ସବୁ ଚେଷ୍ଟା ପରେ ବି ଜୀବନ ଯୁଦ୍ଧରେ ହାରିଗଲେ Abhishek, କୋହଭରା କଣ୍ଠରେ ଦାଦା କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିଷେକ ମହାପାତ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅଭିଷେକ ଗତ କିଛି ମାସ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନାରେ ସଂକ୍ରମିତ ହେବା ପରେ ଅଭିଷେକଙ୍କ ଅବସ୍ତା ଗୁରୁତର ହୋଇଯାଇଥିଲା । ଏହା ପରେ ଅଭିଷେକଙ୍କୁ ଇକମୋ ଚିକିତ୍ସା ପାଇଁ କଲିକତା ପଠାଯାଇଥିଲା । ବନ୍ଧୁଗ ଇକମୋ ଚିକିତ୍ସା ପାଇଁ ତାଙ୍କ ପରିବାର ପାଖରେ ଅର୍ଥ ନଥିବାରୁ ତାଙ୍କ ପରିବାର ଲୋକ ଜନସାଧାରଣ ମାନଙ୍କୁ ସାହାର୍ଯ୍ୟ ନିମନ୍ତେ ଗୁହାରି କରିଥିଲେ ।

ଜନସାଧାରଣ ମାନଙ୍କ ଆର୍ଥିକ ସହାୟତା ଦ୍ଵାରା ଅଭିଷେକ ଇକମୋ ଚିକିତ୍ସା ପାଇଁ କଲିକତା ଯାଇ ପାରିଥିଲେ । ଇକମୋ ଚିକିତ୍ସା ସଫଳତା ପୂର୍ବକୁ ହୋଇଥିଲା ଓ ଅଭିଷେକ ଓଡିଶା ଫେରିଥିଲେ । ତାଙ୍କ ଅବସ୍ତା ମଧ୍ୟ ଠିକ ଠାକ ଥିଲା ଏବଂ ବହୁତ ଭଲ ଭାବରେ ତାଙ୍କର ଚିକିତ୍ସା ହେଉଥିଲା । କିନ୍ତୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ଆଖି ମଧ୍ୟ ଭରିଯିବ । ବନ୍ଧୁଗଣ ବହୁତ ଚେଷ୍ଟା ପରେ ମଧ୍ୟ ଅଭିଷେକଙ୍କୁ ବଞ୍ଚେଇ ପାରି ନାହାନ୍ତି ତାଙ୍କ ପରିବାର ଲୋକ ।

ଅଭିଷେକ ଗତ କାଲି ରାତ୍ରି ସମୟରେ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଏହା ହେଉଛି ଏକ ବହୁତ ବଡ ଦୁଃଖର ଖବର । ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ଏହି ଖବରଟି ବହୁତ ଭା-ଇ-ରା-ଲ ହେଉଛି । ସମସ୍ତ ଲୋକ ଅଭିଷେକଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଖାସ କରି ତାଙ୍କ ପରିବାର ଲୋକ ସମସ୍ତ ପ୍ରକାରର ପୂଜା ଅର୍ଚ୍ଚନା ତାଙ୍କ ପାଇଁ କରିଥିଲେ ହେଲେ ଅଭିଷେକ ଆମ ସମସ୍ତଙ୍କୁ ଛାଡି ପରଲୋକକୁ ଚାଲିଯାଇଛନ୍ତି ।

ଅଭିଷେକଙ୍କ ଦେହାନ୍ତକୁ ନେଇ ତାଙ୍କ ଦାଦା ମି-ଡି-ଆ ସାମ୍ନାରେ କିଛି କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଅଭିଷେକଙ୍କ ମାମୁଙ୍କ ମତରେ-‘ ବିବାହର ୬ ରୁ ୭ ଦିନ ମଧ୍ୟରେ ଅଭିଷେକକୁ କରୋନା ହୋଇଗଲା ଆମେ ଜାଣିବା ପରେ ଆମେ ତାକୁ ଭୁବନେଶ୍ଵର ହସ୍ପିଟାଲକୁ ନେଇ ଯାଇଥିଲୁ’ ।

ଏହାପରେ ଆଗକୁ ତାଙ୍କ ଦାଦା କହିଲେ-‘ଭୁବନେଶ୍ଵର କଳିଙ୍ଗ ହସ୍ପିଟାଲରେ ଅଭିଷେକ ୨୦ ରୁ ୨୨ ଦିନ ରହିଲା । ହେଲେ ଅଭିଷେକର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ଇକମୋ ଚିକିତ୍ସା ପାଇଁ କଲିକତା ପଠେଇ ଥିଲୁ । ଦୀର୍ଘ ୪ ମାସ ହେବ ତାର ଚିକିତ୍ସା ଚାଲିଥିଲା । ହେଲେ ଦୁଃଖର ଖବର କାଲି ଆମେ ପାଇଲୁ । କାଲି ସନ୍ଧ୍ୟା ୭ ରୁ ୧୦ ମଧ୍ୟରେ ତାର ଦେ-ହା-ନ୍ତ ହୋଇଛି’ ।

ଏହାପରେ ଆଗକୁ ତାଙ୍କ ଦାଦା କହିଲେ-‘ଆମେ ମାନେ ସବୁ ପ୍ରକାରର ଚେଷ୍ଟା କରି ମଧ୍ୟ ଅଭିଷେକକୁ ବଞ୍ଚେଇ ପାରିଲୁ ନାହିଁ । ଓଡିଶା ଲୋକଙ୍କର ଗୋଟେ ଇଛା ଥିଲା ଯେ, ଅଭିଷେକ କେମିତି ଭଲ ହେଇଯାଉ ହେଲେ ହୋଇପାରିଲା ନାହିଁ । ଠାକୁରଙ୍କର ଯାହା ନିର୍ଦ୍ଦେଶ ଥିଲା । କାଲି ତାର ଦେ-ହା-ନ୍ତ ହୋଇଛି ଓ ତାର ମୃ-ତ ଶରୀର ଆଜି ଆସୁଛି । ଆସିବା ପରେ ତାର ସ-ବ ସ-ତ୍କା-ର ହେବ । ଆମେ ମାନେ ଆଶା କରୁଛୁ ତାର ଆତ୍ମା ଶାନ୍ତି ମିଳୁ’ ।

Leave a Reply

Your email address will not be published. Required fields are marked *