IAS ଅଫିସରଙ୍କ ଦରମା କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆଇଏସ ଅଫିସର ଆମ ଭାରତର ସବୁଠାରୁ ବଡ଼ ଚାକିରୀ ମଧ୍ୟରୁ ଗୋଟିଏ । ଗୋଟିଏ ଆଇଏସ ଅଫିସର ହେବାପାଇଁ ଗୋଟିଏ ବିଦ୍ୟାର୍ଥୀକୁ ବହୁତ କଠିନ ପରୀକ୍ଷା ଦେବାପାଇଁ ପଡିଥାଏ । ତା’ ପାଇଁ ତାକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥାଏ । ଗୋଟିଏ ଆଇଏସ ଅଫିସର ପାଖରେ ସବୁକିଛି ପାୱାର ଥାଏ ,କାରଣ ସେ ଗୋଟିଏ ଜିଲ୍ଲାର ମୁଖ୍ୟ ହେଇଥାଏ । ଜିଲ୍ଲାର ଦାୟିତ୍ଵ ତା’ ପାଖରେ ଥାଏ । କିପରି ଜିଲ୍ଲାର ଉନ୍ନତି ହେଇ ପାରିବ ତାହା ମଧ୍ୟ ତାଙ୍କୁ ଦେଖିବାକୁ ପଡିଥାଏ । ଯଦି ଆମେ IAS ଅଫିସରଙ୍କ ଦରମା ବିଷୟରେ କହିବା ତେବେ ସବୁ ଆଇଏସ ଅଫିସରଙ୍କ ଦରମା ସମାନ ହୋଇ ନଥାଏ ।

ପ୍ରତିବର୍ଷ ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ପାଖାପାଖି ୧୫୦ ଜଣଙ୍କୁ ସିଲେକ୍ଟ କରାଯାଇଥାଏ । ସିଲେକ୍ସନ ସରିଲା ପରେ ତାଙ୍କୁ ୩ଟି ବିଭାଗରେ ଚାକିରୀ ମିଳିଥାଏ । ପ୍ରଥମଟି ହେଲା: District Administration , ଦ୍ୱିତୀୟଟି ହେଲା: State Secretariat , ଓ ତୃତୀୟଟି ହେଲା: Central Secretariat ।

ଆସନ୍ତୁ ଏହା ବିଷୟରେ ଭଲ ଭବରେ ବୁଝିନେବା:

ପ୍ରଥମରେ: District Administration ର ଛଅ ଗୋଟି ସ୍ତର ରହିଛି ,

୧ମ: Sub Divisional Magistrate. ଏଥିରେ ଆପଣଙ୍କୁ ଚାରି ବର୍ଷ ଧରି କାମ କରିବାକୁ ପଡିଥାଏ ।

୨ୟ: Additional District Magistrate. ଏଥିରେ ଆପଣଙ୍କୁ ତିନି ବର୍ଷ ଧରି କାମ କରିବାକୁ ପଡିଥାଏ ।

୩ୟ: District Magistrate. ଏହି ପଦକୁ କଲେକ୍ଟର ବୋଲି ମଧ୍ୟ କୁହାଯାଏ । ଏଥିରେ ଆପଣଙ୍କୁ ତିନି ବର୍ଷ ଧରି କାମ କରିବାକୁ ପଡିଥାଏ ।

District Administration ମାନଙ୍କର Divisional Commissioner ପର୍ଯ୍ୟନ୍ତ ପ୍ରମୋସନ ହୋଇଥାଏ ।

ଦ୍ୱିତୀୟରେ: State Secretariat ମାନଙ୍କର ପ୍ରମୋସନ Principal Secretary ପର୍ଯ୍ୟନ୍ତ ହୋଇଥାଏ । ତୃତୀୟରେ: Central Secretariat ମାନଙ୍କର ପ୍ରମୋସନ Additional Secretary ପର୍ଯ୍ୟନ୍ତ ହୋଇଥାଏ ।

ସମସ୍ତ ଆଇଏସ ଅଫିସରଙ୍କ ବେସିକ ପେମେଣ୍ଟ ସମାନ ଥାଏ । ଯାହାକି ୫୭୦୦୦ ହୋଇଥାଏ । ତା ସହିତ ସେମାନଙ୍କୁ ଘର ଭଡା ଓ ଟ୍ରାଭେଲିଂ ଖର୍ଚ୍ଚ ମଧ୍ୟ ମିଳିଥାଏ । ସେମାନଙ୍କୁ ବଡ଼ ସହର ପାଇଁ ଦରମାର ୨୪ପ୍ରତିଶତ , ମଧ୍ୟମ ଧରଣର ସହର ପାଇଁ ୧୬ ପ୍ରତିଶତ ଓ ନିମ୍ନ ଧରଣର ସହର ପାଇଁ ୮ପ୍ରତିଶତ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ବଡ ସହରରେ ରହୁଥିବା ଅଫିସର ମାନଙ୍କ ଦରମା ୮୬୦୦୦ ଟଙ୍କା, ମଧ୍ୟମ ସହରରେ ରହୁଥିବା ଅଫିସର ମାନଙ୍କୁ ୭୮୦୦୦ ଟଙ୍କା ଓ ଛୋଟ ସହରରେ ରହୁଥିବା ଅଫିସର ମାନଙ୍କୁ ୭୩୦୦୦ ଟଙ୍କା ଦିଆଯାଇଥାଏ ।

ଯେତେବେଳେ ସେମାନଙ୍କର ପ୍ରମୋସନ ହୋଇଥାଏ ସେମାନଙ୍କ ଦରମା ୨ ଲକ୍ଷ ୨୫ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *