ୱେଷ୍ଟ ଇଣ୍ଡିଜ ର କ୍ରିକେଟର Chris Gayle ନିଦ ଭାଙ୍ଗି ଦେଲା Modi ଙ୍କ ମେସଜ୍ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କାଲି ଭାରତର ୭୩ ତମ ସାଧାରଣତନ୍ତ୍ର ଦିବସ ଥିଲା । ତେବେ ଏହି ଦିନ ସବୁଆଡେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ଏବଂ ସମସ୍ତେ ଦେଶ ପ୍ରତି ଥିବା ନିଜର ଭଲ ପାଇବାକୁ ମଧ୍ୟ ବ୍ୟକ୍ତ କରିଥିଲେ ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ସମସ୍ତେ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ । ତେବେ ଏହି ସମୟରେ ସମସ୍ତେ ଆମ ଦେଶର ବୀର ସହିଦ ଙ୍କୁ ମନ ପକାଇଥିଲେ ।


ତେବେ କିନ୍ତୁ ଏକ ଟୁଇଟ ବହୁତ ଚର୍ଚ୍ଚା ରେ ରହିଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ବ୍ୟକ୍ତିଗତ ବାର୍ତ୍ତା ପାଇ ନିଦ ଭାଙ୍ଗିଲା ବୋଲି କହିବା ସହ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ୱେଷ୍ଟ୍‌ ଇଣ୍ଡିଜ୍‌ କ୍ରିକେଟ୍‌‌ ଖେଳାଳି ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍‌ କରି ଗେଲ୍‌ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ବ୍ୟକ୍ତିଗତ ବାର୍ତ୍ତାଟିଏ ପାଇଛି ।

ଏଥିରେ ସେ ତାଙ୍କ ସହ ଓ ଭାରତବାସୀଙ୍କ ସହ ଥିବା ମୋର ଘନିଷ୍ଠତା କଥା କହିଛନ୍ତି । ‘ୟୁନିଭର୍ସ ବସ୍’ଙ୍କ (ଗେଲ୍‌ଙ୍କ ଶ୍ରଦ୍ଧାନାମ) ଠାରୁ ଅଭିନନ୍ଦନ ଏବଂ ଅନେକ ସ୍ନେହ । ପ୍ରେରଣାଦାୟୀ ବାମହାତୀ ଓପେନିଙ୍ଗ୍‌ ବ୍ୟାଟ୍ସ୍‌ମ୍ୟାନ୍‌ ଆକ୍ରଣାତ୍ମକ ବ୍ୟାଟିଙ୍ଗ୍‌ ଏବଂ ‘ଆଇପିଏଲ୍‌’ ସହ ସମ୍ପୃକ୍ତି ପାଇଁ ଗେଲ୍‌ ଭାରତରେ ଖୁବ୍‌ ଜନପ୍ରିୟ । ୪୨ ବର୍ଷିୟ ଗେଲ୍‌ ‘କୋଲ୍‌କାତା ନାଇଟ୍‌ ରାଇଡର୍‌’, ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ ଏବଂ ‘ପଞ୍ଜାବ କିଙ୍ଗସ୍‌’ ତରଫରୁ ‘ଆଇପିଏଲ୍‌’ ଖେଳିଛନ୍ତି ।


ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ । ସେଥିରେ ସେ ୯୧ଟି ମ୍ୟାଚ୍‌ ଖେଳି ୧୫୪.୪୦ ହାରରେ ବ୍ୟାଟିଙ୍ଗ୍‌ କରି ୩୪୨୦ ରନ୍‌ ସଂଗ୍ରହ କରିଥିଲେ । ବିରାଟ କୋହଲଇ ଏବଂ ଏବି ଡି ଭାଇଲର୍ସଙ୍କ ପରେ ସେ ହେଉଛନ୍ତି ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ।


‘ଦି ୟୁନିଭର୍ସ ବସ୍‌’ ବୋଲାଉଥିବା ଗେଲ୍‌ ଗତଥର ‘ପଞ୍ଜାବ କିଙ୍ଗ୍ସ୍’ରେ ‘ଆଇପିଏଲ୍‌’ ଖେଳିଥିଲେ । ତେବେ ବର୍ତ୍ତମାନ ଏହି ଟୁଇଟ କୁ ନେଇ ସେ ବହୁତ ଚର୍ଚ୍ଚା ରେ ଅଛନ୍ତି ଏବଂ ଏହି ଟୁଇଟ ଟି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାରତର ଅନେକ ଲୋକ ମଧ୍ୟ କ୍ରିସ ଗେଲ ଙ୍କୁ ପସନ୍ଦ କରନ୍ତି ତାଙ୍କ ଖେଳ କୁ ପସନ୍ଦ କରନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *