ସରକାରଙ୍କ ବଡ ଘୋଷଣା ! ଜାଣନ୍ତୁ କେଉଁମାନେ ପାଇବେ Smart Health Cards ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆପଣ ଜାଣିଥିବେ କି ଦେଶ ରେ ଏବଂ ରାଜ୍ୟ ରେ କରୋନା ର ଆତଂକ ଖେଳି ରହିଛି ସମସ୍ତେ ଭୟବିତ ହୋଇ ରହୁଛନ୍ତି । ତେବେ ଅନେକ ଲୋକ ଏହି ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ତେବେ ଏହାଛଡା ଆହୁରି ଅନେକ ରୋଗ ରହୁଛି ଯାହାକୁ ଗରିବ ଲୋକ କିମ୍ବା ଅର୍ଥ ଅଭାବ ଯୋଗୁଁ ଲୋକମାନେ ନିଜକୁ ସୁସ୍ଥ କରି ପାରୁ ନାହାଁନ୍ତି ଏବଂ ଆହୁରି ନିଜ ଶରୀର କୁ ଖରାପ କରୁଛନ୍ତି ନଚେତ ମୃତ୍ୟୁବରଣ କରୁଛନ୍ତି ।

ତେବେ ଏହାକୁ ଆଖି ଆଗରେ ରଖି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱାସ୍ଥ୍ୟ କାର୍ଡ଼ କୁ ଲଞ୍ଚ କରିଛନ୍ତି ତେବେ ସେହି କାର୍ଡ଼ ର ନାମ ହେଉଛି ସ୍ମାର୍ଟ ହେଲଥ କାର୍ଡ଼ । ତେବେ ଏହି କାର୍ଡ ଯୋଗୁଁ ଅନେକ ଲୋକ ବହୁତ ଉପକୃତ ମଧ୍ୟ ହେବେ ଏବଂ ସୁସ୍ଥ ରହିବେ । ତେବେ ଏହି କାର୍ଡ଼ କେଉଁ କେଉଁ ଲୋକମାନେ ବ୍ୟବହାର କରି ପାରିବେ ଆସନ୍ତୁ ଜାଣିନେବା ।

ଯେଉଁ ମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଅଛି, ଅନ୍ନପୂର୍ଣ୍ଣା ଅନ୍ତ୍ରଦ୍ୱୟ କାର୍ଡ ଅଛି,ବିଜୁ କୃଷକ କଲ୍ୟାଣ ଯୋଜନା କର୍ଡ଼ ଅଛି,ଯେଉଁ ମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ ହୋଇଛନ୍ତି,ଯେଉଁମାନେ ଓଡିଶା ରାଜ୍ୟ ସରକାର ଙ୍କ ଠାରୁ ରାସନ କାର୍ଡ଼ ପାଇଛନ୍ତି,କିମ୍ବା ଯେଉଁ ମାନଙ୍କ ର ଆୟ ସ୍ୱଳ୍ପ ସେମାନେ ସମସ୍ତେ ଏହି ସ୍ମାର୍ଟ ହେଲଥ କର୍ଡ଼ ର ସୁବିଧା ପାଇ ପାରିବେ । ଏହି କ୍ୟାସ ଲେସ ଯୋଜନା ରେ ଅନ୍ୟ କୌଣସି କାଗଜ ପତ୍ର ର ଆବଶ୍ୟକ ନାହିଁ ।

ଓଡ଼ିଶାର ୯୬ ଲକ୍ଷ ପରିବାର ର ପ୍ରାୟ ସାଢ଼େ ତିନି କୋଟି ସାଧାରଣ ଏହି ଯୁଗାନ୍ତକାରୀ ଯୋଜନା ରେ ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ ରୁ ଅଧିକ ହସ୍ପିଟାଲରେ ପୁରୁଷ ମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ସେବା ପାଇ ପାରିବେ । ତେବେ ଏହି ଯୋଜନା ଅନେକ ଜନତା ଙ୍କ ର ଜୀଵନ ମଧ୍ୟ ବଦଳାଇବା ରେ ସାହାର୍ଯ୍ୟ କରି ପାରେ ।

Leave a Reply

Your email address will not be published. Required fields are marked *