ବନ୍ଧୁଗଣ, ଗତକାଲି ଥିଲା ସୂର୍ଯ୍ୟପରାଗ । ତେଣୁ ପାକତ୍ୟାଗ ହେବା ସହିତ ଦେବନୀତି ନିଷେଧ ହୋଇଥିଲା । ଅନେକ ଲୋକ ଏହାକୁ ମାନିଥିବା ବେଳେ, ଅନେକ ଲୋକ ଏହାକୁ ମାନିନଥିଲେ । ତେବେ ଏହାକୁ ନେଇ ଦୁଇ ସାଙ୍ଗ ଫୋନ ମାଧ୍ୟମରେ କିଛି ଏଭଳି ଭାବରେ କଥା ହୋଇଥିଲେ, ଏହା ସମ୍ବନ୍ଧରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବବରଣୀ ସମ୍ବନ୍ଧରେ ।

ଦୁଇ ସାଙ୍ଗ ଫୋନ ରେ କଥା ହେଉଥିଲେ, ସେଥି ମଧ୍ୟରୁ ଗୋଟିଏ ସାଙ୍ଗ ଅନ୍ୟ ସାଙ୍ଗକୁ ପଚାରୁଛି ଯେ ସାଙ୍ଗ ତୁ କଣ ଖାଇଲୁ ? ଅନ୍ୟ ଜଣେ ସାଙ୍ଗ କହୁଚ୍ଚି ଯେ ମୁଁ ଚିକେନ ବିରିୟାନୀ ଖାଇଲି, ତୁ କଣ ଖାଇଲୁ ? ଏହା ଶୁଣି ଅନ୍ୟ ଜଣେ ସାଙ୍ଗ କହିଲା ଯେ ପରାଗ ରେ ତୁ ଚିକେନ କିଭଳି ଖାଇଲୁ ? ପ୍ରତି ବଦଳରେ ସାଙ୍ଗ ଟି କହିଲା ଯେ ପରାଗ ଫରାଗ ମୁଁ କିଛି ମାନୁନାହିଁ । ଏହା ଶୁଣି ପ୍ରଥମ ଜଣକ କହିଲା ଯେ ଶାସ୍ତ୍ରରେ ମନା କରାଯାଇଛି ପରା ।
ମାତ୍ର ଅନ୍ୟ ଜଣେ କହିଲା ଯେ ସେହି ଶାସ୍ତ୍ର କୁ ଧରି ତୁ ବସିଥା । ମାତ୍ର କେବଳ ଶାସ୍ତ୍ର ନୁହେଁ ବରଂ ବିଜ୍ଞାନ ମଧ୍ୟ ମନା କରେ ବୋଲି କହିଲେ ସାଙ୍ଗ ଜଣଙ୍କ । ଚିକେନ ଖାଇଥିବା ସାଙ୍ଗ କହିଲା ମୋ ଇଚ୍ଛା ହେଲା ମୁଁ ଖାଇଲି ବିଜ୍ଞାନ କଣ ଭୋକ ମାରିବ ? ପ୍ରଥମ ସାଙ୍ଗ ଟି କହିଲା ଭୋକ ମାରିବ ନାହିଁ କିନ୍ତୁ… ବୋରୋଧୀ ସାଙ୍ଗ କହିଲା ଯେ ତୁ କୋଊ ଜମାନାରେ ଅଛୁ ଭୋକ ହେଲେ ତୁ ଖାଇବୁ ନାହିଁ ?

ଏହା ଶୁଣି ସାଙ୍ଗ ଜଣକ କହିଲେ ଯେ ପରାଗ ସମୟରେ ଖାଇଲେ ଦେହ ଖରାପ ହେବ । ମାତ୍ର ଏଭଳି କିଛି ହେବନାହିଁ, ଏହା ସଂପୂର୍ଣ୍ଣ ଭାବରେ ଫାଲ୍ତୁ କଥା ବୋଲି କହିଥିଲେ ନାସ୍ତିକ ସାଙ୍ଗ ଜଣଙ୍କ । ଶାସ୍ତ୍ର କୁ ବିଶ୍ଵାସ କରୁଥିବା ସାଙ୍ଗ ଜଣଙ୍କ କୁହନ୍ତି ଏ ସବୁ ଫାଲ୍ତୁ ନୁହେଁ ବରଂ ପୂର୍ବ ପୁରୁଷ ମାନେ ମଧ୍ୟ ଏ ସବୁ କଥା କୁ ମାନୁଥିଲେ । ତେବେ ସାଙ୍ଗ ଜଣକ କୁହନ୍ତି ତୁ ଯେମିତି ପୂର୍ବ ପୁରୁଷ ଙ୍କ କଥାରେ ଉଠବସ ହେଉଛୁ !
ମୁଁ ନୁହେଁ ବରଂ ଶହ ଶହ ଲୋକ ମାନୁଛନ୍ତି ବୋଲି କୁହନ୍ତି ସାଙ୍ଗ ଜଣଙ୍କ । ହଜାର ହଜାର ଲୋକ ମାନୁନାହାଁନ୍ତି, ତାଙ୍କର କଣ ହେଉଛି ? ତେବେ ତୁ ପୁରୁଣା କଥା କୁ ଧରି ଉପାସରେ ବସିଥା ବୋଲି କହିଲେ ସାଙ୍ଗ ଜଣଙ୍କ । ତେବେ ଏହିଭଳି ଦୁଇ ସାଙ୍ଗ କଥା ହେଉଥିବାର ବିବରଣୀ ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

