ଗାତ ଭିତରେ 50 ଘଣ୍ଟା ବିତିଲା ଚତୁର୍ଥ ଦିନରେ ଅପରେସନ ରାହୁଲ । ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ ସାହୁ । ପଥର ପଡ଼ିବାରୁ ଉଦ୍ଧାର କାର୍ଯ୍ୟରେ ଉପୁଜିଛି ସମସ୍ୟା । ଅପରେସନରେ ସାମିଲ ଏନଡିଆରଏଫ ଓ ଏସଡିଆରଏଫ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁର ରାହୁଲ ବୋରୱେଲ ଭିତରେ ଥାଇ ଖାଦ୍ୟ ଗ୍ରହଣ କରିଛି ।

80 ଫୁଟ ଗାତ ତଳେ ରାହୁଲ ଆଉ ରାହୁଲ ପାଖରେ ପହଞ୍ଚିଛି ଖାଦ୍ୟ । ଚତୁର୍ଥ ଦିନରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଛତିଶଗଡର ରାହୁଲକୁ ଉଦ୍ଧାର କରିବା ପାଇଁ ଚାଲିଛି ଏବେ ପ୍ରୟାସ । ମିଡିଆ ରିପୋର୍ଟସ ଅନୁସାରେ ବଡ ବଡ ପଥର ପାଇଁ ରାହୁଲର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବୋରୱେଲ ସ୍ଥାନରେ ମାଟି ତଳେ ବଡ ବଡ ପଥର ରହିଛି ।
ଏହା ଫଳରେ ତାଙ୍କୁ 80 ଫୁଟ ଗାତ ତଳୁ ଏ ପର୍ଯ୍ୟନ୍ତ ବାହାର କରାଯାଇ ନାହିଁ । ହେଲେ ଆଶ୍ବସ୍ତିକର ଖବର ହେଉଛି 80 ଫୁଟ ଗାତ ତଳେ ଫସିରହିଥିବା ରାହୁଲ ରାତିରେ ଖାଦ୍ୟ ଗ୍ରହଣ କରିଛି । ରାହୁଲକୁ କଦଳୀ ଆଉ ଜୁଷ ଦିଆଯାଇଥିଲା । ଏନଡିଆରଏଫ, ଏସଡିଆରଏଫ ଓ ରୋବୋଟିକ ଟିମ ଅହରହ ପ୍ରୟାସ ସତ୍ବେ ମଧ୍ୟ ଏ ଯାଏଁ ସଫଳତା ମିଳି ନାହିଁ ।
କାରଣ ଉଦ୍ଧାର କାର୍ଯ୍ୟ ସମୟରେ ପଥର ପ୍ରତିବନ୍ଧକ ସାଜିଛି । ଏ ଯାଏଁ 50 ଫୁଟରୁ ଅଧିକ ଗାତ ଖୋଳା ଯାଇ ସାରିଛି । ବନ୍ଧୁଗଣ ଗାତ ଭିତରକୁ ଅମ୍ଳଜାନ ସିଲିଣ୍ଡର ଦ୍ଵାରା ଅମ୍ଳଜାନ ବି ଛଡା ଯାଇଛି । ଏହାରି ଭିତରେ ପ୍ରାୟ 50 ଘଣ୍ଟା ସେହି 80 ଫୁଟ ଗାତ ଭିତରେ ବିତାଇ ସାରିଲେଣି ରାହୁଲ । ମାନସିକ ବିକାର ଗ୍ରସ୍ତ ରାହୁଲଙ୍କ ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ।

ଛତିଶଗଡ ସରକାର ଏହା ଉପରେ କଡା ନଜର ମଧ୍ୟ ରଖିଛନ୍ତି । ବନ୍ଧୁଗଣ ରାହୁଲଙ୍କ ପରିବାର ଲୋକେ ଅନ୍ୟ ପଟରେ ଭାଙ୍ଗି ପଡିଲେଣି ହେଲେ ରାହୁଲ ପାଣି କାଢିବାରେ ସାହାର୍ଯ୍ୟ କରିଛି । ଏବେ ଏହି ଖବରକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

