୧୫ ବର୍ଷର ବାଳକ ସହିତ ୧୦ ବର୍ଷ ବଡ ଭାଉଜର ହେଲା ବାହାଘର ଆଉ ଚତୁର୍ଥୀରେ ଯାହା ହେଲା ଶୁଣିଲେ ଛାତି ଥରି ଉଠିବ

ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଘଟଣାଟି ହେଉଛି ଜଣେ୧୫ ବର୍ଷର ବାଳକ ସହିତ ୧୦ ବର୍ଷ ବଡ ଭାଉଜର ହେଲା ବାହାଘର, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ଲୋକମାନେ ମାନିଥାନ୍ତି । ବିବାହ ଦ୍ଵାରା ଦୁଇଟି ଆତ୍ମା ଓ ଦୁଇଟି ପରିବାର ମିଳନ ହୋଇଥାଏ ।

ହେଲେ ବିବାହ କରିବାର ଏକ ନିର୍ଦିଷ୍ଟ ବୟସ ସୀମା ପୁଅ ଓ ଝିଅ ମଧ୍ୟରେ ରହିଥାଏ । ବିବାହ ପାଇଁ ପୁଅ ସର୍ବଦା ଝିଅର ବୟସ ସହ ସମାନ କିମ୍ବା ଝିଅ ଠାରୁ ବଡ ହେବା ନିହାତି ଆବଶ୍ୟକ । ହେଲେ ବିହାରରେ ଏମିତି ଏକ ଘଟଣା ଘଟିଛି ଯେଉଁଠି ୧୫ ବର୍ଷର ନାବାଳକ ସହ ୧୦ ବର୍ଷ ଅଧିକ ବଡ ଭାଉଜର ହୋଇଛି ବିବାହ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣାର ପ୍ରକୃତ ରହସ୍ୟ ବିଷୟରେ ।

ବିହାରର ପାଟଣା ସହରରେ ଏକ ପରିବାର ନିଜର ୧୫ ବର୍ଷର ପୁଅକୁ ଜବରଦସ୍ତ ୧୦ ବର୍ଷ ଅଧିକ ଥିବା ନିଜ ବିଧବା ଭାଉଜ ସହ ବିବାହ କରିଦେଲେ । ବିବାହ ପରେ ସେହି ପିଲାକୁ ବହୁତ ବଡ ସଦମା ଲାଗିଥିଲା ଯାହା ଫଳରେ ପିଲାଟି ଘର ଛାଡି ପଳେଈ ଥିଲା । ଏହି ବାଳକଟିର ନାମ ଥିଲା ମହାଦେବ । ମହାଦେବ ୯ମ ଶ୍ରେଣୀରେ ପାଠ ପଢୁଥିଲା । ତାର ପରିବାରରେ ତାର ବାପା, ମା ଓ ଏକ ବଡ ଭାଇ ସନ୍ତୋଷ ଦାସ ରହୁଥିଲେ ।


ବଡଭାଇ ସନ୍ତୋଷର ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇଯାଇଥିଲା । ବଡଭାଇର ମୃତ୍ୟୁ ପରେ ବଡଭାଇର ସ୍ତ୍ରୀ ରୁବି ଦେବୀ ବିଧବା ହୋଇଯାଇଥିଲେ । ଏହା ପରେ ରୁବି ଦେବୀର ବିବାହ ପରିବାର ଲୋକ ୧୫ ବର୍ଷର ନାବାଳକ ମହାଦେବ ସହ କରାଇ ଦେଲେ । ମହାଦେବ ଏହି ବିବାହ ପାଇଁ ରାଜି ନଥିଲା ସେ ବହୁତ ଥର ନିଜ ଘର ଲୋକଙ୍କୁ ଏହି ବିବାହ ନକରିବା ପାଇଁ ମନା କରିଥିଲା । ହେଲେ ଘର ଲୋକ ଜବରଦସ୍ତ ମହାଦେବଙ୍କ ବିବାହ କରାଇଥିଲେ । ବିବାହର ପରଦିନ ମହାଦେବ ନିଜ ଘରୁ ପଳାଇ ଆସିଲା । ଏହା ପରେ ଘରଲୋକ ମହାଦେବଙ୍କୁ ବହୁତ ସ୍ଥାନରେ ଖୋଜିବାକୁ ଚେଷ୍ଟା କରିଥିଲେ ହେଲେ ମହାଦେବ କେଉଁଠି ମିଳିନଥିଲା ।

 

ଏହାପରେ ଦୁତୀୟ ଦିନ ମହାଦେବକୁ ଖୋଜିବା ପାଇଁ ପରିବାର ଲୋକ ପୁଣି ଚେଷ୍ଟା କରିଥିଲେ । ହେଲେ ମହାଦେବ ଯେଉଁ ଅବସ୍ଥାରେ ମିଳିଥିଲା ତାହା ତାର ପରିବାର ଲୋକଙ୍କ ହୋସ ଉଡାଇ ଦେଇଥିଲା । ମହାଦେବ ଫାଶୀ ଦେଇ ଆତ୍ମହତ୍ୟା କରିଦେଇଥିଲା । ମହାଦେବର ମୃତ୍ୟୁ ପଛରେ ଦୋଷୀ ହେଉଛନ୍ତି ତାର ପରିବାର ଲୋକ । ହେଲେ ମହାଦେବଙ୍କୁ ବିବାହ ପାଇଁ ଜବରଦସ୍ତି କରିବାର ଏକ ବଡ କାରଣ ଥିଲା ।


ତାହା ହେଉଛି ମହାଦେବର ଭାଇ ସନ୍ତୋଷଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା, ଯାହାଫଳରେ ୮୦ ଲକ୍ଷ ଟଙ୍କା ଜୀବନ ବୀମାରେ ମିଳିଥିଲା । ସେହି ଟଙ୍କାକୁ ନେବା ପାଇଁ ରୁବି ଦେବୀର ପରିବାର ଲୋକ କହୁଥିଲେ । ଟଙ୍କାକୁ ଘରେ ରଖିବା ପାଇଁ ମହାଦେବ ର ବାପା ମହାଦେବକୁ ଏହି ବିବାହ ପାଇଁ ବାଧ୍ୟ କରାଇଥିଲେ । ହେଲେ ସେ ଏହା ଜାଣିନଥିଲେ ଯେ, ଏହି ଭୁଲ ପାଇଁ ତାଙ୍କ ପୁଅ ସବୁଦିନ ପାଇଁ ଚାଲିଯିବ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *