KGF ର ଅସଲ ରକି ଭାଇ କିଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ KGFର ରିଲ ଷ୍ଟୋରି ଯେମିତି ରିଅଲ ମଧ୍ୟ ସେମିତି ଦମଦାର ଓ ରୋମାଞ୍ଚକ । ଫିଲ୍ମରେ ଅଭିନେତା ୟଶ ନିଭାଇ ଥିବା ଭୂମିକା ସତ ନା କାଳ୍ପନିକ ଆପଣଙ୍କ ମନକୁ ପ୍ରଶ୍ନ ଆସିବା ସ୍ଵାଭାବିକ । ଐତିହାସିକ ମାନେ କୁହନ୍ତି କୋଲାର ଜିଲ୍ଲାରେ ଥିବା KGF ଖଣିରୁ ପ୍ରାୟ 900 ଟନ ସୁନା ଉତ୍ପାଦନ ହୋଇଛି । ଏହି ସୁନା 1880 ରୁ 2001 ମଧ୍ୟରେ ବାହାର କରଯାଇଥିଲା । KGF ହେଉଛି ଦୁନିଆର ସବୁଠାରୁ ଗଭୀର ଖଣି ।

ଏଠାର 1980 ଓ 1990 ଦଶକରେ ତିନି କିଲୋମିଟର ଯାଏଁ ଖନନ କରଯାଇଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଥିଲା ଦୁନିଆର 6 ନମ୍ବର ସ୍ଥାନରେ । କିଏ ଏହି ରାଉଡି ଥଙ୍ଗମ ଯାହାକୁ KGFର ଅସଲି ରକି ଭାଇ କୁହାଯାଏ । ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇ ଥିବା ଚରିତ୍ର ସତ ନା କାଳ୍ପନିକ ।

ଏହି ଫିଲ୍ମଟି କୁଖ୍ୟାତ ଅପରାଧୀ ଥଙ୍ଗମ ଉପରେ ଆଧାରିତ । ଥଙ୍ଗମକୁ କୁଖ୍ୟାତ ଚନ୍ଦନ ତସ୍କର ବିରାପନର ଜୁନିୟର ମଧ୍ୟ କୁହାଯାଏ । ମିଡିଆ ରିପୋର୍ଟସ ଅନୁସାରେ ଏନକାଉଣ୍ଟର ପୂର୍ବରୁ ତା ନାମରେ 42ଟି ଅପରାଧିକ ମାମଲା ରହିଥିଲା । ଏପରିକି ତା ନାମରେ ଲୁଟ ଓ ଚିନ୍ତାଇ ମାମଲା ବି ରହିଥିଲା । ତାର ନିଜର ଏକ ଗ୍ୟାଙ୍ଗ ମଧ୍ୟ ରହିଥିଲା । ଫିଲ୍ମରେ ଯେପରି ରକି KGF ତଥା କୋଲାର ଗୋଲ୍ଡ ଫିଲ୍ଡକୁ ଓଲହାଇବା ମାତ୍ରେ ଲୋକଙ୍କ ସପୋର୍ଟ ପାଇଥିଲା ଠିକ ସେହିଭଳି ଥଙ୍ଗମକୁ ମିଳିଥିଲା ଜନତାଙ୍କ ସପୋର୍ଟ ।

ଲୋକଙ୍କ ଗହଳରେ ରବୀନ ହୁଡ ନାମରେ ପରିଚିତ ଥିଲେ ଥଙ୍ଗମ । କାରଣ ଅସହାୟ ଓ ଗରିବଙ୍କୁ ସେ ଖୁବ ସହାୟତା କରୁଥିଲେ । 1997 ମସିହାରେ ଥଙ୍ଗମଙ୍କୁ ଗୁଳି ମାରିଥିଲା ପୋଲିସ 2003ରେ ଥଙ୍ଗମର ତିନି ଭାଇ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇ ଥିଲେ । ଏହା ଉପରେ ଚାଲିଥିବା ସିବିଆଇ ତଦନ୍ତ । ତେବେ ଫିଲ୍ମଟି ରିଲିଜ ହେବା ପରେ ବିବାଦରେ ଆସିଥିଲା ।

ଅସଲ ଜୀବନରେ ଥଙ୍ଗମଙ୍କ ମା ପାଉଲି କୋର୍ଟରେ ମାମଲା ରୁଜୁ କରିଥିଲେ । ପାଉଲିଙ୍କ କହିବା ଅନୁଯାଇ ଚଳଚିତ୍ର ପ୍ରଥମ ଭାଗକୁ ରକିର ଚରିତ୍ରକୁ ନକରାତ୍ମକ ଢଙ୍ଗରେ ପ୍ରକାଶିତ କରାଯାଇଛି । ହେଲେ ପରେ ଫିଲ୍ମ ଉପରେ ଲଗାଇଥିବା ଷ୍ଟେ ଅର୍ଡରକୁ ଉଠାଇ ଥିଲେ କର୍ଣ୍ଣାଟକ କୋର୍ଟ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *