ଯେତେବେଳେ Lata Mangeshkar ଙ୍କ ଶେଷ ଜନ୍ମଦିନରେ ତାଙ୍କ ସହିତ କଥା ହୋଇଥିଲେ PM Modi ଓ କହିଥିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭାରତର କୋକିଳ ଙ୍ଗେସକରଙ୍କ ଶେଷ କୃତ୍ୟ । ମୁମ୍ବାଇର ଶିବାଜୀ ପାର୍କରେ ଆଜି ସାଢେ ୬.୩୦ରେ ଅନୁଷ୍ଠିତ ହୋଇଥିଲା । ଏ ନେଇ ବ୍ରିହମ ମୁମ୍ବାଇ ମ୍ୟୁନିସିପାଲ କର୍ପରେସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ଅପରାହ୍ନ ୩ଟା ୩୦ ସମୟରେ ଲତା ଦିଦିଙ୍କ ପାର୍ଥୀବ ଶରୀରକୁ ସର୍ବ ସାଧାରଣଙ୍କ ଦର୍ଶନ ଲାଗି ଶିବାଜୀ ପାର୍କରେ ରଖା ଯାଇଥିଲା ।

୫ଟା ୪୫ ସମୟରେ ପ୍ରଧାନମନ୍ତ୍ରୀ ଲତା ମଙ୍ଗେସରଙ୍କ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର ହେବ ପୂର୍ବରୁ ଲତା ଦିଦିଙ୍କ ଉଦ୍ଦେଶ୍ୟରେ ଦେଶରେ ୨ ଦିନିଆ ଶୋକ ଘୋଷଣା ସହ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇ ଥିଲା । ମହାରାଷ୍ଟ୍ର ସରକାର ସ୍ୱର ସମ୍ରାଜ୍ଞୀ ତଥା ଭାରତର ନାଇଟ୍ ଏଞ୍ଜେଲ ଲତା ଦିଦିଙ୍କ ଶେଷ ଯାତ୍ରା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ । ତେବେ ନରେନ୍ଦ୍ର ମୋଦି ଲତା ଦିଦି ଙ୍କ ଜନ୍ମଦିନ ରେ ତାଙ୍କୁ ଫୋନ କରି ତାଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇ ଥିଲେ । ତେବେ ଆସନ୍ତୁ ତାଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ବିଷୟରେ ଜାଣିନେବା ।

ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି ।

ଲତା: ପ୍ରଣାମ!

ମୋଦି: ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଆଗୁଆ ଅଭିନନ୍ଦନ ଜଣାଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ । ଆପଣଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଥାଉ । କେବଳ ଏତିକି ପ୍ରାର୍ଥନା । ଆପଣଙ୍କୁ ପ୍ରଣାମ କରିବା ପାଇଁ ମୁଁ ଆମେରିକା ଯିବା ଆଗରୁ ହିଁ ଆପଣଙ୍କୁ ଫୋନ୍‌ କରିଦେଲି ।

ଲତା: ଆପଣଙ୍କ ଫୋନ ଆସିବ – ଏ କଥା ଶୁଣି ମୁଁ ଖୁବ୍ ଆତୁର ଥିଲି । ଆପଣ କେବେ ଫେରିବେ?

ମୋଦି: ମୁଁ ୨୮ ତାରିଖ ବିଳମ୍ବିତ ରାତିରେ ଓ ୨୯ ତାରିଖ ସକାଳୁ ପହଞ୍ଚିବି । ଆଉ ସେତେବେଳକୁ ଆପଣଙ୍କ ଜନ୍ମଦିନ ଚାଲିଯାଇଥିବ  ।

ଲତା: ଆପଣଙ୍କ ଆଶୀର୍ବାଦ ମିଳନ୍ତା…

ମୋଦୀ: ଆରେ, ଆମେ ଆପଣଙ୍କ ଆଶୀର୍ବାଦ ଭିକ୍ଷା କରୁଛୁ । ଆପଣ ତ ଆମଠାରୁ ବଡ଼ ।

ଲତା: ବୟସରେ ତ ବହୁତ ଲୋକ ବଡ଼ ହୋଇଥା’ନ୍ତି, କିନ୍ତୁ ନିଜ କାମକୁ ନେଇ ଯିଏ ବଡ଼ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ଖୁବ ବଡ଼ କଥା ।

ମୋଦି: ଦିଦି, ଆପଣ ବୟସରେ ବି ବଡ଼, ଆଉ କାମରେ ବି ବଡ଼ । ଆଉ, ଆପଣ ଯେଉଁ ସଫଳତା ହାସଲ କରିଛନ୍ତି, ତା’ନିଜ ସାଧନା ଆଉ ତପସ୍ୟା ବଳରେ ପାଇଛନ୍ତି ।

ଲତା: ଆଜ୍ଞା, ମୁଁ ତ ଭାବୁଛି, ଇଏ ମୋ ପିତାମାତାଙ୍କ ଆଶୀର୍ବାଦ ଆଉ ମୋ ଶ୍ରୋତାମାନଙ୍କ ଆଶୀର୍ବାଦ । ମୁଁ କିଛି ନୁହେଁ ।

ମୋଦି: ଆଜ୍ଞା, ଆପଣଙ୍କର ଏଇ ନମ୍ରତା ହିଁ ଆମ ନୂଆ ପିଢ଼ିର ସମସ୍ତଙ୍କ ପାଇଁ ବହୁତ ବଡ଼ ଶିକ୍ଷା । ଆମ ପାଇଁ ବହୁତ ବଡ଼ ପ୍ରେରଣା । ଜୀବନରେ ଆପଣ ଏତେ ସବୁ ହାସଲ କରିବା ପରେ ମଧ୍ୟ ପିତାମାତାଙ୍କ ସଂସ୍କାର ଆଉ ନମ୍ରତାକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି ।

ଲତା: ଆଜ୍ଞା । ଆପଣ କ’ଣ, ତାହା ଆପଣ ନିଜେ ଜାଣିନାହାନ୍ତି । ମୁଁ ଜାଣିଛି ଯେ, ଆପଣଙ୍କ ଆସିବାରୁ ଭାରତର ଚିତ୍ର ବଦଳୁଛି । ଆଉ,ସେଥିରେ ମୋତେ ବହୁତ ଖୁସି ଲାଗୁଛି । ବହୁତ ଭଲ ଲାଗୁଛି ।

ମୋଦି: ହଉ ଦିଦି, ଆପଣଙ୍କ ଆଶୀର୍ବାଦ ରହିଥାଉ । ସମଗ୍ର ଦେଶ ଉପରେ ଆପଣଙ୍କ ଆଶୀର୍ବାଦ ରହିଥାଉ । ଆମ ଭଳି ଲୋକ କିଛି ନା କିଛି ଭଲ କାମ କରୁଥା’ନ୍ତୁ । ମୋତେ ଆପଣ ସବୁବେଳେ ପ୍ରେରଣା ଦେଇଛନ୍ତି । ଆପଣଙ୍କ ଚିଠିଗୁଡ଼ିକ ବି ମୋତେ ମିଳୁଛି । ଆପଣଙ୍କର କିଛି ନା କିଛି ଉପହାର ମଧ୍ୟ ମୋତେ ମିଳୁଛି । ଏ ଯେଉଁ ଆନ୍ତରିକତା, ଯେମିତି ଗୋଟିଏ ପାରିବାରିକ ସମ୍ପର୍କ ରହିଛି, ତାହା ମୋତେ ବିଶେଷ ଆନନ୍ଦ ଦେଉଛି ।


ଲତା: ଆଜ୍ଞା ଆଜ୍ଞା । ନା! ମୁଁଆପଣଙ୍କୁ ଅଧିକ କଷ୍ଟ ଦେବାକୁ ଚାହୁଁନି । କାରଣ, ମୁଁ ଦେଖୁଛି, ଜାଣୁଛି, ଆପଣଙ୍କର କେତେ କାମ ରହୁଛି, ଆପଣ କେତେ ବ୍ୟସ୍ତ ରହୁଛନ୍ତି । କେତେ କ’ଣ ଭାବିବାକୁ ପଡ଼ୁଛି । ଆପଣ ଯେତେବେଳେ ଯାଇ ନିଜ ମା’ଙ୍କ ପାଦ ଛୁଇଁ ଆସିଲେ ଏହା ଦେଖି ମୁଁ ମଧ୍ୟ ଜଣଙ୍କୁ ତାଙ୍କ ପାଖକୁ ପଠାଇ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲି ।

ମୋଦି: ହଁ, ମୋ ମା’ଙ୍କର ସେ କଥା ମନେ ଥିଲା । ସେ ମୋତେ କହୁଥିଲେ ।

ମୋଦି: ଆପଣ ସବୁବେଳେ ମୋ କଥା ଚିନ୍ତା କରୁଛନ୍ତି । ସେଥିପାଇଁ ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ । ମୁଁ ପୁଣି ଥରେ ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା ଦେଉଛି ।

ମୋଦୀ: ପ୍ରଣାମ ଦିଦି ।

ଲତା: ପ୍ରଣାମ ।

ମୋଦି: ଆପଣଙ୍କୁ ଅନେକ ଶୁଭକାମନା ।

ଲତା: ବହୁତ ବହୁତ ପ୍ରଣାମ ।

ମୋଦି: ପ୍ରଣାମ ଆଜ୍ଞା । ।

Leave a Reply

Your email address will not be published. Required fields are marked *