ଲଞ୍ଚ ହେବା ପରେ ବିବାଦରେ ବାବାଙ୍କ ଔଷଧ କୋରୋନିଲ, କେନ୍ଦ୍ର ସରକାର ବନ୍ଦ କଲେ ପ୍ରଚାର ପ୍ରସାର

ଭାରତ ସରକାର ପତଞ୍ଜଳିକୁ କରୋନା ଭାଇରସ ଔଷଧର ବିଜ୍ଞାପନକୁ ବନ୍ଦ କରିବାକୁ କହିଲେ । ଯୋଗ ଗୁରୁ ରାମଦେବ ବାବା ମଙ୍ଗଳବାର ଦିନ କରୋନା ଭାଇରସର ଔଷଧ କୋରୋଲିନକୁ ଲଞ୍ଚ କରିଥିଲେ । ଏହା ସହିତ ବାବା କହିଥିଲେ ଯେ, ଶୁଦ୍ଧ ଆୟୁର୍ବେଦିକ ଓ ଜଡିବୁଟିରେ ତିଆରି ହୋଇଥିବା ଏହି କୋରୋଲିନ ଔଷଧ ରୋଗୀ ମାନଙ୍କୁ ଶତ ପ୍ରତିଶତ ଫାଇଦା କରିବ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ପତଞ୍ଜଳି ଯୋଗପିଠ(Patanjali Medicine for Corona)ର ପ୍ରମୁଖ ବାବା ରାମଦେବ ଏହି ଔଷଧକୁ ଲଞ୍ଚ କରିବା ସମୟରେ ଏହାର କ୍ଲିନିକାଲ ଟ୍ରାୟଲରେ ହୋଇଥିବା ସଫଳତା ବିଷୟରେ କହିଥିଲେ । ଏହି ଔଷଧକୁ ମଙ୍ଗଳବାର ଦିନରୁ ବଜାରରେ ବିକ୍ରି କରିବାର କଥା କହିଥିଲେ । ହେଲେ ଏହି ମାମଲା ପାଇଁ ସରକାର ପତଞ୍ଜଳିକୁ ଔଷଧର ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ କହିଥିଲେ । ସରକାର କହିଥିଲେ ଯେ, ବର୍ତ୍ତମାନ ଏହି ଔଷଧକୁ ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚ କରା ଯାଇନାହିଁ, ତେଣୁ ତତ୍କାଳ ଏହାର ପ୍ରସାର ପ୍ରଚାର ବନ୍ଦ କରାଯାଉ ।

ପତାଞ୍ଜଳିର ବିଶ୍ଵାସ


କରୋନା ଭାଇରସକୁ ହରେଇବା ପାଇଁ ପତଞ୍ଜଳି ନିଜର ପ୍ରଥମ ଚରଣର ସଫଳ ଟ୍ରାୟଲ ପରେ ଏହି ଔଷଧକୁ ବନେଇବାରେ ସଫଳତା ହାସଲ କରିଥିଲେ । ଏହି ଔଷଧ ମୁଖ୍ୟତଃ ରୋଗ ପ୍ରତିଷେଧକ ଶକ୍ତି ବଢେଇବା ସହ କରୋନା ଭାଇରସକୁ ଶରୀରରେ ଆକ୍ରାନ୍ତ ହେବାକୁ ରୋକିବ । ଏହା ବିଷୟରେ ଡାକ୍ତର ଜୟଦୀପ ଆର୍ଯ୍ୟ ଟ୍ବିଟ କରି କହିଥିଲେ ଯେ, “ ଏହା ଶରୀରର ଊର୍ଜାକୁ ସଂପୂର୍ଣ୍ଣ ରୂପେ ସନ୍ତୁଳିତ କରିବ ଏବଂ ଏହା ସହିତ ରୋଗ ପ୍ରତିଷେଧକ ଶକ୍ତିକୁ ମଧ୍ୟ ବଢେଇବ” । ପତାଞ୍ଜଳି ଦ୍ଵାରା ଏହାର ନାମ ଆୟୁର୍ବେଦିକ ବିଜୟ କୋରୋଲିନ ରଖାହୋଇଛି ।

୩ ଦିନରେ ୬୯% ରିକଭରୀର ବିଶ୍ଵାସ


ସ୍ଵାମୀ ରାମଦେବ ବାବା ଏହି ଔଷଧ ବିଷୟରେ ବିଶ୍ଵାସ ଦେଇ କହିଥିଲେ ଯେ, ୨୮୦ ରୋଗୀଙ୍କୁ କରାଯାଇଥିବା ଅଧୟନ ଦ୍ଵାରା ଜଣା ପଡିଛି ୩ ଦିନ ମଧ୍ୟରେ ୬୯ ପ୍ରତିଶତ ରୋଗୀ ଠିକ ହୋଇଛନ୍ତି । ବହୁତ କମ ସମୟରେ ଅର୍ଥାତ ୩ ଦିନରେ ବହୁତ ଭଲ ରିକଭରୀ ହୋଇଥିବାର ପତାଞ୍ଜଳି ଆଶ୍ଵାସନା ଦେଇଥିଲା । କୁହାଯାଇଛି ଏହି ଔଷଧ ଶରୀରର ରେଶ୍ପିରେଟ୍ରି ସିଷ୍ଟମକୁ ମଝବୁତ କରିବା ସହ କରୋନା ଭାଇରସର ସଂକ୍ରମଣକୁ ରୋକିବ ।

ଏହିପରି ଦେଶ ଦୁନିଆର ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *