ବାଇକ ଚାଳକଙ୍କ ପାଇଁ ଆସିଲା ନୂଆ ନିୟମ ! ହେଲମେଟ ପିନ୍ଧିଥିଲେ ବି ଦେବାକୁ ପଡିବ 2000 ଟଙ୍କାର ଫାଇନ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆସିଲା ନୂଆ ଟ୍ରାଫିକ ନିୟମ । ସାବାଡ ହେବେ ବାଇକ ଚାଳକ । ହେଲମେଟ ପିନ୍ଧିଲେ ମଧ୍ୟ ଗଣିବେ ତଣ୍ଡ । ଦେବାକୁ ପଡିବ ୨୦୦୦ ଟଙ୍କା । ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ବାଇକ ଚାଳକ ହେଲମେଟ ପିନ୍ଧିଥିଲେ ମଧ୍ୟ ଜୋରିମାନା ଦେବେ । ଯଦି କୌଣସି ବ୍ୟକ୍ତି ବିନା ଆଇଏସଆଇ ଥିବା ହେଲମେଟ ପିନ୍ଧିଥିବେ ତେବେ ଦେବାକୁ ପଡିବ ୧୦୦୦ ଟଙ୍କା ଜୋରିମାନା ।

ସେହିପରି ଯଦି କୌଣସି ବ୍ୟକ୍ତି ହେଲମେଟ ର ସ୍ଟ୍ରିପ ବାନ୍ଧି ନଥିବେ ତେବେ ତାଙ୍କୁ ୧୪୯ D ଏମଭି ଅନୁଯାୟୀ ୧୦୦୦ ଟଙ୍କା ଦେବାକୁ ପଡିବ । ଏହାର କାରଣ ହେଉଛି ଯେ ଭାରତରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ସାଢେ ୩ ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି । ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ବିଭିନ୍ନ ସମୟରେ ନିୟମ ଲାଗୁ କରୁଛନ୍ତି । ସଡକରେ ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବା ନିହାତି ଜରୁରୀ ।

ସେହିପରି ମୋଟରଜେନା ଅଧିନିୟମର ଧାରା ୧୪୯ ଡି ଅନୁଯାୟୀ ଯିଏ ମୋଟର ସାଇକେଲ ଚଳାଇ ଥାଏ କିମ୍ବା ମୋଟର ସାଇକେଲ ସେକ୍ସନ ୧୨୯ ର ନିୟମାବଳୀ କୁ ଉଲଂଘନ କରେ ତେବେ ତାଙ୍କୁ ୧୦୦୦ ଟଙ୍କା ଜୋରିମାନା କରାଯିବ । ଏବଂ ତାଙ୍କ ଲାଇସେନ୍ସ ୩ ମାସ ନିମନ୍ତେ ଅଯୋଗ୍ୟ କରାଯିବ । ଏହିଭଳି ଭାବରେ ସରକାର ଙ୍କ ନିୟମ ପରିବର୍ତ୍ତନ କୁ ନେଇ ଅନେକ ଲୋକେ ସତରକ ହେବେ ବୋଲି ଆଶା ।

ଆଜିର ଯୁବପିଢୀ ସରକାରଙ୍କର କୌଣସି କଥା କୁ ତଥା ନିୟମ କୁ ସ୍ଵୀକାର କରୁ ନାହାଁନ୍ତି । ଯାହା ଫଳରେ ସଡକରେ ଅନେକ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ଟିକିଏ ସତର୍କ ତଥା ସାବଧାନତା ଅବଲମ୍ବନ ନକରିଲେ ଆପଣଙ୍କ ଜୀବନ ସୁରକ୍ଷା କେହି କରି ପାରିବେ ନାହିଁ । ଏଣୁ ଦିନକୁ ଦିନ ଏହିଭଳି ନୂତନ ନୂତନ ନିୟମ ମାନ ସରକାର ଲାଗୁ କରିବାରେ ଲାଗିଛନ୍ତି ।

ତେବେ ସରକାର ଙ୍କ ଏହି ନିୟମ କୁ କେତେଜଣ ବ୍ୟକ୍ତି ସ୍ଵାଗତ ଜଣାଇଥିବା ବେଳେ ଅନ୍ୟ କେତେଜଣ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହି ଅଅଳତା ସରକାରଙ୍କୁ ଦୋଷ ଦେବାରେ ପଛାଉ ନାହାଁନ୍ତି । ଖବର ଅନୁଯାୟୀ ଯେଉଁ ବ୍ୟକ୍ତି ଆଇନ ଉଲଂଘନ କରିବ ତାଙ୍କୁ ନିଶ୍ଚିତ ଭାବରେ ଶାସ୍ତି ମିଳିବ ବୋଲି ସରକାର ଉଲ୍ଲେଖ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *