ବାଜିଗର ଫିଲ୍ମ ପାଇଁ ନିର୍ମାତା ୨ଟି କ୍ଲାଇମାକ୍ସ ସିନ ସୁଟ କରିଥିଲେ, ଏମିତି ଥିଲା ଫିଲ୍ମର ଦ୍ଵିତୀୟ ଏଣ୍ଡିଙ୍ଗ

ବଲିଉଡ ବାଦଶାହା ଶାହରୁଖ ଖାନ ପ୍ରଥମ ଖଳନାୟକ ଭାବେ ଅଭିନୟ କରିଥିବା ବାଜିଗର ଫିଲ୍ମ ସେତେବେଳେ ବହୁତ ଲୋକପ୍ରିୟ ହୋଇ ଥିଲା । ଏହି ଫିଲ୍ମଟି ପୁରୁଣା ହେଲେ ମଧ୍ୟ ଆଜି ବି ଲୋକ ମାନଙ୍କ ମନରେ କିଛି ଅଲଗା ଜାଗା ସୃଷ୍ଟି କରିଛି । ଏହି ଫିଲ୍ମରେ ଥିବା ଦୁଇଟି କ୍ଲାଇମେକ୍ସ ସିନରୁ ପ୍ରଥମରେ ଶାହାରୁଖ ଖାନ ମରି ଯାଇଛନ୍ତି ଏବଂ ଦ୍ଵିତୀୟରେ ସେ ଗିରଫ ହୋଇ ଯାଇଛନ୍ତି । କିନ୍ତୁ ଫିଲ୍ମର ନିର୍ମାତା ପ୍ରଥମ ସିନ ରଖିବା ପାଇଁ ନିଷ୍ପତ୍ତି ନେଲେ ।

କଣ ପାଇଁ ସୁଟ କରାଯାଇ ଥିଲା ୨ଟି କ୍ଲାଇମେକ୍ସ ସିନ

ଅବ୍ବାସ ମସ୍ତାନ ଏହି ଫିଲ୍ମ ପାଇଁ କରିଥିବା ପ୍ରଥମ ସିନ ଯେଉଁଥିରେ ଶାହାରୁଖ ଖାନଙ୍କର ମୃତ୍ୟୁ ହୋଇଥିଲା ତାହା ବହୁତ ଲୋକଙ୍କୁ ଭଲ ଲାଗି ନଥିଲା ସେଥିପାଇଁ ସେ ଫିଲ୍ମ ପାଇଁ ଆଉ ଗୋଟିଏ ସିନ ସୁଟ କରିଥିଲେ ଯେଉଁ ସିନରେ ଶାହାରୁଖ ଖାନଙ୍କୁ ଗିରଫ କରାଯାଇ ଥିଲା । କିନ୍ତୁ ପ୍ରଡ୍ୟୁସର ଫିଲ୍ମ ପାଇଁ ପ୍ରଥମ ସିନକୁ ଫାଇନାଲ କରି ଫିଲ୍ମ ରିଲିଜ କଲେ ।

ଅରମାନ କୋହଲି ଏବଂ ସଲମାନ ଖାନଙ୍କୁ ଏହି ଫିଲ୍ମ ରେ ମୁଖ୍ୟ ଭୂମିକା ପାଇଁ ବଛା ଯାଇଥିବା ସମୟରେ ସେମାନେ ଖଳନାୟକ ଭୂମିକା ପାଇଁ ମନା କରିଦେଲେ । କିନ୍ତୁ ଶାହାରୁଖ ଖାନ ଏହି ଫିଲ୍ମ ରେ ଖଳନାୟକ ଭୂମିକା କରିବା ପାଇଁ ରାଜି ହୋଇଥିଲେ । ଏହି ଫିଲ୍ମ ରିଲିଜ ହେବା ପରେ ଶାହାରୁଖ ଖାନ ଲୋକପ୍ରିୟ ହେବା ସହିତ ଏହି ଫିଲ୍ମ ପାଇଁ ସେ ବେଷ୍ଟ ଅଭିନେତା ଭାବେ ପୁରସ୍କାର ପାଇ ଥିଲେ ।

ବାଜିଗର କାଜଲ ଙ୍କର ପ୍ରଥମ ହିଟ ଫିଲ୍ମ ଥିବାବେଳେ ଶିଳ୍ପାଙ୍କର ଡେବ୍ୟୁ ଫିଲ୍ମ ଥିଲା

କାଜଲଙ୍କର ପ୍ରଥମ ଫିଲ୍ମ ବେଖୁଦୀ ଅଧିକ ଲୋକପ୍ରିୟ ହୋଇ ନଥିବା ବେଳେ ସେ ତାଙ୍କର ଦିତୀୟ ଫିଲ୍ମ ବାଜିଗରରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ଫିଲ୍ମ ପାଇଁ କାଜଲ ଙ୍କୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ ଏବଂ ସେ ଏହି ଫିଲ୍ମ ପାଇଁ କେତେକ ପୁରସ୍କାର ମଧ୍ୟ ପାଇଥିଲେ ।

ଏହି ସମୟରେ ଶିଳ୍ପା ପ୍ରଥମ କରି ବାଜିଗର ଫିଲ୍ମରେ ପାଦ ଦେଇଥିଲେ ଏବଂ ସେ ଏହି ଫିଲ୍ମ ଦ୍ଵାରା ବହୁତ ଲୋକପ୍ରିୟ ହୋଇଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *