Special Report- ମୁଣ୍ଡ ନୁହେଁ ତ ମେସିନ, ବୟସ ମାତ୍ର ସାଢ଼େ ତିନି ବର୍ଷ, ବିଚକ୍ଷଣ ବୁଦ୍ଧିରେ କରୁଛି ରେକର୍ଡ ପରେ ରେକର୍ଡ, ଦେଖନ୍ତୁ Video

ବନ୍ଧୁଗଣ ସାଧାରଣତଃ କେତେକ ଛୁଆ ଏପରି ଅଛନ୍ତି ଯେଉଁ ମାନଙ୍କୁ ପାଠ ପଢିବାରେ ଅଧିକ ସମୟ ଲାଗିଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ପିଲା ଅଛନ୍ତି ଯେଉଁ ମାନେ ନିଜ ବୟସ ଅନୁସାରେ ପାଠ ପଢି ଥାନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି କୁନି ଛୁଆ ବିଷୟରେ କହିବୁ ଯିଏ ବହୁତ କମ ବର୍ଷରେ ଏହି ଦୁନିଆ ବିଷୟରେ ବହୁତ କିଛି ଜାଣିଛି । ବନ୍ଧୁଗଣ ସେହି କୁନି ଛୁଆଟି ମୁହଁରେ କହିଦେଉଛି ଦେଶ ଦୁନିଆର ସମସ୍ତ କଥା ।

ସେ ଆମ ଭାରତର ନେତା ମନ୍ତ୍ରୀ, ଗଣିତ ଓ ଭୁଗଳ ଆଦି ସମସ୍ତ କଥା କହି ଦେଉଛି । ଗତ କିଛି ଦିନ ହେବ ଏହି କୁନି ଛୁଆଟି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ଏହି ଛୁଆଟିର ବୁଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଛୁଆ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଛୁଆ ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ସେହି ଛୁଆଟି ହେଉଛି ଲୁଧିଆନା ବାସିନ୍ଧା କୂଅର ପ୍ରତାପ ସିଂହ । ବନ୍ଧୁଗଣ କୂଅର ହେଉଛନ୍ତି ଇଶ୍ଵରଙ୍କ ଏକ ନିଆରା ସୃଷ୍ଟି । ଏହି ଭଳି ଉପହାର ପାଇଁ ତାଙ୍କ ବାପା ଇଶ୍ଵରଙ୍କ ନିକଟରେ କୃତଜ୍ଞ ଅଛନ୍ତି । ଭାରି ଯତ୍ନର ସହ ପୁଅର ଲାଳନ ପାଳନ କରୁଛନ୍ତି ବାପା ମା । କୂଅର ବହୁତ କମ ବର୍ଷ ବୟସରେ ଦୁନିଆ ବିଷୟରେ ବହୁତ କଥା ଜାଣିଛନ୍ତି ଓ ଏହା ସହ ସେ ବହୁତ ଭଲ ପାଠ ମଧ୍ୟ ପଢୁଛନ୍ତି ।

ଯେଉଁ ବୟସରେ ଛୁଆ ମାନେ ଖେଳ କୁଦରେ ଅଧିକ ମନ ଦିଅନ୍ତି ସେହି ବୟସରେ କୂଅର ନିଜ ପାଠକୁ ଗୁରୁତ୍ଵ ଦେଉଛନ୍ତି । ସବୁ ଦେଶ ଓ ରାଜଧାନୀ ଗୁଡିକର ନାମ ପୁରା ମୁଖସ୍ଥ । ସେ ଥରେ ଯେଉଁ ମାନଚିତ୍ର ଦେଖନ୍ତି ଆଖିରେ ତାଙ୍କର ପ୍ରିଣ୍ଟ ହୋଇ ରାହି ଯାଏ ।

କୂଅରଙ୍କ ଆଗରେ ଯାହା ବି କଥା ହେଲେ ତାଙ୍କ ବ୍ରେନରେ ତାହା ରେକର୍ଡ ହୋଇ ରାହି ଯାଏ । ଯେତେ ବଡ ଗୁଣନ ହରଣ ହେଉ ସେ ସହଜରେ ସମାଧାନ କରି ଦିଅନ୍ତି । ମିଶାଣ ଫେଣାଣ ତାଙ୍କ ମୁହଁରେ ଅଛି । ଯେତେ ବି ପ୍ରଶ୍ନ ପଚାରିଲେ ଅତି କମ ସମୟରେ କୂଅର ସେହି ପ୍ରଶ୍ନର ଉତ୍ତର ଦେଇ ଦିଅନ୍ତି ।

ମାତ୍ର ୩ ବର୍ଷରେ ଏହି ପରିକା ଅଦ୍ଭୁଦ ସ୍ମରଣ ଶକ୍ତି ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି କୁନି ପିଲାଟିର ବୁଦ୍ଧି ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *