନିଜ ସ୍ଥାନ କୁ ବଜାୟ ରଖିଛନ୍ତି ।


ତେବେ ମିଠି ଏ ଗଉରା ଆଜି କାଲି କଣ ଖାଉଛୁ ଏହି ଆଲବମ ଗୀତରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ଏହା ସହ ଛାତି ଚିରି ଦେଲେ ତୁ ସିନେମା ରେ ମଧ୍ୟ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ତେବେ ମିଠି ବିବାହ ପର ଠାରୁ ଆଉ ଟିଭି ପରଦା ରେ ଦେଖିବାକୁ ମିଳୁ ନାହାନ୍ତି । ସେ ଅଭିନୟ ଜଗତରୁ ଦୂରତା ରଖି ଦେଇଛନ୍ତି । ତେବେ ସେ ସୋସିଆଲ ମିଡ଼ିଆ ରେ କିନ୍ତୁ ଖୁବ ଆକ୍ଟିଭ ଥିଲେ ।


ସେ ନିଜର ଫୋଟୋ ହେଉ କିମ୍ବା ନିଜର କିଛି ରିଲସ ଭିଡିଓ ସେ ପୋଷ୍ଟ କରୁଥିଲେ ତେବେ ତାଙ୍କୁ ତାଙ୍କର ଫାନ ମାନେ ମଧ୍ୟ ବହୁତ ଭଲ ପାଉଥିଲେ । ତେବେ ମିଠି ନିଜ ସ୍ୱାମୀ ଙ୍କ ସହ ବିଦେଶ ରେ ରହୁଛନ୍ତି । ତେବେ ମିଠି ଙ୍କ ପରିବାର କୁ ଏକ ଖୁସି ଖବର ଆସିଛି ଗତକାଲି ମିଠି ଏକ ପୁତ୍ର ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ଏବଂ ସେ ଏହି ଖୁସି କୁ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ତାଙ୍କ ପୁଅ କୁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି । ତେବେ ଆମେ ମଧ୍ୟ ଦୁହିଁଙ୍କ ଭଲ ସ୍ୱାସ୍ଥ୍ୟ ର କାମନା କରୁଛୁ । ତେବେ ଆପଣ ଙ୍କୁ ଏହି ବିଷୟ ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *