ଦେଖନ୍ତୁ Video: ମୃତ୍ୟୁ ପୂର୍ବରୁ Lata Mangeshkar ଙ୍କ ଶେଷ ଭିଡିଓ ହେଉଛି ଭାଇରାଲ, ଦେଖିଲେ ଆଖିରେ ଲୁହ ରହିବନି !

ନମସ୍କାର ବନ୍ଧୁଗଣ ତେବେ ଶେଷରେ ଥକିଗଲେ ଦିଦି । ଅଗଣିତ ଶ୍ରୋତାଙ୍କୁ ବି ଠକିଦେଲେ । ୯୩ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । କରୋନାରୁ ସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆଜି ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  ।  ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  । ଶନିବାର ତାଙ୍କ ଶରୀର ଗୁରୁତର ଅସୁସ୍ଥ ଥିବାବେଳେ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  ।

ଏନେଇ ମେଡିକାଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି  । ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି  । ତାଙ୍କ ସ୍ୱରରୁ ଫୁଟୁଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ  । ଆଜିଠାରୁ କୋକିଳକଣ୍ଠୀ ସଙ୍ଗୀତ ଗାନ କରିବେ ନାହିଁ । ତେବେ ଗତ ଜାନୁଆରୀ ୧୧ ତାରିଖରେ ୯୨ ବର୍ଷ ବର୍ଷୀୟ ଲତା ଦିଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୨୭ ଦିନ ଧରି ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ଏହାପରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲେ  । ପରେ ପୁଣି ଥରେ ବିଗିଡି ଯାଇଥିଲା ଲତାଙ୍କ ସ୍ୱାସ୍ଥ୍ୟ । ତେବେ ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ସର୍ବାଗ୍ରେ  । ଏକ ନୂତନ ଅଧ୍ୟାର ଅୟରାମ୍ଭ ସେ ହିଁ କରିଥିଲେ  । ତାଙ୍କର ଯାଦୁଗରୀ ସ୍ୱର ଭାରତ ବାସୀଙ୍କୁ ବିମୋହୀତ କରୁଥିଲା । ଆଉ ସେଥିପାଇଁ ତାଙ୍କ ସମ୍ମାନର ତାଲିକା ମଧ୍ୟ ବେଶ ଲମ୍ବା  ।  ଦାଦା ସାହେବ ଫାଲକେ, ପଦ୍ମ ଭୂଷଣ, ପଦ୍ମଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ବିଭୂଷିତା ହୋଇଥିଲେ ଲତା ମଙ୍ଗେସକର  ।

କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି ସୁର ସାମାଜ୍ଞ୍ରୀ  । ଲତା ହିନ୍ଦି, ମରାଠୀ, ବଙ୍ଗଳା, ଓଡ଼ିଆ ସମେତ ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଦର୍ଶଙ୍କ ହୃଦୟ ମଣ୍ଡିତ କରିଛନ୍ତି । ତେବେ ବର୍ତ୍ତମାନ ଲତା ଦିଦି ଙ୍କ ର ଶେଷ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି ଯାହା ସେ ହସ୍ପିଟାଲରେ ରହିଥିବା ସମୟର ଭିଡିଓ ତେବେ ଏହି ଭିଡିଓ ରେ ଦୁଇ ଜଣ ମହିଳା ଲତା ଦିଦି ଙ୍କୁ ଧରି କି ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ତେବେ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଲତା ଦିଦି ବହୁତ ଦୁର୍ବଳ ମଧ୍ୟ ଲାଗୁଛନ୍ତି । ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ତେବେ ସ୍ୱର ର ରାଣୀ ଙ୍କ ବିୟୋଗ କେବଳ ସିନେମା ଇଣ୍ଡଷ୍ଟ୍ରି ନୁହେଁ ବରଂ ଭାରତ ପାଇଁ ବହୁତ ବଡ଼ କ୍ଷତି ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *