ଲୋକଙ୍କୁ ନିଜ ବଶରେ କରିବାର ଅଛି ତ ଏହି 4 ଟି କଥା ନିଶ୍ଚୟ ଶିଖନ୍ତୁ- Sukra NIti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଶୁକ୍ରନୀତି ହିଁ ତାହା ଯାହାକୁ ଚାଣକ୍ୟ ଶିଖିକରି ଆଚାର୍ଯ୍ୟ ଚାଣକ୍ୟ ହୋଇଥିଲେ । ଚାଣକ୍ୟ ନୀତି ଯାହା ଆପଣ ପଢୁଛନ୍ତି ତାହା ଶୁକ୍ରନୀତି ର ଏକ ବଡ଼ ଅଂଶ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଶୁକ୍ରନୀତି ସାହାଯ୍ୟ ରେ ଆପଣ କେମିତି ଲୋକ ମାନଙ୍କୁ ଆପଣଙ୍କ ଅଧୀନରେ କରିପାରିବେ । ଏବଂ ଲୋକମାନେ ଆପଣଙ୍କୁ ମହାରାଜା ସଦୃଶ ମାନ ସମ୍ମାନ ଆଦି ପ୍ରଦାନ କରିବେ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କୁ ସମସ୍ତେ ମହାରାଜା ସଦୃଶ ମାନ ସମ୍ମାନ ପ୍ରଦାନ କରନ୍ତୁ , ତେବେ ଆପଣଙ୍କୁ ସାତୋଟି ଗୁଣ କୁ ଆପଣଙ୍କ ମଧ୍ୟ କୁ ଆଣିବାକୁ ପଡିବ ।

ସେଗୁଡିକ ହେଲା ପିତା ର ଗୁଣ , ମାତା ର ଗୁଣ , ଗୁରୁ ର ଗୁଣ , ଭାଇ ର ଗୁଣ , କୁବେର ର ଗୁଣ , ବନ୍ଧୁ ର ଗୁଣ ଏବଂ ଯମ ର ଗୁଣ ।ପିତା ଙ୍କର ଦୁଇଟି ଗୁଣ ହେଲା ତାର ଛୁଆ କୁ ବହୁତ ଗୁଣବାନ କରିବା ଏବଂ ନିଜ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବା । ଏମିତି ସୁରକ୍ଷା ପ୍ରଦାନ କରିବା କି ଯେତେବେଳେ ପିଲା ନିଜେ ନିଜର କ୍ଷତି କରିବାକୁ ଚାହିଁବ ତେବେ ବି ସେ ତାହା କରି ପାରିବ ନାହିଁ ।

ମାତା ର ପ୍ରଥମ ଗୁଣ ହେଲା ଆପଣ ଯେତେଆଡୁ ଯେତେ ଭୁଲ କରିକି ଆସିଥିଲେ ମଧ୍ୟ ମା କ୍ଷମା କରିଦେଇଥାଏ  ଏବଂ ଦ୍ୱିତୀୟ ଟି ହେଲା ଆପଣ ଯେତେ ନିକମା , ଅଳସୁଆ , ହେଲେ ମଧ୍ୟ ଆପଣଙ୍କର ଖରାପ ସମୟ ଚାଲିଥିଲେ ବି ସେ କେବେବି ଆପଣଙ୍କର ସାଥ ଛାଡିନଥାଏ । ସଦାସର୍ବଦା ଆପଣଙ୍କର ସେବା କରିଥାନ୍ତି । ତେବେ ଆପଣ ବର୍ତ୍ତମାନ ଭାବନ୍ତୁ କି ଆପଣଙ୍କର ଏମିତି କେଉଁ ବନ୍ଧୁ ଅଛି ଯିଏ କି ସବୁବେଳେ ଆପଣଙ୍କର ଉନ୍ନତି କଥା ଭାବିଥାଏ । ଆପଣଙ୍କର ସବୁ ଭଲ ଖରାପ କାମରେ ଆପଣଙ୍କ ସହିତ ଥାଏ । ଆପଣଙ୍କର ଯେତେ ଖରାପ ସମୟ ଚାଲିଥିଲେ ମଧ୍ୟ ଆପଣଙ୍କ ସାଥ ଛାଡି ନ ଥାଏ ଆପଣଙ୍କ ସହିତ ଥାଏ ଏବଂ ଆପଣ ମଧ୍ୟ ତା ପାଇଁ କିଛି ବି କରିଦେଇପାରିବେ ।

ତୃତୀୟ ଶ୍ଲୋକ ରେ ଶୁକ୍ରନୀତି ଗୁରୁ ଏବଂ ଭାଇ ର ଗୁଣ ବିଷୟରେ ଜଣାଇଛନ୍ତି । ଭାଇ ର ସବୁଠୁ ବଡ଼ ଗୁଣ ହେଲା ସେ ପ୍ରଥମେ ନିଜ ବିଷୟରେ ଚିନ୍ତା ନ କରି ଭାଇ ବିଷୟରେ ଭାବିଥାଏ । ଗୁରୁ ହେଲେ ଯିଏ ପ୍ରଚୁର ଜ୍ଞାନ ଲାଭ କରନ୍ତି ଯାହାଫଳରେ କି ସେ ସମସ୍ତ କଥା ଅନ୍ୟ କାହାକୁ ବୁଝାଇପାରିବେ ଓ ବୁଝିପାରିବେ ।

ଚତୁର୍ଥ ଶ୍ଲୋକ ରେ ଶୁକ୍ରନୀତି ବନ୍ଧୁ , କୁବେର ଏବଂ ଯମ ର ଗୁଣ ବିଷୟରେ ଜଣାଇଛନ୍ତି । ବନ୍ଧୁ ଆପଣଙ୍କ ର ଶରୀର , ଧନ , ମାନ ସମ୍ମାନ ଏବଂ ଆପଣଙ୍କର ସ୍ତ୍ରୀ ର ଭଉଣୀ ପରି ରକ୍ଷା କରିବା । କୁବେର ମାନେ ହେଉଛି ଆପଣ ଯେତେ ଧନବାନ ହୋଇପାରିବେ । ଆପଣ ଆହୁରି ଆପଣଙ୍କ ଧନ ବଢାଇବାକୁ ଚେଷ୍ଟା କରିବେ ଏବଂ ବହୁତ ଧନବାନ ହେବେ ଏହାଦ୍ବାରା ଆପଣ ଆଗକୁ କାହାର ସାହାଯ୍ୟ ମଧ୍ୟ କରିପାରିବେ ।

ଯମ ଗୁଣ ଏହାକି ଆମକୁ କିମ୍ବା ଆମ ଆପଣା ଲୋକଙ୍କୁ କିଏ ଯଦି କଷ୍ଟ ଦେଉଛି ତେବେ ଆମେ ତାକୁ ତା ଠାରୁ ଆହୁରି ଅଧିକ କଷ୍ଟ ଦେଇପାରିବା । ସେ ଯଦି ଆମ ସାଥ ଦେଉନାହିଁ ତେବେ ଆମେ ଭାବି ନେବା ଉଚିତ ଯେ ସେ ଆମ ସହିତ ନାହିଁ । ତେବେ ଆପଣ ଏହା ଭିତରୁ କୌଣସି ଗୋଟେ ଗୁଣ ତ ଅନୁଭବ କରୁଥିବେ । ତେବେ ଆପଣ ଆପଣଙ୍କ ଅନୁସାରେ ଏହି ସବୁ ଗୁଣ ଅନୁସାରେ ସମସ୍ତଙ୍କୁ ସାହାଯ୍ୟ ଏବଂ ଚିନ୍ହିବା ଆବଶ୍ୟକ । ତେଣୁ ଆପଣ ଏହା ଦ୍ଵାରା କାହାର ବି ମନ ଜଲଦି ଜିତି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *