ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ସାଧାରଣଜ୍ଞାନ ଥିବା ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ବହୁତ କାମରେ ଆସିବ । ଏହିଭଳି ଅନେକ ପ୍ରଶ୍ନ ଉତ୍ତର ଅଛି ଯାହା ସମ୍ବନ୍ଧରେ ସାଧାରଣତଃ ଆମ୍ଭେ ଜାଣି ନଥିବୁ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ । କାରଣ ଏହି ବିବରଣୀ ଯେ କେତେବେଳେ ଆପଣଙ୍କୁ ଯେ କେଉଁ ମୁହୂର୍ତ୍ତରେ ଆବଶ୍ୟକ ହେବ ତାହା ଆପଣ ମଧ୍ୟ ଜାଣିନଥିବେ । ତେବେ ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
1;- ଏମିତି କେଉଁ ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରେ ?
ଉତ୍ତର;- ବ୍ଲଟବୁଟ ଟ୍ରି ।
2;- ସବୁଠାରୁ ବଡ ଜଳଚର ପ୍ରାଣୀ କଣ ?
ଉତ୍ତର;- ନୀଳ ତିମି ।
3;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ସେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ସେ ମରିଯାଏ ?
ଉତ୍ତର;- ନିଆଁ ।
4;- ଗୋଟିଏ ଗଛର ଫଳର ଦୁଇଟି ନାମ, କଞ୍ଚା ଥିଲେ ଗୋଟିଏ ନାମ, ପାଚିଲେ ଆଉ ଗୋଟିଏ ନାମ, କିଏ କହି ପାରିବ ତାହାରି ନାମ ?
ଉତ୍ତର;- ନଡିଆ/ପଇଡ ।
5;- ପଥର ହେଲେବି ସେ ପାଣି ସେହିଟା କ’ଣ ?
ଉତ୍ତର;- ବରଫ ଏବଂ କୁଆପଥର ।
6;- ଖାଇଲେ କିଏ ମରେ ?
ଉତ୍ତର;- ଭୋକ ।
7;- ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର;- ଝାଳ ।
8;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ତାହାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନୀ କୁହ ସେ କିଏ ?
ଉତ୍ତର;- ବେଲୁନ ।
9;- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?
ଉତ୍ତର;- କମଳା ।
10;- ବର୍ଷାଦିନେ କାନ୍ଦେ ଶୀତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ, ରଙ୍ଗ ବେରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?
ଉତ୍ତର;- ଛତା ।
11;- ବାଛୁରୀର ହକ ମାରି ମହାଦେବ ପିଏ, ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ, କହିଲା ଭାବି କି ଦରବ ଇଏ ?
ଉତ୍ତର;- କ୍ଷୀର ବା ଦୁଗ୍ଧ ।
12;- ତାଟିଆ ଭିତରେ ତାଟିଆ ଅଛି, ତାଟିଆ ଭିତରେ ଅମୃତ ମା’ ପେଟରେ ଝିଅଟି ଗୋରି, କହ ଇଏ କି ଗଣିତ ?
ଉତ୍ତର;- ନଡିଆ ।
13;- ନାଲି ଘୋଡାଟି ଯୁଆଡେ ଯାଏ, କଳା ଘୋଡା ସବୁ ଡଋ ପଳାଏ କହିଲ ଦେଖି ଏହି ନାଲି ଘୋଡାଟି କିଏ ?
ଉତ୍ତର;- ନିଆଁ ।
14;- ପଥର ହେଲେ ବି ମୁଁ ପାଣି ?
ଉତ୍ତର;- ବରଫ/କୁଆ ପଥର ।
15;- ବାବାଜୀ ନୁହେଁ ତା ବଢିଛି ଦାଢି, ପାଦ ତଳ ଯାଏ ଆସିଛି ମାଢି, ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାଆନ୍ତି ତା ନାଲି କୋଳି ?
ଉତ୍ତର;- ବରଗଛ ।
16;- ଧରିଲେ ଧରା ଦିଏ ନାହିଁ, ଦେଖିଲେ ଦେଖା ଦିଏ, ଯୁଆଡେ ଗଲେ ଯାଏ ସିଏ କହଭାଇ କହ କ’ଣ ସିଏ ?
ଉତ୍ତର;- ନିଜର ଛାଇ ।
17;- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି, କିନ୍ତୁ ପସନ୍ଦ କରନ୍ତି ନାହିଁ ?
ଉତ୍ତର;- ପୋଲିଓ ।
18;- ଏମିତି ବାଘସେ ଛାଡେ ନି ଘର, ଖାଏନି ମଣିଷ ପିଏ ସେ କ୍ଷୀର, ମା’ ନ ଦେଖିଲେ ମାଉସି ଦେଖ ଲୋ କୁକୁର କୁ ତାହାର ପ୍ରବଳ ଡର ?
ଉତ୍ତର;- ବିଲେଇ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।