ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ମେ3 ପର୍ଯ୍ୟନ୍ତ ବଢିଲା ଲକଡାଉନ, ମାନିବାକୁ କହିଲେ ଏହି ୭ଟି କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିଛନ୍ତି । ପିଏମ ମୋଦୀ ନିଜର ଭାଷଣରେ ଲକଡାଉନର ଅବଧିକୁ ବଢାଇବାକୁ ନେଇ କଥାବାର୍ତ୍ତା କରିଛନ୍ତି । ସେ ଏହାକୁ ଲକଡାଉନ ୨.୦ ବୋଲି ଘୋଷଣା କରିଛନ୍ତି । ପିଏମ ମୋଦୀ କହିଲେ କି ବର୍ତ୍ତମାନ ଦେଶରେ ୩ ମେ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପିଏମ ମୋଦୀଙ୍କୁ ଦେଶରେ ଲକଡାଉନର ସମୟ ସୀମାକୁ ବଢାଇବା ପାଇଁ ଅପିଲ କରିଥିଲେ ।

ପିଏମ ମୋଦୀ କହିଲେ କି, ସମସ୍ତେ ଏହି ଉପଦେଶ ଦେଲେ କି ଲକଡାଉନର ଅବଧିକୁ ଅଗ୍ରସର କରାଯାଉ । କେତେକ ରାଜ୍ୟ ତ ପୂର୍ବରୁ ହିଁ ନିଜ ରାଜ୍ୟରେ ଲକଡାଉନକୁ ବଢାଇସାରିଛନ୍ତି । ଏହା ପରେ ପିଏମ ମୋଦୀ କହିଲେ କି ସମସ୍ତଙ୍କର ଉପଦେଶକୁ ଧ୍ୟାନରେ ରଖି ଏହା ନିଷ୍ପତି ନିଆ ଯାଇଛି କି ଭାରତରେ ଲକଡାଉନକୁ ବର୍ତ୍ତମାନ ୩ ମେ ପର୍ଯ୍ୟନ୍ତ ବଢାଇବାକୁ ପଡିବ । ମାନେ ୩ ମେ ପର୍ଯ୍ୟନ୍ତ ସମସ୍ତେ ପୂର୍ବଭଳି ଘରେ ହିଁ ରୁହନ୍ତୁ । ଏହା ସହିତ ଏହି ସମୟରେ ପୂର୍ବ ଭଳି ସମସ୍ତ ଆଇନ ଲାଗୁ ରହିବ ।

ପିଏମ ମୋଦୀ

ଏହା ପରେ ପିଏମ ମୋଦୀ କହିଲେ କି, ଆମ ସମସ୍ତଙ୍କୁ ଧୈର୍ଯ୍ୟର ସହ କାମ କରିବାକୁ ପଡିବ । ସମସ୍ତ ନିୟମର ପାଳନ ଜରୁରୀ ଅଟେ । ତେବେ ଯାଇ ଆମେ ଏହି ମହାମାରୀ କରୋନାକୁ ପରାଜୟ କରି ପାରିବୁ । ଏହା ସହିତ ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଲେ କି, ସେମାନେ ଲକଡାଉନ ସମୟରେ ସାମାଜିକ ଦୂରତା ରଖନ୍ତୁ ଓ ସମସ୍ତ ପ୍ରକାରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ।

ନିଜ ଘରର ବୟସ୍କ ବ୍ୟକ୍ତି, ରୋଗରେ ପଡିଥିବା ବ୍ୟକ୍ତିଙ୍କ ବିଶେଷ ଧ୍ୟାନ ରଖନ୍ତୁ । ନିଜର କ୍ଷମତା ଅନୁସାରେ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରନ୍ତୁ ଓ ଏହି ସମୟରେ କାହାକୁ ବି ଚାକିରିରୁ ବାହାର କରନ୍ତୁ ନାହିଁ । ଏହା ସହିତ ବର୍ତ୍ତମାନ ଦେଶରେ ପୋଲିସ, ଯବାନ, ଡାକ୍ତର, ନର୍ସ, ସଫେଇ କର୍ମୀ ମାନଙ୍କୁ ପୁରା ମାନ ସମ୍ମାନ ଦିଅନ୍ତୁ ଓ ପୁରା ନିଷ୍ଠାର ସହ ୩ ମେ ପର୍ଯ୍ୟନ୍ତ ଲକଡାଉନର ସମସ୍ତ ନିୟମକୁ ପାଳନ କରନ୍ତୁ ।

କରୋନା ଭ୍ୟାକ୍ସିନ ପାଇଁ ଯୁବବୈଜ୍ଞାନିକମାନେ ଆଗକୁ ଆସନ୍ତୁ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଭାରତ ପାଖରେ ବହୁତ ସମିତି ସଂଶାଧନ ଅଛି, କିନ୍ତୁ ମୋର ଭାରତର ଯୁବ ବୈଜ୍ଞାନିକମାନଙ୍କୁ ବିଶେଷ ଅନୁରୋଧ ଅଟେ କି ବିଶ୍ଵର କଲ୍ୟାଣ ପାଇଁ ଓ ମାନବ କଲ୍ୟାଣ ପାଇଁ ଆଗକୁ ଆସନ୍ତୁ ଓ କରୋନାର ଭ୍ୟାକ୍ସିନ ତିଆରି କରିବା ପାଇଁ ଚେଷ୍ଟା କରନ୍ତୁ । ସବୁ ଖବରର ଅପଡେଟ ପାଇବା ପାଇନ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *