ଏୟାରଲିଫଟ୍ ହେବେ Rishabh Pant ! ଦେଖନ୍ତୁ କିପରି ଋଷଭ ଙ୍କ ସ୍ୱାସ୍ଥ୍ୟବସ୍ଥା

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଶ୍ବସ୍ଥିକର କଥା ହେଉଛି ଯେ ଋଷଭ ଙ୍କର ମୁଣ୍ଡ ଅଥବା ମେରୁଦଣ୍ଡରେ ବଡ ଧରଣର ଆଘାତ ଲାଗି ନାହିଁ, ଏମଆରଆଇ ସ୍କାନ ରୁ ଏହା ସ୍ପଷ୍ଟ ହୋଇଛି । କିନ୍ତୁ ଆଣ୍ଠୁ ଏବଂ ଗୋଇଠି ଫୁଲି ରହିଛି । କ’ଣ ହୋଇଛି ତାହା ଜାଣିବା ପାଇଁ ଆଜି ସ୍କାନ କରାଯିବ । ଋଷଭ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଅଛି । ଗତକାଲି ସକାଳେ ପ୍ରାୟ ସାଢେ 5 ଟା ସମୟରେ ଦିଲ୍ଲୀ ହରିଦ୍ଵାର ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଋଷଭ ଙ୍କ କାର ।

ବର୍ତ୍ତମାନ ସୂଚନା ଆସିଛି ଯେ ଋଷଭ ପନ୍ତ ଙ୍କୁ ଏୟାର ଲିପ୍ଟ କରାଯାଇପାରେ ଉତ୍ତରାଖଣ୍ଡରୁ ଦିଲ୍ଲୀ କୁ । ଏହା ସହିତ ତାଙ୍କର ଆଉ କିଛି ଟେଷ୍ଟ ମଧ୍ୟ କରାଯାଇପାରେ ତଥା ପ୍ଲାଷ୍ଟିକ ସର୍ଜରୀ ପାଇଁ ଏହି ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳୁଛି । ଏନଆରଆଇ ରିପୋର୍ଟ ରେ କୁହାଯାଇଛି ଯେ ତାଙ୍କର ମେରୁଦଣ୍ଡ ଏବଂ ବ୍ରେନ ସଠିକ ଭାବରେ ଫଙ୍ଗସନ କରୁଛି ତଥା କୌଣସି ପ୍ରକାରର ସମସ୍ୟା ନାହିଁ ।

ଏହା ସହିତ ଆଜି ମଧ୍ୟ ଏକ ଏମଆରଆଇ କରାଯିବ ଏବଂ ଏହି ରିପୋର୍ଟ ଆସିବା ପରେ ଜଣା ପଡିବ ଯେ ଗୋଡର କ’ଣ ପ୍ରାକ୍ଚର ହୋଇଛି କି ନାହିଁ ? ପରିବାର ଲୋକ ବିସିସିଆଇ ଙ୍କ ସହିତ ଆଲୋଚନା କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଲୋଚନା କରିଥିଲେ । କୁହାଯାଉଅଛି ଯେ ଅଧିକ ଚିକିତ୍ସ୍ୟା ପାଇଁ ତାଙ୍କୁ ଦିଲ୍ଲୀ ଅଣାଯାଇ ପାରିବ ତଥା ଦିଲ୍ଲୀ ଏମ୍ସକୁ ଅଣାଯାଇ ସବୁପ୍ରକାର ସୁବିଧା ଥିବାରୁ ତାଙ୍କର ଚିକିତ୍ସ୍ୟା ଭଲଭାବରେ କରାଯାଇପାରିବ ।

ଏଣୁ କୌଣସି ବିଶେଷ ସମସ୍ୟା ନଥିବାରୁ ସେ ରିକୋଭରୀ ମଧ୍ୟ ବହୁତ ଜଲ୍ଦି ହୋଇଯିବେ । ଦିଲ୍ଲୀ କ୍ରିକେଟ ଆସୋସିଏସସନ ର ଗୋଟିଏ ଟିମ ଯାଇ ସେଠାରେ ଡାକ୍ତର ମାନଙ୍କ ସହିତ ଆଲୋଚନା କରିବ ।  ଏହା ପରେ ସେମାନେ ନିଷ୍ପତ୍ତି ନେବେ ଦିଲ୍ଲୀ ଆଣିବେ ନା ସେମାନେ ଦେରାଦୂନ ନେବେ, ପରବର୍ତ୍ତୀ ପର୍ଯ୍ୟାୟରେ ତାହା ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କର ଏନଆରଆଇ ରିପୋର୍ଟ ମଧ୍ୟ ପଜେଟିଭ ଆସୁଛି । ଯଦି ଆବଶ୍ୟକ ପଡେ ତେବେ ପ୍ଲାଷ୍ଟିକ ସର୍ଜରୀ ହେବ । ତେବେ ଟିମ ଯାଇ ଋଷଭ ଙ୍କ ପାଖରେ ପହଞ୍ଚି ସାରିବା ପରେ ସେଠାରେ ନିଷ୍ପତ୍ତି ନିଆଯିବ ଯେ ତାଙ୍କୁ ଦିଲ୍ଲୀ ଅଣାଯିବ ନା ତାଙ୍କୁ ଦେରାଦୂନ ନିଆଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *