ୟାସ ଅପଡେଟ- ବାତ୍ୟାର କରାଳ ରୂପ, କୂଳ ଲଙ୍ଘିଲା ସମୁଦ୍ର, ଗାଁରେ ପଶିବା ସହ ଭସାଇ ନେଲା ଘର ଦ୍ଵାର, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ବାତ୍ୟା ର ରୂପ ଧାରଣ କରିଛି ୟଶ । ବର୍ତ୍ତମାନ ବାତ୍ୟା ଯାସ ର ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ଏଭଳି ପୂର୍ବାନୁମାନ କରିଛନ୍ତି ।

କିନ୍ତୁ ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ସଂପର୍କରେ ଯେଉଁ ନକ୍ସା ଜାରି କରାଯାଇଛି,ଏହା ସୂଚାଉଛି ଯେ ସମ୍ଭାବ୍ୟ ବାତ୍ୟା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଆଖି ପକାଇଛି ଏବଂ ପାଖାପାଖି ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ । ତେବେ ‘ୟାସ୍’ ଭୀଷଣ ବାତ୍ୟା ରୂପ ନେଇ ଅନେକ କ୍ଷୟକ୍ଷତି କରାଉଛି । ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୪୫ -୧୫୫ କିଲୋମିଟର ରହୁଛି ।

ଆଇଏମ୍‌ଡି ଆହୁରି କହିଛି ଯେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଜଗତ୍‌ସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲାରେ ପଡ଼ିଛି । ତେବେ ଗଞ୍ଜାମଠାରୁ ଆରମ୍ଭ କରି ବାଲେଶ୍ବର, ମୟୂରଭଂଜ ପର୍ଯ୍ୟନ୍ତ ଓ ଏହାର ସଂଲଗ୍ନ ଜିଲ୍ଲାମାନଙ୍କରେ ‘ୟାସ୍’ ତା’ର ଚିହ୍ନ ଛାଡୁଛି ।

୨୪ ତାରିଖ ଅପରାହ୍ଣରୁ ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶା ଅନୁଭବ କରି ଆସୁଛି । କିନ୍ତୁ ୨୫ରୁ ବର୍ଷା ଆରମ୍ଭ ହୋଇଯାଇଛି ଓ ୨୬ ତାରିଖରେ ବିପର୍ଯ୍ୟୟ ମଧ୍ୟ ଘଟାଉଛି । ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏବେଠାରୁ ସବୁ ବନ୍ଦରରେ ପାଣିପାଗ ବିଭାଗ ୧ନମ୍ବର ବିପଦ ସଙ୍କେତ ଜାରି କରିଛି ।

ବାତ୍ୟା ‘ୟାସ’ ଯେତେ ପାଖେଇ ଆସୁଛି, ସେତେ ପରିମାଣରେ ଅଶାନ୍ତ ହେବାରେ ଲାଗିଛି ସମୁଦ୍ର। ଗୁରୁ ଗର୍ଜନ କରି କୂଳ ଲଙ୍ଘିବାକୁ ମାଡି ଆସୁଛି ଗୋଟିଏ ପରେ ଗୋଟିଏ ଢେଉ । କୂଳ ଲଙ୍ଗି ରାସ୍ତାକୁ ଆସିଲା ସମୁଦ୍ର।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଞ୍ଚୁବିସା ଅଞ୍ଚଳର ରାସ୍ତାରେ ଲହରୀ ଭାଙ୍ଗୁଛି ଲୁଣାପାଣି । ଭୟଙ୍କର ରୂପ ନେଉଛି ସମୁଦ୍ର । ବାଲେଶ୍ୱର ଜିଲ୍ଲା ତାଳସାରୀରେ କୂଳ ଲଙ୍ଘିଲା ସମୁଦ୍ର। ଗାଁରେ ପଶିବା ସହ ଭସାଇ ନେଲା ଅନେକ ଘର ଦ୍ଵାର । ଯାହା ଆପଣ ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖି ପାରୁଥିବେ ।

Leave a Reply

Your email address will not be published. Required fields are marked *