ଶିଲ୍ପାଙ୍କ ପରି ସେରୋଗେସୀ ଜରିଆରେ ମାତା-ପିତା ହୋଇଛନ୍ତି Bollywood ର ଏହି 5 ଟି ଷ୍ଟାର କପଲ, 2 ନମ୍ବର ଷ୍ଟାର ଙ୍କ ନାଁ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳା ମାନଙ୍କୁ ମା ହେବାର ଖୁସି ସବୁଠାରୁ ଅଧିକ ହୋଇଥାଏ । ଏହି ଦୁନିଆର ସମସ୍ତ ମହିଳା ମା ହେବା ପାଇଁ ଇଛା କରିଥାନ୍ତି । ହେଲେ ବନ୍ଧୁଗଣ କିଛି ସମସ୍ଯା ହେତୁ ସମସ୍ତ ମହିଳା ୯ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ଛୁଆଙ୍କୁ ରଖିନଥାନ୍ତି, ଯାହାଫଳରେ ସେମାନେ ସରୋଗେସୀ ବା ଭଡାର ଗର୍ଭର ସାହାରା ନେଇଥାନ୍ତି । ଏହି ପ୍ରକ୍ରିୟାରେ ଉଭୟ ପିତା ମାତାଙ୍କ ଡିମ୍ବାଣୁ ଓ ଶୂକ୍ରାଣୁକୁ ଏକ ଟେଷ୍ଟ ଟ୍ଯୂବରେ ମିଶାଇ ଫର୍ଟିଲାଇଜ କରାଯାଇଥାଏ । ଏହି ପ୍ରକ୍ରିୟାରେ ଛୁଆର ଡିଏନଏ ପିତା ମାତାଙ୍କର ହୋଇଥାଏ ହେଲେ ୯ ମାସ ପର୍ଯ୍ୟନ୍ତ ଛୁଆଟି ଅନ୍ୟ ଏକ ମହିଳାଙ୍କ ଗର୍ଭରେ ରହିଥାଏ ଓ ଏହି କାମ ପାଇଁ ସେହି ମହିଳା ଜଣକଙ୍କୁ ଟଙ୍କା ମଧ୍ୟ ମିଳିଥାଏ ।

ବନ୍ଧୁଗଣ ଆମ ବଲିଉଡର କେତେକ ଫେମସ କଳାକାର ମାନେ ସରୋଗେସୀର ସାହାରା ନେଇ ମାତା-ପିତା ହୋଇଛନ୍ତି ଓ ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।


ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଓ ତାଙ୍କ ସ୍ଵାମୀ ରାଜ କୁନ୍ଦରା । ଶିଲ୍ପା ଓ ରାଜ ଏହି କିଛି ଦିନ ହେବ ସରୋଗେସୀ ମାଧ୍ୟମରେ ଏକ ଛୋଟ ଝିଅର ମାତପିତା ହୋଇଛନ୍ତି । ତାଙ୍କ ଝିଅର ନାମ ହେଉଛି ସମିଶା ସେଟି । ଶିଲ୍ପା ଯେତେବେଳେ ହଠାତ ମା ହେବାର ଘୋଷଣା କରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିଲ୍ପାଙ୍କ ଝିଅ ୧୫ ଜାନୁୟାରୀ ୨୦୨୦ ମସିହାରେ ଜନ୍ମ ହୋଇଥିଲା । ଏହି ଛୁଆଟି ହେଉଛି ଶିଲ୍ପାଙ୍କର ଦୁତୀୟ ଛୁଆ, ଏହା ପୂର୍ବରୁ ଶିଲ୍ପା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।


ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ । ଶାହରୁଖ ଓ ଗୌରିଙ୍କର ତିନୋଟି ଛୁଆ ଅଛନ୍ତି । ସେଥି ମଧ୍ୟରୁ ଶେଷ ଛୁଆ ଅର୍ଥାତ ଆବ୍ରାହମ ସରୋଗେସୀ ମାଧ୍ୟମରେ ୨୭ ମାର୍ଚ ୨୦୧୩ ମସିହାରେ ଜନ୍ମ ଗ୍ରହଣ କରିଥିଲା ।


ଆମିର ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତା ଅମିର ଖାନ । ବନ୍ଧୁଗଣ ଅମିର ଓ ତାଙ୍କ ପତ୍ନୀ କିରଣ ରାଓଙ୍କ ପୁଅ ଆଜାଦ ମଧ୍ୟ ସରୋଗେସୀ ମାଧ୍ୟମରେ ଜନ୍ମ ହୋଇଥିଲା । ଏହା ପୂର୍ବରୁ ଅମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦୁଇଟି ଛୁଆର ପିତାମାତା ହୋଇ ସାରିଥିଲେ ।

କରନ ଜୋହାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଫିଲ୍ମ ମେକର କରନ ଜୋହାର । ବନ୍ଧୁଗଣ କରନ ଜୋହାର ବିବାହ ନକରି ସରୋଗେସୀ ମାଧ୍ୟମରେ ଲିଗାଲ ସିଙ୍ଗଲ ପ୍ଯାରେଣ୍ଟ ହୋଇଛନ୍ତି । କାରଣଙ୍କର ଦୁଇଟି ଛୁଆ ରୁହି ଓ ୟଶ ୬ ମାର୍ଚ ୨୦୧୮ରେ ଜନ୍ମ ହୋଇଥିଲେ ।


ତୁଷାର କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ତୁଷାର କପୁର । ବନ୍ଧୁଗଣ ତୁଷାର ମଧ୍ୟ ବିନା ବିବାହରେ ସରୋଗେସୀ ସାହାର୍ଯ୍ୟରେ ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି । ସେ ତାଙ୍କ ପୁତ୍ର ସନ୍ତାନର ନାମ ଲକ୍ଷ ରଖିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *