ସ୍ତ୍ରୀର ପାଦରୁ ଜଣା ପଡିଥାଏ କି ସ୍ଵାମୀ ଭାଗ୍ୟରେ କେତେ ପଇସା ଅଛି, ଏମିତି ଜାଣିପାରିବେ

ଶରୀରର ବିଭିନ୍ନ ଅଙ୍ଗର ଆକୃତିରୁ ଭାଗ୍ୟ ବିଷୟରେ ଜାଣିବା ପାଇଁ ସାମୁଦ୍ରିକ ଶାସ୍ତ୍ରରେ ଲେଖା ଯାଇଛି । ଯେଉଁଥିରୁ ଆମେ ଅନେକ କଥା ବିଷୟରେ ଜାଣି ପାରିବା । ତେବେ ଆଜି ଆମେ ଏଥିରେ ଜାଣିବା ସ୍ତ୍ରୀର ପାଦରୁ ସ୍ଵାମୀର ଭବିଷ୍ୟତ ବିଷୟରେ କଣ ଜଣା ପଡିଥାଏ ସେ ବିଷୟରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ କି ଆପଣ କେମିତି ନିଜର ସ୍ତ୍ରୀ ପାଦକୁ ଦେଖି ଭାଗ୍ୟ ବିଷୟରେ ଜାଣିବେ । ଆସନ୍ତୁ ଜାଣିବା ସ୍ତ୍ରୀର ପାଦରୁ କେମିତି ଜାଣିବେ ନିଜର ଭାଗ୍ୟ ।

ପାଦର ତର୍ଜନୀ ଆଙ୍ଗୁଠି ବଡ ହେବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦର ସମସ୍ତ ଆଙ୍ଗୁଠି ଠାରୁ ତର୍ଜନୀ ଆଙ୍ଗୁଠି ବଡ ହୋଇଥାଏ ସେମାନେ ନିଜର ସ୍ଵାମୀ ଙ୍କ ସହିତ ତାଳ ଦେଇ ଚାଲିଥାନ୍ତି । କିଛି ସ୍ତ୍ରୀ ମାନଙ୍କର କନିଷ୍ଠ ଏବଂ ଅନାମିକା ଆଙ୍ଗୁଠି ଭୂମିରେ ଲାଗୁ ନଥିଲେ ସେମାନେ କମ ବର୍ଷରେ ବିଧବା ହୋଇଥାନ୍ତି ।

ମହିଳାଙ୍କ କୋମଳ ପାଦ

ଯେଉଁ ମହିଳା ମାନଙ୍କର ପାଦ କୋମଳ ହେବା ସହିତ ପାଦର ରେଖା ସିଧା ଆଙ୍ଗୁଠି ଆଡକୁ ଲମ୍ବି ଥାଏ ସେମାନେ ତାଙ୍କ ସ୍ଵାମୀଙ୍କ ପାଇଁ ସମର୍ପିତ ଭାବ ରଖିବା ସହିତ ତାଙ୍କ ଜୀବନ ବହୁତ ଖୁସିରେ କାଟିଥାନ୍ତି । ସେମାନେ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଗୋଲ ଗୋଇଠି

ଯେଉଁ ମହିଳାଙ୍କର ପାଦର ଗୋଇଠି ଗୋଲ ଏବଂ କୋମଳ ହେବା ସହିତ ସୁନ୍ଦର ଦେଖା ଯାଉଥାଏ ସେମାନଙ୍କର ସ୍ଵାମୀ ସବୁବେଳେ ସଫଳତା ପାଇଥାନ୍ତି । ସେମାନଙ୍କ ଜୀବନ ଖୁସିରେ କଟିଥାଏ ।

ପାଦରେ ପଦ୍ମଫୁଲ ଚିହ୍ନ

ଯେଉଁ ମହିଳାମାନଙ୍କ ପାଦରେ ପଦ୍ମଫୁଲ କିମ୍ବା ଛତା ଭଳି ଚିହ୍ନ ଥାଏ ସେମାନଙ୍କର ସ୍ଵାମୀ ରାଜନୀତିରେ ସଫଳତା ପାଇବା ସହିତ ସମାଜରେ ବହୁତ ମାନ ସମ୍ମାନ ପାଇଥାନ୍ତି ।

ଯୋଡି ହୋଇଥିବା ପାଦର ଆଙ୍ଗୁଠି

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦର ଆଙ୍ଗୁଠି ଯୋଡି ହୋଇଥିଲେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହେବା ସହିତ ଧନୀ ମଧ୍ୟ ହୋଇଥାଏ । ତାଙ୍କର ଏହି ଭାଗ୍ୟ ସ୍ଵାମୀଙ୍କ ଜୀବନର ଭାଗ୍ୟ ରେଖାକୁ ବଦଳାଇ ଦେଇଥାଏ । ସେହି ମହିଳା ମାନେ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି । ଆପଣଙ୍କୁ ଯଦି ଆମର ଏହି ତଥ୍ୟସବୁ ଭଲ ଲାଗିଥିଲେ ତେବେ ଏହାକୁ ଶେୟାର କରି ଏହିପରି ଅନେକ କିଛି ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *