କୁନ୍ଦୁରୀ ଖାଇବା ଦ୍ଵାରା ମୂଳରୁ ଶେଷ ହୋଇଥାଏ ଏହି ଭୟଙ୍କର ରୋଗ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କୁନ୍ଦୁରୀ ଖାଇବା ଦ୍ଵାରା ଆମ ଶରୀର କୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ ଏବଂ ଏହା ଖାଇବା ଦ୍ଵାରା ଆମକୁ କେଉଁ ସବୁ ଭୟଙ୍କର ରୋଗରୁ ମୁକ୍ତି ମିଳିଥାଏ। କୁନ୍ଦୁରୀ ଏକ ଉଷ୍ଣ କଟିବନ୍ଧୀୟ ଲତା ଅଟେ। ଏହା ସମଗ୍ର ଭାରତ ବର୍ଷରେ ମିଳିଥାଏ ଏବଂ ବହୁତ ସ୍ଥାନରେ ଏହାର ଚାଷ ମଧ୍ୟ କରା ଯାଇଥାଏ।ଏହି କୁନ୍ଦୁରୀ ର ବୈଜ୍ଞାନିକ ନାମ ହେଉଛି ‘କୋକୋସିନିଆ କାର୍ଡିଫୁଲିଆ’। ଏହାକୁ ଆୟୁର୍ବେଦ ରେ ବିମ୍ବୀ ଫଳ ନାମରେ ଜଣା ଯାଇଥାଏ। ସର୍ବ ପ୍ରଥମେ ଏହି କୁନ୍ଦୁରୀ ର ଚାଷ ଆଫ୍ରିକା ଏବଂ ଏସିଆ ରେ କରାଯାଇଥିଲା। ଏହି ସବୁଜ ପରିବା ର ବ୍ୟବହାର ସମସ୍ତ ବ୍ୟକ୍ତି ତରକାରୀ କରିବା ନିମନ୍ତେ ବ୍ୟବହାର କରିଥାନ୍ତି।

ଓଡ଼ିଶା ର ପ୍ରାୟ ବ୍ୟକ୍ତି ଏହି ସବୁଜ ପରିବା ର ବ୍ୟବହାର କରିଥାନ୍ତି। ଖାଦ୍ୟ ପଦାର୍ଥ ରୂପରେ ବ୍ୟବହୃତ ହେଉଥିବା ଏହି କୁନ୍ଦୁରୀ ମଧ୍ୟରେ ଅନେକ ଗୁଡ଼ିଏ ଫାଇଦା ରହିଛି। ଏହାର ସେବନ ଦ୍ଵାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଲାଭକାରୀ ପୋଷକ ତତ୍ତ୍ୱ ପ୍ରାପ୍ତ ହୋଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁଜ ପରିବା କୁନ୍ଦୁରୀ ର ଫାଇଦା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ। ଆସନ୍ତୁ କୁନ୍ଦୁରୀ ର ଫାଇଦା ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ ବିଚ୍ଛା କାମୁଡ଼ି ଦେଇଛି ତେବେ କୁନ୍ଦୁରୀ ର ପତ୍ର ଅତ୍ୟନ୍ତ ଲାଭକାରୀ ହୋଇଥାଏ ଏବଂ ଏହାର ବ୍ୟବହାର କରା ଯାଇଥାଏ। ଯଦି ଆପଣ ବିଚ୍ଛା କାମୁଡ଼ି ଥିବା ସ୍ଥାନରେ କୁନ୍ଦୁରୀ ପତ୍ର ର ରସ ବାହାର କରି ଲଗାଇଲେ, ବିଚ୍ଛା ର ବିଷ ଆମ ଶରୀର ଭିତରେ ବ୍ୟାପି ନଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଆଦିବାସୀ ମାନଙ୍କ କହିବା ଅନୁସାରେ ଯଦି ଆପଣ କିଛି ଦିନ ନିୟମିତ ଭାବରେ କଞ୍ଚା କୁନ୍ଦୁରୀ ର ସେବନ କରିବେ ତେବେ ଆପଣଙ୍କ ଆଖି କେବବି ଖରାପ ହେବ ନାହିଁ ଏବଂ ଦୃଷ୍ଟି ଶକ୍ତି ପ୍ରଖର ହେବ। କଞ୍ଚା କୁନ୍ଦୁରୀ ଖାଇବା ଦ୍ଵାରା ଭବିଷ୍ୟତ ରେ ମଧ୍ୟ କେବେବି ଆଖିରେ ଚଷମା ଲଗାଇବାର ଆବଶ୍ୟକତା ପଡ଼ିନଥାଏ।

ଏହା ସହିତ ଯଦି ଆପଣ ନିୟମିତ ଭାବରେ ପ୍ରତିଦିନ କୁନ୍ଦୁରୀ ର ତରକାରୀ ସେବନ କରିବେ ତେବେ ଆପଣଙ୍କ କେଶ ଝଡ଼ିବା ସମସ୍ୟା ବନ୍ଦ ହୋଇଯିବ ଏବଂ କେଶ ଘନ ଓ ମଜବୁତ ରହିବ ଏବଂ ଆପଣ ଚନ୍ଦାପଣ ଭଳି ସମସ୍ୟା ରୁ ମଧ୍ୟ ମୁକ୍ତି ପାଇ ପାରିବେ।

୩. ବନ୍ଧୁଗଣ ତୃତୀୟ ଏବଂ ଶେଷରେ ହେଉଛି, ନିୟମିତ କୁନ୍ଦୁରୀ ର ସେବନ ଦ୍ଵାରା ହାର୍ଟ ଜନିତ ସମସ୍ୟା ରୁ ମୁକ୍ତି ମିଳିଥାଏ। କୁନ୍ଦୁରୀ ଖାଇବା ଦ୍ଵାରା ଆମ ହାର୍ଟବିଟ ନିୟନ୍ତ୍ରିତ ରହିଥାଏ ଏବଂ ଶରୀରରେ ସଠିକ ଭାବରେ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ହାର୍ଟ ରେ ରକ୍ତ ବାଧା ଆଦି ରୁ ବଞ୍ଚାଇ ଥାଏ। ଏହା ସହିତ ହାର୍ଟ ଆଟାକ ଭଳି ଭୟଙ୍କର ରୋଗରୁ ରକ୍ଷା ମିଳିଥାଏ। କୁନ୍ଦୁରୀ ଖାଇବା ଦ୍ଵାରା ଆମ ଶରୀର ସର୍ବଦା ଉର୍ଜାମାନ ଏବଂ ସୁସ୍ଥ ରହିଥାଏ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *