‘ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ ସିନା କରିପାରିବ ହେଲା, ସେଇଟା ହେଇପାରିବନି…’ ଦେଖନ୍ତୁ ଶିକ୍ଷୟତ୍ରୀଙ୍କ ଜେଣ୍ଡର ଚେଞ୍ଜକୁ ନେଇ କଣ କହିଲେ କିନ୍ନର

ବନ୍ଧୁଗଣ, କିନ୍ନର ମାନଙ୍କ ଲିଙ୍ଗ ପରିବର୍ତ୍ତନ କୁ ନେଇ କିଛି ବିଶେଷ ମତ ଦେଇଛନ୍ତି ଜଣେ କିନ୍ନର । ତେବେ ସେ କଣ କହିଛନ୍ତି ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । କିନ୍ନର ଜଣଙ୍କ କହିଛନ୍ତି ଯେ ଦେଖିବାକୁ ଗଲେ ଏହା କେତେଦୂରେ ଠିକ ଆଉ କେତେଦୂରେ ଭୁଲ ସେ କହିପାରିବେ ନାହିଁ । ମାତ୍ର ତାଙ୍କୁ ଅନୁଭବ ହେଉଛି ଯେ ଜେଣ୍ଡର ବଦଳାଇବା ପରେ ସେ ୫ ଜଣଙ୍କ ସହିତ ରହିପାରିବେ, ମିଶି ପାରିବେ ତଥା ମନର ଢାଞ୍ଚା ଯାହା ଅଛି ତାହା କରିପାରିବେ ।

ଲୋକମାନେ ବିଭିନ୍ନ ପ୍ରକାରର କଥା କହୁଛନ୍ତି ଆତରା ସେ ସବୁକୁ ନେଇ ସେମାନେ ଚଳିପାରିବେ ନାହିଁ । ଜେଣ୍ଡର ବଦଳାଇ ଦେଲେ କେବଳ କ’ଣ କିନ୍ନର ନଚେତ କ’ଣ କିନ୍ନର ନୁହନ୍ତି କି ? ମାତ୍ର ସମସ୍ତେ କିନ୍ନର । ସୋଶାଇଟି ଚାଲିବା ପାଇଁ ହେଲେ ସମସ୍ତେ କିଛି ଟା କରୁଛନ୍ତି ଆମ୍ଭେ ମଧ୍ୟ ତାହା କରିବୁ ବୋଲି ତାଙ୍କ ମତ ବୋଲି ସେ କହିଛନ୍ତି । ସର୍ଜରୀ କରନ୍ତି ସେମାନେ ନିଜ ସଉକ ନିମନ୍ତେ ।

କିନ୍ନର ହୋଇ ୧୫ ବର୍ଷ ହେବ ସର୍ଜରୀ କରିଲେଣି ମାତ୍ର କେବେ ମଧ୍ୟ ମା’ ହୋଇପାରିବେ ନାହିଁ । ସେ ସବୁ ହୋଇଥିଲେ ସେ ତ ସଂପୂର୍ଣ୍ଣ ନାରୀ ହୋଇଥାନ୍ତେ କିନ୍ନର ଲାଇନରେ କାହିଁକି ଥାନ୍ତେ ? ଏହା ସହିତ ସେ କହିଛନ୍ତି ଯେ ଦେବକୀ ସିନା ହୋଇପାରିବେ ନାହିଁ ମାତ୍ର ଯଶୋଦା ନିଶ୍ଚିତ ଭାବରେ ହୋଇପାରିବେ ।

ଜେଣ୍ଡର ଯେତେ ଚେଞ୍ଜ କରିଲେ ମଧ୍ୟ ସେମାନେ କେବେ ମା’ ହୋଇପାରିବେ ନାହିଁ । ମାତ୍ର ମା’ ର ସ୍ନେହ ଦେଇ ପାଳିପାରିବେ, ସ୍ନେହ ମମତା ଦେଇ ପାରିବେ କିନ୍ତୁ ମା’ ଆଦୌ ହୋଇପାରିବେ ନାହିଁ । ମା ଯଦି ପ୍ରକୃତରେ ହୋଇଥାନ୍ତେ ତେବେ ମା’ କାହିଁ ଥିଲା ଏବଂ ମା’ ଶବ୍ଦ ଉଠିଲା କେଉଁଠାରୁ ? ସମସ୍ତେ ତ ମା’ ହୋଇଯାଇଥାନ୍ତେ । ଏଥିପାଇଁ ବହୁତ କିଛି କରିବାକୁ ହୁଏ ଦାଣ୍ଡରେ ଚାଲିବା ନିମନ୍ତେ ହେଲେ ବହୁତ କିଛି କରିବା ପାଇଁ ହେବ । ସେଥିପାଇଁ ସର୍ଜରୀ କରିବା ନିମନ୍ତେ ପଡୁଛି ।

ଏଥିରେ ବହୁତ ବିପଦ ଅଛି ସର୍ଜରୀ କରିବାକୁ ପଡୁଛି ତଥା ବହୁତ ପରିଶ୍ରମ କରିବାକୁ ପଡୁଛି କିନ୍ତୁ ଫଳ ସନ୍ତୋଷ ଜନକ ମିଳୁନାହିଁ । ଏହା ସହିତ କହିଛନ୍ତି ଯେ କିନ୍ନର ଜଣଙ୍କର ବୟଫ୍ରେଣ୍ଡ ମଧ୍ୟ ଅଛନ୍ତି ଏବଂ ସେ ସାଙ୍ଗ ହିସାବରେ ଯେ ପର୍ଯ୍ୟନ୍ତ ଅଛନ୍ତି ସେ ପର୍ଯ୍ୟନ୍ତ ଆଗକୁ ବହୁତ ଖୁସିରେ ରହିବେ । ମାତ୍ର ଏହା ନୁହେଁ ଯେ ତାଙ୍କ ଘରର ବୋହୂ ହେବେ, ମାତ୍ର ଯେ ପର୍ଯ୍ୟନ୍ତ ଅଛନ୍ତି ଏହିଭଳି ଭଲ ବନ୍ଧୁତ୍ଵା ନିଭାଇବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *