ଜାଣନ୍ତୁ କିପରି ହୋଇଥିଲା ଭଗବାନ ଶିବଙ୍କ ଜନ୍ମ ଓ କିଏ ଅଟନ୍ତି ତାଙ୍କର ପିତା-ମାତା, ଏହି ପୌରାଣିକ କଥାରେ ଲୁଚିଛି ରହସ୍ୟ- Shastra Gyan

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ମହାଦେବ ଙ୍କ ସମ୍ବନ୍ଧରେ ପୌରାଣିକ କଥାରେ ଲୁଚି ରହିଥିବା ଏକ ରହସ୍ୟ ସମ୍ବନ୍ଧରେ। ବନ୍ଧୁଗଣ ତ୍ରିଦେବ ଙ୍କ ମଧ୍ୟରୁ ଜଣେ ଦେବ ଅଟନ୍ତି ମହାଦେବ। ତାଙ୍କୁ ଦେଵ ଙ୍କ ଦେଵ ମହାଦେବ ବୋଲି ଆଖ୍ୟା ଦିଆଯାଇଛି। ଏହା ବ୍ୟତୀତ ମହାଦେବଙ୍କ ର ଆହୁରି ଅନେକ ନାମ ରହିଛି ଯଥା ନୀଳକଣ୍ଠ, ଭୋଳାନାଥ,ରୁଦ୍ର,ଶଙ୍କର,ମହେଶ ଇତ୍ୟାଦି। ତନ୍ତ୍ର ସାଧନା ରେ ମହାଦେବ ଙ୍କୁ ଭୈରବ ନାମ ରେ ସମସ୍ତେ ଜାଣିଛନ୍ତି। ହିନ୍ଦୁ ଧର୍ମରେ ଥିବା ପ୍ରମୁଖ ଦେବତା ଗଣ ଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି ମହାଦେବ।

ବେଦ ରେ ତାଙ୍କୁ ରୁଦ୍ର ନାମରେ ନାମିତ କରାଯାଇଛି। ମହାଦେବ ମନୁଷ୍ୟ ର ଚେତନା ର ଅନ୍ତର୍ଯ୍ୟାମୀ ଅଟନ୍ତି ଅର୍ଥାତ ସେ ମନୁଷ୍ୟ ର ମନର କଥାକୁ ସ୍ପଷ୍ଟ ଭାବରେ ପଢ଼ିପାରନ୍ତି। ମହାଦେବ ଙ୍କ ପତ୍ନୀ ଦେବୀ ଶକ୍ତି ଅର୍ଥାତ ମାତା ପାର୍ବତୀ ଅଟନ୍ତି ଏବଂ ମହାଦେବ ଙ୍କ ଦୁଇ ପୁତ୍ର କାର୍ତ୍ତିକେୟ ଏବଂ ଗଣେଶ ଅଟନ୍ତି। ଏହାବ୍ୟତୀତ ମହାଦେବ ଙ୍କ ପୁତ୍ରୀ ଙ୍କ ନାମ ଅଶୋକ ସୁନ୍ଦରୀ ଅଟେ।

ବନ୍ଧୁଗଣ ଆପଣ ମାନେ ଅଧିକାଂଶ ଦେଖିଥିବେ ଯେ ମହାଦେବ ସର୍ବଦା ଧ୍ୟାନ ରେ ଥାଆନ୍ତି କିନ୍ତୁ ତାଙ୍କର ପୂଜା ଉଭୟ ଶିବଲିଙ୍ଗ ଏବଂ ମୂର୍ତ୍ତି କୁ କରାଯାଇଥାଏ। ମହାଦେବ ଙ୍କ ଗଳାରେ ସର୍ବଦା ନାଗ ଦେବତା ବିଦ୍ୟମାନ ରୁହନ୍ତି ଏବଂ ହାତରେ ଡମ୍ବରୁ ଏବଂ ତ୍ରିଶୂଳ ଶୋଭା ପାଇଥାଏ। ମହାଦେବ ପରଂବ୍ରହ୍ମ ଅଟନ୍ତି।ପ୍ରାଚୀନ ବିଦ୍ୱାନ ମାନେ ମହାଦେବ ଙ୍କୁ ହିଁ ଭଗବାନ ବୋଲି ମାନିଥାନ୍ତି । କୈଳାସ ପର୍ବତ ରେ ସ୍ୱଇଚ୍ଛା ରେ ବାସ କରୁଥିବା ମହାଦେବ ଦେବୀ ଶକ୍ତି ଙ୍କୁ ସୃଷ୍ଟି କରିଥିଲେ।

ଦେବୀ ଶକ୍ତି ଙ୍କ ଜନ୍ମ ମହାଦେବ ଙ୍କ ଅଂଶରୁ ହିଁ ହୋଇଛି। ମହାଦେବ ନିଜ ଅଂଶରୁ ଦେବୀ ଶକ୍ତି ଅର୍ଥାତ ମାତା ପାର୍ବତୀ ଙ୍କ ସୃଷ୍ଟି କରିଥିଲେ। ମାତା ପାର୍ବତୀ ଙ୍କୁ ଦେବୀ ଶକ୍ତି ଏବଂ ମହାଦେବ ଙ୍କୁ ଅର୍ଦ୍ଧ ନାରେଶ୍ଵର ର ଆଖ୍ୟା ଦିଆଯାଇଛି। ବନ୍ଧୁଗୁଣ ଦେବୀ ମହାପୁରାଣ ରେ ଭଗବାନ ଶିବ ତଥା ମହାଦେବ ଙ୍କ ପିତା ଙ୍କୁ ନେଇ ମଧ୍ୟ ଏକ ରହସ୍ୟ ଜନକ କଥା ରହିଛି। ତେବେ ଆସନ୍ତୁ ଜାଣିବା ସେହି ରହସ୍ୟ ସମ୍ବନ୍ଧରେ।

ଥରେ ନାରଦ ମୁନି ନିଜ ପିତା ବ୍ରମହା ଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ସୃଷ୍ଟି ର କର୍ତ୍ତା କିଏ? ଆପଣ ଅଥବା ଭଗବାନ ବିଷ୍ଣୁ ଅଥବା ମହାଦେବ? ଏବଂ ତ୍ରିଦେବ ଙ୍କ ମାତା ପିତା କିଏ? ଏହି ପ୍ରଶ୍ନ ଶୁଣି ବ୍ରମହା ନାରଦ ମୁନି ଙ୍କୁ ତ୍ରିଦେବ ଙ୍କ ଜନ୍ମ ର ଗାଥା ସମ୍ବନ୍ଧରେ ବର୍ଣ୍ଣନା କରି କହିଥିଲେ ଯେ, ଦେବୀ ଦୁର୍ଗା ଏବଂ ଶିବ ଙ୍କ ସ୍ୱରୂପ ରୁ ତ୍ରିଦେବ ଙ୍କ ଉତ୍ପତ୍ତି ହୋଇଥିଲା। ଅର୍ଥାତ ପ୍ରକୃତିର ନିୟମାନୁସାରେ ଦେବୀ ଦୁର୍ଗା ମାତା ଏବଂ ସଦାଶିବ ପିତା ଅଟନ୍ତି।

ଥରେ ଭଗବାନ ବିଷ୍ଣୁ ଏବଂ ବ୍ରମହା ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଉଭୟ ପରସ୍ପର ଙ୍କୁ ସୃଷ୍ଟି କର୍ତ୍ତା ର ଆଖ୍ୟା ଦେଉଥିଲେ। ଭଗବାନ ବ୍ରମହା ବିଷ୍ଣୁ ଙ୍କୁ କହିଲେ ଯେ ତାଙ୍କ ଦ୍ୱାରା ବିଷ୍ଣୁ ଙ୍କ ଉତ୍ପତ୍ତି ହୋଇଛି ଏବଂ ବିଷ୍ଣୁ ଭଗବାନ ବ୍ରମହା ଙ୍କୁ କହିଲେ ଯେ ତାଙ୍କ ନାଭି କମଳ ଦ୍ଵାରା ବ୍ରମହା ଙ୍କ ଉତ୍ପତ୍ତି ହୋଇଛି। ଉଭୟ ଙ୍କ କଳହ ଦେଖି ସ୍ୱୟଂ ସୃଷ୍ଟି କର୍ତ୍ତା ସଦାଶିବ କହିଲେ ଯେ ସେ ସୃଷ୍ଟି ର କର୍ତ୍ତା ଅଟନ୍ତି ଏବଂ ସେ ତ୍ରିଦେବ ଙ୍କ ଉତ୍ପତ୍ତି କରିଛନ୍ତି ଏବଂ ତ୍ରିଦେବ ଙ୍କୁ ପରସ୍ପରଙ୍କ କାର୍ଯ୍ୟ ରେ ମଧ୍ୟ ଲିପ୍ତ କରିଛନ୍ତି ଏବଂ ସେ ତ୍ରିଦେବ ଙ୍କୁ ଜଗତ ର ଉତ୍ପତ୍ତି, ସ୍ଥିତି ରୂପୀ ଏବଂ ସଂହାର କାର୍ଯ୍ୟ ସମର୍ପଣ କରିଛନ୍ତି ଏବଂ

ତାଙ୍କ ୫ଟି ମୁଖ ରୁ ବାହାରିଥିବା ଶବ୍ଦ ମିଶିକରି ଗୋଟିଏ ଶବ୍ଦ ର ସୃଷ୍ଟି ହୋଇଛି ତାହା ହେଉଛି ଓଁ ଏବଂ ଏହା ତାଙ୍କର ମୁଳମନ୍ତ୍ର ଅଟେ। ଉପୋରକ୍ତ ପୌରାଣିକ କାହାଣୀ ରୁ ଏହା ସିଦ୍ଧ ହେଉଛି ଯେ, ସଦାଶିବ ତଥା କାଳ ବ୍ରମହ ମହାଦେବ ଙ୍କ ପିତା ଅଟନ୍ତି। ତେବେ ବନ୍ଧୁଗୁଣ ଏହା ଥିଲା ସୃଷ୍ଟି ର ପାଳନ କର୍ତ୍ତା ମହାଦେବ ଙ୍କ ପୌରାଣିକ ଗାଥା ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *