କିନ୍ନରଙ୍କୁ ଦେଖିବା ମାତ୍ରେ କହି ଦିଅନ୍ତୁ ଏହି 2 ଟି ଶବ୍ଦ, ଧନ ଧାନ୍ୟରେ ଭରିଯିବ ଆପଣଙ୍କ ଘର

ଆମର ଭାରତ ଦେଶ ବିଭିନ୍ନ ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ ଗୋଟେ ଏମିତି ଦେଶ ଅଟେ ଯେଉଁଠି  ଭିନ୍ନ ଭିନ୍ନ ଜାତି ଓ ଧର୍ମର ଲୋକ ରୁହନ୍ତି । ଭାରତ ଦେଶକୁ ପର୍ବର ଦେଶ ବୋଲି ମଧ୍ୟ କୁହାଯାଏ । ଆଜ୍ଞା ହଁ ସବୁ ଛୋଟ ବଡ଼ ପର୍ବ ବହୁତ ହିଁ ଧୁମ ଧାମରେ ପାଳନ କରାଯାଇଥାଏ । ଆମ ଦେଶରେ ଏହି ସବୁ ପର୍ବରେ ବହୁତ ହସ ଉଲ୍ଲାସ ସହିତ ଆଉ ଗୋଟେ ଜିନିଷ ମଧ୍ୟ ହୋଇଥାଏ ଓ ଏହା ହେଉଛି କୌଣସି ବି ଉତ୍ସବ ସମୟରେ ଦାନ ଦେବାର ପରମ୍ପରା ।

ଆମ ଘରେ ଯେବେ ବି କୌଣସି ପର୍ବ ପାଖେଇ ଆସିଥାଏ ତେବେ କେହି କେହି ଲୋକ ଦକ୍ଷିଣା ମାଗିବା ପାଇଁ ଆସି ଯାଇଥାନ୍ତି , କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ ବର୍ଗ ଏମିତି ବି ଅଛନ୍ତି ଯିଏ କି ଏହି ପର୍ବ ବା କୌଣସି ବି ହର୍ଷ ଉଲ୍ଲାସ ସମୟରେ ସବୁଠୁ ଅଧିକ ଆସିଥାନ୍ତି । ଆପଣ ପ୍ରାୟ ବୁଝି ଯିବେଣି କି ଆମେ କାହା ବିଷୟରେ କଥା ହେଉଛୁ ।

ଆମେ କଥା ହେଉଛୁ କିନ୍ନରଙ୍କ ବିଷୟରେ ଯିଏ କି କେବଳ ପର୍ବ ନୁହେଁ ଆପଣଙ୍କ ଘରର ଖୁସିରେ ମଧ୍ୟ ସାମିଲ ନିଶ୍ଚୟ ହୋଇଥାନ୍ତି । ପୁଣି ସିଏ ଆପଣଙ୍କ ଘରେ ବିବାହ ହେଉ ବା ପିଲାର ଜନ୍ମ ହେଉ ଏମାନେ ନିଜର ଆଶୀର୍ବାଦ ଦେବାପାଇଁ ପହଞ୍ଚି ଯାଇଥାନ୍ତି ଓ ଏମାନଙ୍କର ଉପସ୍ଥିତ ରହିବା ବହୁତ ହିଁ ଶୁଭ ବୋଲି ଜଣାଯାଏ ।

କିନ୍ନର ବର୍ଗର ଲୋକଙ୍କ ଏହି ଅଭ୍ୟାସ ହୋଇଥାଏ କି ଏମାନେ ଯେବେବି କିଛି ଖାସ କାମରେ ଆପଣଙ୍କ ଘରକୁ ଆସିଥାନ୍ତି ତେବେ ବହୁତ ସାରା ଗୀତ ବୋଲା ବୋଲି କରିଥାନ୍ତି ଓ ଟଙ୍କା ପଇସାର ଡିମାଣ୍ଡ ମଧ୍ୟ କରିଥାନ୍ତି ଓ ନ ନେଇ ଯାଆନ୍ତି ନାହିଁ । ଯାହା ଘରେ ଖୁସି ମନାଉ ଥାନ୍ତି ସେମାନେ ଏମାନଙ୍କୁ ପଇସା ପତ୍ର ଦେବା ପାଇଁ କୁଣ୍ଠିତ ହୋଇନଥାନ୍ତି । ଖୁସି ଖୁସିରେ ପଇସା ଦେଇଥାନ୍ତି । ଯାହାପରେ ସେ ଖୁସି ହୋଇ ଯାଇଥାନ୍ତି ଓ ବହୁତ୍ ସାରା ଆଶିର୍ବାଦ ମଧ୍ୟ ଦେଇଥାନ୍ତି ଓ ଏହା ମଧ୍ୟ କୁହାଯାଏ କି କିନ୍ନରଙ୍କ ମୁହଁରୁ ବାହାରିଥିବା ଆଶୀର୍ବାଦ ବହୁତ ଲାଭକାରି ହୋଇଥାଏ ଓ ଏହି ଆଶୀର୍ବାଦର ଫଳ ବହୁତ ଶୀଘ୍ର ଦେଖିବାକୁ ମିଳିଥାଏ ।

 

କିନ୍ତୁ କିଛି ଲୋକ ଏମିତି ଅଛନ୍ତି ମନକୁ ମାରି ବା ଡରରେ ପଇସା ବାହାର କରି ଦିଅନ୍ତି କାହିଁକି ନା ତାଙ୍କୁ ଡର ଥାଏ କାଳେ କିନ୍ନର ରାଗିଯିବେ ଓ ଆଶିର୍ବାଦ ଜାଗାରେ ଅଭିଶାପ ଦେଇଦେବେ କାରଣ ଯେତି କି ଏମାନଙ୍କର ଆଶିର୍ବାଦ କାମ କରିଥାଏ ସେତିକି ହିଁ ଏମାନଙ୍କର ଅଭିଶାପ ଭୟଙ୍କର ହୋଇଥାଏ । ବାସ ଏହି କାରଣରୁ କିଛି ଲୋକ ଏମାନଙ୍କୁ ଡରି କି ପଇସା ଦେଇଥାନ୍ତି । କିନ୍ନରଙ୍କ ମୁହଁରୁ ବାହାରୁଥିବା ଅଭିଶାପ କେହି ବି ନେବାକୁ ଚାହାନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ କିନ୍ନରଙ୍କର ଆଶିର୍ବାଦ ପାଇବା ପାଇଁ ଏମିତି ଦୁଇଟି ଶବ୍ଦ କହିବାକୁ ଯାଉଛୁ ଯାହାକୁ ଆପଣ କିନ୍ନରମାନଙ୍କୁ କହିବେ ତ ତୁରନ୍ତ ଆପଣଙ୍କ ମନୋସ୍କାମନା ଶୀଘ୍ର ହିଁ ପୁରା ହୋଇଥାଏ ଓ ଆପଣଙ୍କ ଜୀବନ ଖୁସିରେ ଭରିଯାଏ । ଯେତେବେଳେ କୌଣସି କିନ୍ନର ପଇସା ମାଗିବା ପାଇଁ ଘରକୁ , ଦୋକାନ ବା ଅଫିସକୁ ଆସିଥାନ୍ତି ତେବେ ଆପଣ ଚାହାନ୍ତି କି ଯେତେ ଶୀଘ୍ର ଏମାନଙ୍କୁ ପଇସା ଦେଇ କି ବିଦା କରିଦିଏ । କିନ୍ନରକୁ ଆପଣ କିନ୍ନରଙ୍କୁ ପଇସା ଦେଇଥାନ୍ତି ଓ ସେ ପଇସା ନେଇ ଯେତେବଳେ ଘରୁ ଯାଆନ୍ତି ସେତେବେଳେ ଆପଣ ତାଙ୍କୁ କିଛି କୁହନ୍ତି ନାହିଁ , କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ଯଦି ଆପଣ ଏହି ସମୟରେ ମାନେ କିନ୍ନର ପଇସା ନେଇ ଯିବା ସମୟରେ ତାଙ୍କୁ ଦୁଇଟି ଶବ୍ଦ କୁହନ୍ତି ତେବେ ଆପଣକୁ ଲକ୍ଷାଧିକ ଟଙ୍କାର ଲାଭହେବ ।

ଆପଣ ଭାବୁଥିବେ ଏହି ଦୁଇଟି ଶବ୍ଦ କଣ , ତେବେ ଚାଲନ୍ତୁ ଜାଣିବା । ମନେରଖନ୍ତୁ ଯେବେ ବି ଏହି କିନ୍ନରମାନେ ଆପଣଙ୍କ ଘର , ଅଫିସ, ଦୋକାନକୁ ଯାଇ ପଇସା ନେବାପରେ ଯିବାକୁ ଲଗିବେ ତାଙ୍କୁ କହିବେ , ‘ପୁଣି ଆସିବେ’ । ଆପଣଙ୍କୁ ଏହି ଶବ୍ଦ ବହୁତ ସରଳ ଲାଗୁଥିବ କିନ୍ତୁ କିନ୍ନରଙ୍କୁ କହିଥିବା ଏହି ଦୁଇଟି ଶବ୍ଦ ଆପଣଙ୍କୁ ଧନବାନ ବନେଇ ଦେଇପାରେ । କାହିଁକି ନା କିନ୍ନରଙ୍କୁ ଦିଆ ଯାଇଥିବା ଦାନ ସବୁବେଳେ ହିଁ ଶୁଭ ବୋଲି ଜଣାଯାଏ ଓ ଏମିତିରେ ଯେବେ ଆପଣ ତାଙ୍କୁ ଆହୁରି ଆସିବାକୁ କହିବେ ତେବେ ତାଙ୍କୁ ମଧ୍ୟ ଲାଗେ କି ଏହି ଦାନ ଆପଣ ନିଜ ମନରୁ ଦେଇଛନ୍ତି, ଡରିକି ଓ ବାଧ୍ୟତାରେ ନୁହେଁ ଏବଂ ସେ ଯାଉ ଯାଉ ନିଜ ମନରୁ ଆଶୀର୍ବାଦ ଦେଇକି ଯାଆନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏମିତି ହିଁ କିଛି ରୋଚକ ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *