ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପାଇଁ ଏବେ ଖୋଲିବ ନାହିଁ ଆଉ ସ୍କୁଲ, ଜାଣନ୍ତୁ କଣ ରହିଛି ପୁରା ଖବର

ବନ୍ଧୁଗଣ କୋରୋନା ମହଆମାରୀ ହଜାର ହଜାର ଲୋକଙ୍କ ପାଇଁ କାଳ ହୋଇସାରିଛି । ଗତ ବର୍ଷ ଏହି ଭାଇରସର ସନକ୍ରମଣକୁ ରୋକିବା ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ଲକଡାଉନ କରାଯାଇଥିଲା । ଗତ ବର୍ଷ ୬ ମାସ କାଳ ଲକଡାଉନ ହେବା ପରେ ଏହି କିଛି ମାସ ହେବ ଲକଡାଉନ ଉଠା ଯାଇଛି । ହେଲେ ବନ୍ଧୁଗଣ କୋରୋନା ମହଆମାରୀର କୋପ କମି ନାହିଁ । ମହରାଷ୍ଟ୍ରରେ ୨୫ ହଜାର ଲୋକ ସନକ୍ରମିତ ହୋଇସାରିଛନ୍ତି ଓ କେତେକ ଲୋକ ଜୀବନ ହରାଇଛନ୍ତି ।

ଯାହାଫଳରେ ମହରାଷ୍ଟ୍ରରେ ଲକଡାଉନ କରା ହୋଇଛି । କୋରୋନାର ଉଗ୍ର ରୂପକୁ ଆଖି ଆଗରେ ରଖି ଆମ ଓଡିଶା ସରକାର କୋଭିଡ ଗାଇଡ ଲାଇନକୁ ବାଧ୍ୟତା ମୂଳକ ପାଳନ କରିବା ପାଇଁ ଆହ୍ଵାନ ଦେଇଛନ୍ତି । ଏହା ସହିତ ବନ୍ଧୁଗଣ ଆଗାମୀ ସମୟରେ ଯଦି ପରିସ୍ଥିତି ଜଟିଳ ହେବ ତା ହେଲେ ଓଡିଶାରେ ପୁଣି ଲକଡାଉନ ହେବାର ସମ୍ଭାବନା ରହିଛି ।

ବହୁତ ମାସ ହେବେ ସ୍କୁଲ ବନ୍ଦ ରହିଛି ଓ ବର୍ତ୍ତମାନ କୋରୋନାର କୋପକୁ ଆଖି ଆଗରେ ରଖି ସ୍କୁଲ କଲେଜ ଖୋଲାଯିବ ନାହିଁ ବୋଲି ଓଡିଶା ସରକାର କହିଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହା ଜଣା ପଡିଛି ଯେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ ନାହିଁ । ଗଣଶିକ୍ଷା ମନ୍ତ୍ରୀ ଏହି ସୂଚନା ମିଡିଆକୁ ଦେଇଥିବାର ଜଣା ପଡିଛି ।

ବନ୍ଧୁଗଣ ବଢୁଥିବା କୋରୋନା ସନକ୍ରମଣ ପାଇଁ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସୀମାନ୍ତ ଜିଲା ଗୁଡିକରେ ନୋଡାଲ ଅଫିସର ପହଞ୍ଚି ଛନ୍ତି ଓ ସେହି ଅଞ୍ଚଳ ଗୁଡିକରେ କେମିତି କୋଭିଡ ନିୟମ ପାଳନ କରାଯାଉଛି ତାହା ବିଷୟରେ ତଦାରଖ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଚର୍ଚା ହେଉଥିଲା ଯେ ଯେହେତୁ ନବମ ଓ ଦଶମ ଶ୍ରେଣୀ ସ୍କୁଲ ଗୁଡିକ ଖୋଲିଯାଇଛି ତା ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ କେବେ ଖୋଲିବ । ହେଲେ ବର୍ତ୍ତମାନ ଏହା ସ୍ପର୍ଷ୍ଟ ହୋଇଯାଇଛି ଯେ କୋରୋନାର କୋପକୁ ଆଖି ଆଗରେ ରଖି ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।

ପୂର୍ବରୁ ଶିକ୍ଷା ବିଭାଗ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସଖାଳ ସମୟରେ କ୍ଳାସ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଦୁଇ କ୍ଳାସ ସାରିବା ପରେ ନେବାର ନିଷ୍ପତ୍ତି ନିଆଯାଇଥିଲା । ହେଲେ କିଛି ଗୁରୁତ୍ଵପୂର୍ଣ୍ଣ ବିଚାରକୁ ଆଖି ଆଗରେ ରଖି ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରାଯିବ ।

ଏହା ସହିତ ବନ୍ଧୁଗଣ ସ୍କୁଲ ଓ କଲେଜରେ ସାମାଜିକ ଦୂରତା ଓ ସ୍ୟାନିଟାଇଜ ବ୍ୟବସ୍ତାକୁ ଅଧିକ ଗୁରୁତ୍ଵ ଦିଆଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ କୋଭିଡ ଗାଇଡ ଲାଇନର ପାଳନ କରନ୍ତୁ ଓ ନିଜେ ସୁରକ୍ଷିତ ରୁହନ୍ତି । କାରଣ ଆପଣ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ସୁରକ୍ଷିତ ରହିବ, ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ ନିଶ୍ଚୟ କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *