କିନ୍ନରଙ୍କ ଅନ୍ତିମ ସଂସ୍କାରକୁ ସାଧାରଣ ଲୋକ କାହିଁକି ଦେଖି ପାରନ୍ତି ନାହିଁ, ଏହା ପଛରେ ରହିଛି ବହୁତ ବଡ କାରଣ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଅନେକ ଧର୍ମ ଓ ଜାତିର ଲୋକ ରହିଥାନ୍ତି । ଏମାନଙ୍କ ମଧ୍ୟରୁ ୩ ଟି ପ୍ରକାରର ମଣିଷ ରହିଥାନ୍ତି, ମହିଳା, ପୁରୁଷ ଏବଂ କିନ୍ନର । ସମସ୍ତେ ନିଜ ସଂସ୍କାରକୁ ପାଳନ କରିବା ସହିତ ନିଜ ଜୀବନକୁ ନିଜ ଇଛାରେ ବଞ୍ଚିବା ପାଇଁ ଚାହିଁଥାନ୍ତି । ସମସ୍ତଙ୍କ କାମ କରିବାର ଢଙ୍ଗ ଏବଂ ଜୀବନ ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ । ଆଜି ଆମେ କିନ୍ନର ମାନଙ୍କ ଜୀବନର ଏକ ସତ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁ କଥାକୁ ଅଧିକାଂଶ ଲୋକ ଜାଣି ନଥିବେ ।

ଏହି କିନ୍ନରମାନଙ୍କ ଚାଲି ଚଳନ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ । ସବୁଠୁ ବଡ କଥା ହେଲା କିନ୍ନର ମାନଙ୍କ ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । କୁହାଯାଏ କି କିନ୍ନରଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ରହିଥାଏ । ଯାହା ଫଳର ତାଙ୍କୁ ନିଜ ମୃତ୍ୟୁ ର ଆଭାସ ହୋଇ ଯାଇଥାଏ । ମୃତ୍ୟୁ ହେବାର ଜାଣିବା ପରେ କିନ୍ନର ମାନେ କୁଆଡେ ଯିବା ଆସିବା ବନ୍ଦ କରିବା ସହ ଖାଦ୍ଯ ଖାଇବା ବନ୍ଦ କରି ଦିଅନ୍ତି ।

ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଓ ଈଶ୍ଵରଙ୍କୁ ନିଜ ପାଇଁ ଓ ଅନ୍ୟ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି କି ସେମାନେ ଆଗାମୀ ଜୀବନରେ ଯେପରି କିନ୍ନର ଭାବରେ ଜନ୍ମ ନ ହୁଅନ୍ତୁ । ଏମିତି କି ଆଖ ପାଖ କିମ୍ବା ଦୂରରୁ କିନ୍ନର ମାନେ ମରିଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଆସିଥାନ୍ତି । ଏମିତି ବି କୁହାଯାଏ କି ମୃତ୍ୟୁ ଶଯ୍ୟାରେ ପଡିଥିବା କିନ୍ନର ଙ୍କ ପ୍ରାର୍ଥନା ଖୁବ ପ୍ରଭାବଶାଳୀ ହୋଇଥାଏ । ଶବ ଯାତ୍ରାରେ ଶବକୁ ଚାରି କାନ୍ଧରେ ପକାଇ ନେବାର ପରମ୍ପରା ଅଲଗା ଅଟେ ।

କୁହାଯାଏ କି ଯଦି କୌଣସି ସାଧାରଣ ଲୋକ ମୃତ କିନ୍ନରକୁ ଦେଖିଦିଏ ତେବେ ମୃତକ ଆର ଜନ୍ମରେ ପୁଣି ଥରେ କିନ୍ନର ଭାବରେ ଜନ୍ମ ହୋଇଥାଏ । କେହି ଯେମିତି ବାହାର ଲୋକ ଦେଖି ନ ପାରିବେ ସେଥିପାଇଁ କିନ୍ନର ମାନେ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରିବା ପାଇଁ ଯାଇଥାନ୍ତି । ଯଦି ସେମାନେ ଜାଣି ଦିଅନ୍ତି କି କେହି ବାହାର ଲୋକ ସେମାନଙ୍କ ଅନ୍ତିମ ସଂସ୍କାର ଦେଖୁଛନ୍ତି ତେବେ ସେହି ବ୍ୟକ୍ତି ପାଇଁ ଏହା ଖୁବ ବିପଦଜନକ ହୋଇଥାଏ ।

କିନ୍ନର ମାନେ ତାଙ୍କ ଜୀବନକୁ ଏକ ଅଭିଶପ୍ତ ଜୀବନ ବୋଲି ମାନନ୍ତି । ସେଥିପାଇଁ ଶବ ଯାତ୍ରା ପୂର୍ବରୁ ମୃତକଙ୍କୁ ଜୋତା ଚପଲରେ ପିଟିଥାନ୍ତି ଓ ଗାଳି ମଧ୍ୟ କରିଥାନ୍ତି । ଯାହା ଫଳରେ ଯଦି ମୃତ କିନ୍ନର ଜୀବିତ ଅବସ୍ଥାରେ କିଛି ଅପରାଧ କରିଥାଏ ତାର ପ୍ରାୟଶ୍ଚିତ ହୋଇଯିବ ଏବଂ ଆର ଜନ୍ମରେ ସାଧାରଣ ମଣିଷର ଜନ୍ମ ନେଇ ପାରିବ । ନିଜ ସମୁଦାୟର କୌଣସି କିନ୍ନର ମରିଗଲେ ସେହି ସମୁଦାୟର ସବୁ କିନ୍ନର ଏକ ସପ୍ତାହ ପର୍ଯ୍ୟନ୍ତ ବ୍ରତ କରିଥାନ୍ତି ଏବଂ ମୃତକଙ୍କ ପାଇଁ ବ୍ରତ କରିଥାନ୍ତି ।

କିନ୍ନରଙ୍କ ଶବକୁ ପୋଡିବା ଜାଗାରେ ପୋତା ଯାଇଥାଏ । ଅନ୍ତିମ ସଂସ୍କାର ସାଧା ସିଧା ଭାବରେ କରା ଯାଇଥାଏ । ଶବକୁ ଧଳା କପଡାରେ ଗୁଡାଇ ନିଆ ଯାଇଥାଏ । ପାଟିରେ ପବିତ୍ର ଗଙ୍ଗା ଜଳ ଦେବାର ପରମ୍ପରା ମଧ୍ୟ ରହିଛି । ତେବେ ଆପଣମାନେ ତ ଜାଣିଲେ କିନ୍ନର ଙ୍କ ଅନ୍ତିମ ସଂସ୍କାର ସାଧାରଣ ଲୋକମାନେ କାହିଁକି ଦେଖି ପାରନ୍ତି ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲା ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *