କାନ୍ଦି କାନ୍ଦି Sumit ଙ୍କୁ ଆକୁଳ ନିବେଦନ କରୁଛନ୍ତି Tapaswini, ଆଉ କହୁଛନ୍ତି କି ଏମିତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ପ୍ରତି ଦିନ କିଛି ନା କିଛି ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ଦୀର୍ଘ ଏକ ମାସ ଉପରେ ହେଇଗଲାଣି ଏହି ମାମଲାର କୌଣସି ସମାଧାନ ବାହାରି ନାହିଁ । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଉଭୟ ସୁମିତ ଓ ତପସ୍ଵିନୀ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉ ଛନ୍ତି । ବନ୍ଧୁଗଣ ଏହି ମାମଲାରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି ଓ ଆଜି ଏହି ମାମଲାର ଶୁଣାଣି ହେବାକୁ ଯାଉଛି ।

ବନ୍ଧୁଗଣ ଗତ କିଛି ସମୟ ତଳେ ସୋସିଆଲ ମିଡିଆରେ ତପସ୍ଵିନୀ ଏକ ଭିଡିଓ ଅପଲୋଡ କରିଥିଲେ ଓ ବର୍ତ୍ତମାନ ସେହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କ ସେହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ତପସ୍ଵିନୀ କାନ୍ଦି କାନ୍ଦି କହୁଛନ୍ତି-‘ଡିମ୍ପଲର କିଛି ବି ନାହିଁ ସୁମିତକୁ ଦେବା ପାଇଁ କେବଳ ଡିମ୍ପଲ ହିଁ ଅଛି ସୁମିତ ପାଇଁ । ମୁ ବାସ ଏତିକି କହିବାକୁ ଚାହିଁ ବି ଯେ, ସୁମିତ ତମେ ଯେଉଁ ଡିମ୍ପଲକୁ ଦେଖିଛ ଆଜି ସେହି ଡିମ୍ପଲ ତମ ସହ ଛିଡା ହେବାକୁ ଚାହୁଁଛି । ମୁ ବଞ୍ଚିଛି ମତେ ନେଇ ଯାଅ କିଏ ଜାଣେ କାଲି ଯଦି ମୋ ମୁଣ୍ଡକୁ ମରିବା ପାଇଁ ଆସେ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ଆଜ୍ଞା ମତେ ବହୁତ କଷ୍ଟ ହେଇଛି ଯେଉଁ ମାନେ ଭାବୁ ଛନ୍ତି ଯେ ମୁ ଟଙ୍କା ପାଇଁ ଏ ସବୁ କରୁଛି ସେ ସବୁ ଭୁଲ ଆଜ୍ଞା । ମୁ ପଇସା ପାଇଁ କରୁ ନାହିଁ ମୁ ମୋ ସ୍ଵାମୀଙ୍କୁ ଚାହୁଁଛି ମୁ ମୋ ସୁମିତକୁ ଚାହୁଁଛି । ମୁ ଆପଣ ମାନଙ୍କୁ ଅନୁରୋଧ କରୁଛି ମୋତେ ଖରାପ କୁହନ୍ତୁ ନାହିଁ କି ସୁମିତକୁ ବି କୁହନ୍ତୁ ନାହିଁ । କାହିଁକି ନା ମୁ ଜାଣିଛି ସୁମିତକୁ କେତେ ମେଣ୍ଟାଲି ପ୍ରେସର ପକାଉ ଥିଲେ ତ ଏବେ ସେ କାହିଁକି ଏମିତି ହେଉଛନ୍ତି ସେ ବିଷୟରେ ମୁ ଜାଣି ନାହିଁ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘କେବଳ ଏତିକି କହିବି ବାପା ଦୟା କର । ଛୋଟ ଝିଅ ଭାବିକି ଯଦି ମୁ କିଛି ଭୁଲ କରିଛି କ୍ଷମା କର । ମୋତେ ମୋ ସ୍ଵାମୀକୁ ଦେଇ ଦିଅ ମୁ ଆଉ ପାରୁ ନାହିଁ । ମୁ ଏ ଲଡେଇ କେବଳ ସୁମିତ ପାଇଁ କରୁଛି ବଞ୍ଚି ଥାଉ ଥାଉ ମୋତେ ଆକ୍ସେପ୍ଟ କରିଦିଅ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ କାନ୍ଦି କାନ୍ଦି ସୁମିତଙ୍କୁ ନିବେଦନ କରିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *