ସରିଲା Lipsa ଙ୍କ ଅନ୍ତିମ ସଂସ୍କାର, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, କାନ୍ଦି କାନ୍ଦି ଚେତାଶୁନ୍ୟ ହେଇ ଯାଉଛି ମା’…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାଲେଶ୍ଵରର ଜ୍ୟୋତି ହସ୍ପିଟାଲରେ ନର୍ସ ଭାବରେ ପାଠ ପଢୁଥିବା ଲିପ୍ସା ଆଉ ନାହାଁନ୍ତି । ବେକରେ ରସି ଲଗାଇ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଜଣା ପଡିଛି । ଘରୋଇ ହସ୍ପିଟାଲର ଦ୍ଵିତୀୟବର୍ଷର ଛାତ୍ରୀ ଲିପ୍ସାଙ୍କ ମା’ ବାପା ତଥା ପରିବାର ଲୋକେ ସମସ୍ତେ ଏହି ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି । ଘର ଦୁଆରୁ ଦିନେ ନିଜ ଝିଅ ଶାଶୁଘରକୁ ଯାଇଥାନ୍ତା ମାତ୍ର ଆଜି ମଶାଣିକୁ ଯାଉଥିବାର ଶୋଭାଯାତ୍ରା ସମସ୍ତଙ୍କୁ ମର୍ମହାତ କରିପକାଇଛି ।

ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ତାଙ୍କ ଛାତି ଫାଟିଯାଉଅଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ କଲେଜ ରାଗିଂ ଯୋଗୁଁ ବାଲେଶ୍ଵର ସ୍ଵର ଥାନା ଅଞ୍ଚଳର ଗଙ୍ଗାଧର ଅଞ୍ଚଳର ଝିଅ ଲିପ୍ସା ବେହେରା ନିଜ ଜୀବନ ହାରିଦେଇଛନ୍ତି । ଲିପ୍ସା ଏକ ଘରୋଇ ନର୍ସିଙ୍ଗହୋମରେ ଦ୍ଵିତୀୟବର୍ଷର ଛାତ୍ରୀ ଥିଲେ । ଗତ ୩ ତାରିଖରେ ସେ ହଷ୍ଟେଲରେ ନିଜ ଜୀବନ ହାରିଦେଇଛନ୍ତି ।

ଏହାପରେ ଗୁରୁତ୍ଵର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ତାଙ୍କ ମୃ-ତ୍ୟୁ ହୋଇଥିଲା ଏବଂ ଅପର ପାର୍ଶ୍ଵରେ ୫ ତାରିଖରେ ପରିବାର ଲୋକେ ଏନେଇ ଅଭିଯୋଗ କରିଥିଲେ । ତେବେ କଲେଜ ରାଗିଂ ଯୋଗୁଁ ଲିପ୍ସା ତାଙ୍କ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ଏନେଇ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

ଝିଅ ହଷ୍ଟେଲରେ ରହି ପାଠ ପଢୁଥିଲା ଏବଂ ସମୟ ସୁବିଧା ପାଇଲେ ଘର ଲୋକଙ୍କ ସହ ଖୁବ ଭଲରେ ମଧ୍ୟ କଥା ହଉଥିଲା । ତେବେ ସବୁ ଠିକ୍ଠାକ ଚାଲୁଥିବା ବେଳେ ଝିଅ କାହିଁକି ଏଭଳି ଚରମ ନିଷ୍ପତ୍ତିରେ ପହଞ୍ଚିଲା ? କଣ ଅସୁବିଧା ତଥା ଚିନ୍ତା ଥିଲା ଏନେଇ ଅନେକ ପ୍ରଶ୍ନ ଉଙ୍କି ମରୁଛି । ଏବଂ ଏହା ପୋଲିସର ସଂପୂର୍ଣ୍ଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ବାପା ଝିଅ ଲିପ୍ସା ସହିତ ପ୍ରାଏ ୩୦ ମିନିଟ କଥା ହୋଇଥିଲେ ।

ସେତେବେଳେ ଝିଅ ବେସ ଭଲରେ କଥା ହେଉଥିଲା ମାତ୍ର ଦେଢଘଣ୍ଟା ପରେ ହଠାତ ବାପାଙ୍କୁ ଝିଅ ଲିପ୍ସା ଙ୍କ ମା’ ଫୋନ କରି କହିଲେ ଯେ ଝିଅ ଆମର ଆଇସିୟୁରେ ଅଛି ଫୋନ ଆସିଥିଲା ଶୀଘ୍ର ଯିବାକୁ । ଡେରି ନ କରିବ ଉଭୟ ବାପା ମା’ ପହଞ୍ଚିଲା ବେଳକୁ ଝିଅ ସବୁଦିନ ଲାଗି ଆଖି ବୁଝିଦେଲା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *