ଭୟଙ୍କର ରୂପ ନେଲା ସମୁଦ୍ର ହୋଇଛି, ଦେଖନ୍ତୁ କେମିତି ଗାଁ ପାଲଟିଗଲା ସମୁଦ୍ର- ୟାସ ଅପଡେଟ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶ କରୋନା ମହାମାରୀ ଦ୍ଵିତୀୟ ଲହରର କୋପକୁ ସହିବା ସହ ଝଡ ବାତ୍ୟାର ମଧ୍ୟ ସମ୍ମୁଖୀନ ହେଉଛି । ଗତ କିଛି ଦିନ ତଳେ ଭାରତରେ ଏକ ଝଡ ବାତ୍ୟା ‘ତାଉତେ’ ଆସିଥିଲା ।

ଏହି ବାତ୍ୟାଟି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡ ଫଲ କରିଥିଲା । ବର୍ତ୍ତମାନ ପୁଣି ଏକ ଝଡ ବାତ୍ୟା ଆସିଯାଇଛି । ଏହି ଝଡ ବାତ୍ୟାର ନାମ ହେଉଛି ‘ୟଶ’ । ବନ୍ଧୁଗଣ ଗତ କିଛି ଦିନ ହେବ ଏହି ଝଡ ବାତ୍ୟାଟି କେତେକ ସମୁଦ୍ର ଉପକୂଳ ଦେଇ ଚାଲି ଆସୁଥିଲା ଓ ବାଲେଶ୍ଵର ର ଧାମରା ରେ ବର୍ତ୍ତମାନ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ 3-4 ଘଣ୍ଟା ଧରି ଚାଲିବ ।

ବାଲେଶ୍ଵର ଉପକୂଳ ଦେଇ କ୍ରଶ କରିଥିବାରୁ ବାଲେଶ୍ଵର ଜିଲ୍ଲାରେ ଅନେକ କ୍ଷୟ କ୍ଷତି ହୋଇଛି । ସମୁଦ୍ର ଅଶାନ୍ତ ହୋଇଛି । 9 ଫୁଟ ଉଚ୍ଚ ଜୁଆର ମଧ୍ୟ ଆସୁଛି । ସମୁଦ୍ର କୁଳ ଅଞ୍ଚଳ ଗୁଡିକ ଭସାଇ ଦେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ବାତ୍ୟା ପାଇଁ ବାଲେଶ୍ଵର ଜିଲ୍ଲାରେ ହୋଇଥିବା କ୍ଷୟ କ୍ଷତି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବାଲେଶ୍ଵର ଉପକୂଳ ଦେଇ ଝଡ ବାତ୍ୟା ‘ୟଶ’ କ୍ରଶ କରିଛି । ଏହାଦ୍ବାରା ବାଲେଶ୍ଵର ଜିଲ୍ଲାରେ ଅନେକ କ୍ଷୟ କ୍ଷତି ହୋଇଛି । ଚାଳ ଓ ଆଜବେଷ୍ଟ ଘର ଗୁଡିକ ଭାଙ୍ଗି ଯାଇଥିବାର ନଜର ଆସିଛି । ରହି ବାତ୍ୟାର କିଛି ଖାସ ପ୍ରଭାବ ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି । ସମୁଦ୍ର କୁଳ ଲଙ୍ଘି ମାଡି ଆସିଛି ।

ଯାହା ଦ୍ଵାରା ଅନେକ ଗାଁ ଗଣ୍ଡା ଜଳ ମଗ୍ନ ହୋଇ ଯାଇଛନ୍ତି । ଗାଁ ଗଣ୍ଡା ସମୁଦ୍ର ର ଲୁଣୀ ପାଣିରେ ଭାସୁଛନ୍ତି । ଯାହା ଆପଣ ଏହି ଭିଡିଓ ରେ ଦେଖି ପାରିବେ । କେତେକ ସମୁଦ୍ର ଉପକୂଳ ପାଖରେ ଥିବା ଗଛ ଓ ଛପର ଘର ଗୁଡିକ ଭାଙ୍ଗି ଯାଇଛି । ଏହା ସହିତ ଅନେକ ଘରେ ପାଣି ମଧ୍ୟ ପସିଯାଇଛି । ରାସ୍ତା ଘାଟ ଗୁଡିକ ପାଣିରେ ଭରିଯାଇଛି ।

ଦୁଃଖର କଥା ଏହା ହେଉଛି ଯେ, କିଛି ଲୋକଙ୍କ ଘର ଏହି ବାତ୍ୟାର ପ୍ରଭାବରେ ଭାଙ୍ଗି ଯାଇଛି ଓ ଅନ୍ୟ ପକ୍ଷରେ ଖୁସିର କଥା ଏହା ହେଉଛି ଯେ, ଏହି ବାତ୍ୟା ‘ଫନି’ ମହାବାତ୍ୟା ପରି ଅଧିକ କିଛି କ୍ଷୟ କ୍ଷତି କରିନାହିଁ ।

ବାଲେଶ୍ଵର ଜିଲ୍ଲାର ରକ୍ଷା ପାଇଁ କେତେକ ସରକାରୀ କର୍ମଚାରୀ ମାନେ ଏହି ବାତ୍ୟା ସମୟରେ କାମ କରୁଛନ୍ତି । ବର୍ତ୍ତମାନ ଏହି ବାତ୍ୟାର ପ୍ରଭାବ ହେତୁ କିଛି ରାଜ୍ୟରେ ବର୍ଷା ଓ ପବନ ଆଦି ହେଉଛି । ବାଲେଶ୍ଵର ଜିଲ୍ଲାରେ ଘଣ୍ଟା ପ୍ରତି ୧୪୫- ୧୫୦ ପବନ ବହୁଛି ।

Leave a Reply

Your email address will not be published. Required fields are marked *