ଲକଡାଉନ ସମୟରେ ଏହି ପୋଲିସ ବାଲା ଯାହା କଲେ, ତାହା ଆପଣଙ୍କୁ ହୃଦୟକୁ ଛୁଇଁଯିବ

ବର୍ତ୍ତମାନ ମହାମାରୀ ଭୂତାଣୁ ପାଇଁ ସାରା ବିଶ୍ଵରେ ଲକଡାଉନ ଚାଲିଛି । ମହାମାରୀ ପାଇଁ ଅନେକ ଲୋକଙ୍କର ଜୀବନ ଯାଇ ସାରିଲାଣି । ଏହି କାରଣରୁ ମହାମାରୀକୁ ରୋକିବା ପାଇଁ ସବୁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଛି । ଏହି ସମୟରେ ବହୁତ କିଛି ଜିନିଷ ପରିବର୍ତ୍ତନ ହୋଇ ଯାଇଛି । ସବୁ ସମସ୍ୟା ପାଇଁ ଲୋକମାନେ ପ୍ରଥମେ ପୋଲିସଙ୍କ କଥା ଭାବୁଛନ୍ତି । ଏହି ସବୁ ଭିତରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋଟି ହାଇଦ୍ରାବାଦର ବେଗମପେଟ ଇଲାକାର ଅଟେ । ସେଠାକାର ଜଣେ ପୋଲିସକର୍ମୀ ଜଣେ ବୃଦ୍ଧା ମହିଳାଙ୍କୁ ନିଜ ହାତରେ ଟେକି ମହିଳାଙ୍କୁ ତାଙ୍କ ଘରେ ଛାଡି ଆସିବାର ଫଟୋ ଏଥିରେ ଦେଖିବାକୁ ମିଳିଛି । ଆମେ ସବୁବେଳେ ପୋଲିସଙ୍କର ନକରାତ୍ମକ ଫଟୋ ଦେଖି ଆସିଛେ କିନ୍ତୁ ମହାମାରୀ ଭୂତାଣୁ ପାଇଁ ଆମର ଏହି ଭାବନା ବଦଳି ଯାଇଛି । ବର୍ତ୍ତମାନ ସମୟରେ ପୋଲିସ ଲୋକମାନଙ୍କୁ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି । ସେଥିପାଇଁ ଲୋକ ମାନେ ପୋଲିସମାନଙ୍କୁ ଭଗବାନ ବୋଲି ଭାବୁଛନ୍ତି ।

ହାଇଦ୍ରାବାଦର ପୋଲିସ ଜଣେ ବୃଦ୍ଧ ମହିଳାଙ୍କୁ ରାସ୍ତାରେ ଯାଉ ଥିବାର ଦେଖିଲେ । ସେ ମହିଳାଙ୍କ ବୟସ ପ୍ରାୟ ୮୦ ପାଖାପାଖି ହେବ ଏବଂ ସେ ନିଜ ଘରର ରାସ୍ତା ଭୁଲି ଯାଇଥିଲେ । ସେହି ମହିଳା ବେମାର ଥିବା କାରଣରୁ ଠିକ ଭାବେ ଚାଲି ବି ପାରୁନଥିଲେ । ସେହି ମହିଳାଙ୍କୁ ଦେଖି ଜଣେ ପୋଲିସ ତାଙ୍କୁ ପଚାରିଲେ କୁଆଡେ ଯିବ ? କିନ୍ତୁ ମହିଳା ଜଣକ ଏହାର କୌଣସି ଉତ୍ତର ଦେଇ ପାରିଲେ ନାହିଁ ।

https://twitter.com/ANI/status/1249675627210383366

ଏହା ପରେ ସେହି ପୋଲିସକର୍ମୀ ମହିଳାଙ୍କୁ ନିଜ ସାଙ୍ଗରେ ନେଇ ସେଠାରେ ଥିବା ଆଖପାଖ ଲୋକଙ୍କୁ ପଚାରି ତାଙ୍କର ଘରର ଠିକଣା ପାଇଲେ ଏବଂ ସେ ସେହି ମହିଳାଙ୍କୁ ତାଙ୍କ ଘରକୁ ନେଇଗଲେ । ମହିଳା ଜଣକ ଠିକ ଭାବେ ଚାଲି ପାରୁ ନଥିବାରୁ ପୋଲିସ କର୍ମୀ ତାଙ୍କୁ ନିଜ ହାତରେ ଟେକି ନେଇ ଘରେ ଛାଡିଲେ । ଘରେ ପହଞ୍ଚିବା ପରେ ବୃଦ୍ଧ ମହିଳା ଜଣଙ୍କ ସେହି ପୋଲିସ କର୍ମୀଙ୍କୁ ବହୁତ ଆଶୀର୍ବାଦ ଦେଲେ । ସତରେ ସେହି ପୋଲିସ କର୍ମୀ ହୃଦୟକୁ ଛୁଇଂବା ଭଳି କାମଟିଏ କଲେ । ଆପଣଙ୍କୁ ପୋଲିସ କର୍ମୀଙ୍କ ଏହି କାର୍ଯ୍ୟ ପସନ୍ଦ ଆସିଥିଲେ ଶେୟାର କରି ଆପଣଙ୍କ ମତାମତ ଦିଅନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *