ବହୁ ବର୍ଷ ପରେ ବଦଳି ଯାଇଛି ‘ଶାକାଲାକା ବୁମ ବୁମ’ ର ସଞ୍ଜୁଙ୍କ ଲୁକ, ଏବେ ହେଇ ଯାଇଛନ୍ତି ବହୁତ ହ୍ୟାଣ୍ଡସମ

ଅଭିନେତା କିଂଶୁକ ବୈଦ୍ୟ ବାଲ୍ୟ କଳାକାର ହିସାବରେ ଫିଲ୍ମ ଜଗତରେ ପାଦ ରଖିଥିଲେ । ଯଦି ଆପଣ କିଂଶୂକ ବୈଦ୍ୟ ଙ୍କ ଫଟୋ ଦେଖିବେ ତାହେଲେ ସାକା ଲାକା ବୁମ-ବୁମ ର ସଞ୍ଜୁ ଙ୍କ କଥା ମନେ ପଡିଯିବ । ଷ୍ଟାର୍ ପ୍ଲସ୍ ରେ 90 ଦଶକରେ ପ୍ରସାରିତ ହେଉଥିବା ଶୋ ପାଇଁ ପିଲାମାନେ ଦିବାନା ଥିଲେ। ଏଥିରେ ସଞ୍ଜୁ ଙ୍କ ମ୍ୟାଜିକ ପେନ୍ସିଲ ପାଇଁ ଆମେ ସମସ୍ତେ ଦିୱାନା ହୋଇ ଯାଇଥିଲେ । ସଞ୍ଜୁ ଙ୍କ ଅଭିନୟ କରିଥିବା କଳାକାର ଏବେ ବଡ ହୋଇ ଗଲେଣି । କିଂଶୂକ ବୈଦ୍ୟ ଙ୍କ ଜନ୍ମ 1990 ମସିହା ମୁମ୍ବାଇ ରେ ହୋଇଥିଲା ।

ପାଞ୍ଚ ବର୍ଷ ରେ ପ୍ରଥମ ଫିଲ୍ମ

 

କିଂଶୂକ ବୈଦ୍ୟ ଙ୍କ କ୍ୟାରିୟରରେ ପ୍ରାୟତଃ ପାଞ୍ଚ ବର୍ଷ ବୟସରେ ଫିଲ୍ମ କ୍ୟାରିୟର ଆରମ୍ଭ କରିସାରିଛନ୍ତି । ସେ ମରାଠୀ ଫିଲ୍ମ ରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ରାଜୁ ଚାଚା ଥିଲା । ଯେଉଁଥିରେ ଅଜୟ ଦେବଗନ ଓ କାଜୋଲ ପ୍ରମୂଖ ଭୂମିକାରେ ଥିଲେ। କିଂଶୂକ ବୈଦ୍ୟ ଏଥିରେ ରାହୁଲ ଚରିତ୍ରରେ ଅଭିନୟ କରିଥିଲେ । ଯେତେବେଳ କିଂଶୂକ ବୈଦ୍ୟ ରାଜୁ ଚାଚାରେ ଅଭିନୟ କରୁଥିଲେ ସେତେବେଳେ ତାଙ୍କୁ ମାତ୍ର 9 ବର୍ଷ ବୟସ ହୋଇଥିଲା ।

ପୁଣି ମିଳିଲା ପ୍ରହଲ୍ଲାଦ ହେବାର ସୁଯୋଗ

କିଂଶୂକ ବୈଦ୍ୟଙ୍କୁ ସେହି ସମୟରେ ବି ଆର୍ ଚୋପ୍ରା ଙ୍କ ବିଷ୍ଣୁ ପୂରଣ ର ପ୍ରହଲ୍ଲାଦ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ଏହି ଧାରାବାହିକ ରେ କିଂଶୂକ ବୈଦ୍ୟଙ୍କ ଲୋକପ୍ରିୟତା ଆହୁରି ବଢି ଯାଇଥିଲା । କିଂଶୂକ ବୈଦ୍ୟଙ୍କ ପ୍ଲେନ ଉଡାଇବା ରେ ବହୁତ ଆଗ୍ରହ ଥିଲା କିନ୍ତୁ ଚଷମା ବ୍ୟବହାର କରୁଥିବାରୁ ତାଙ୍କର ଏହି ସ୍ଵପ୍ନ ଅଧୁରା ରହି ଯାଇଥିଲା । ଏଥିପାଇଁ କିଂଶୂକ ବୈଦ୍ୟ ଅଭିନୟ ଦୁନିଆରେ ଆଗକୁ ବଢିବାକୁ ନିର୍ଣ୍ଣୟ ନେଇଥିଲେ ।

‘ସଞ୍ଜୁ’ ସେହି ଅଭୂଲା ଚରିତ୍ର

ସାକା ଲାକା ବୁମ-ବୁମ ରେ କିଂଶୂକ ବୈଦ୍ୟ ଯେଉଁ ଅଭିନୟ କରିଥିଲେ ତାକୁ ଆଜି ପର୍ଯ୍ୟନ୍ତ ଲୋକମାନେ ମନେ ରଖିଛନ୍ତି । ଏହା ସହିତ କିଂଶୂକ ବୈଦ୍ୟ ଆଉ ଏକ ଶୋ ରେ ଏକ୍ ରୀସ୍ତା ସାଝେଦାରି ରେ ଅଭିନୟ କରିଥିଲେ । ସାକା ଲାକା ବୁମ-ବୁମ କିଂଶୂକ ବୈଦ୍ୟଙ୍କ ବିନା ସମ୍ଭବପର ହୋଇ ନ ଥାଆନ୍ତା । ଯେତେବେଳେ ୨୦୦୪ ମସିହାରେ ସାକା ଲାକା ବୁମ-ବୁମ ର ସୁଟିଂ ସରିଯାଇଥିଲା କିଂଶୂକ ବୈଦ୍ୟ ତା ପରେ ଅଭିନୟ ରୁ ଅବସର ନେଇଯାଇଥିଲେ ।

ଏହାପରେ ସେ ତାଙ୍କର ପଢା ଲେଖାରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ସେ ବ୍ୟାଚଲର୍ ଅଫ୍ ମାସ ମିଡିଆରେ ଡିଗ୍ରୀ ହାସଲ କରିଥିଲେ । ଆଡଭୋଟାଇଜମେଣ୍ଟ ରେ ସ୍ପେଶାଲ ଡିଗ୍ରୀ ହାସଲ କରିଥିଲେ । କିଂଶୂକ ବୈଦ୍ୟ ଙ୍କ ପାଠ ପଢା ଶେଷ ହେବା ପରେ ପୁଣି ଥରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଅଭିନୟର କଳା ତ ତାଙ୍କର ଛୋଟ ବେଳୁ ଥିଲା ଏବଂ ଛୋଟବେଳୁ ସେ ଅଭିନୟ ରେ ନିଜର ଅଲଗା ପରିଚୟ ତିଆରି କରିସାରିଛନ୍ତି ।

 

ଏହାପରେ ସେ ଏକ ରିସ୍ତା ସାଝେଦାରୀ ରେ ପୁଣି ଥରେ ଅଭିନୟ ଜଗତରେ କାମ ଆରମ୍ଭ କଲେ । ଏହା ପରଠାରୁ ତାଙ୍କର ଅଭିନୟ ଜୀବନ ଏ ପର୍ଯ୍ୟନ୍ତ ବରାବର ଚାଲୁଅଛି । ୨୦୧୮ମସିହାରେ କିଂଶୂକ ବୈଦ୍ୟ ଏମ୍ ଟିବି ଶୋ ଲଭ୍ ଫର ଦି ରନ୍ ରେ ନଜର ଆସିଥିଲେ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *