ଜାଣନ୍ତୁ ନାରୀ କେତେ ପ୍ରକାରର ଓ କେଉଁ ପ୍ରକାରର ନାରୀଙ୍କୁ ବିବାହ କଲେ ଜୀବନ ହୋଇଥାଏ ସୁଖମୟ

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉଭୟ ନାରୀ ଓ ପୁରୁଷ ମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି । କେଉଁ ନାରୀ କେଉଁ ପୁରୁଷକୁ ବିବାହ କଲେ ତାଙ୍କ ଜୀବନ ସୁଖ ଓ ସମୃଦ୍ଧିରେ କଟିଥାଏ, ଏହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ନାରୀ ମାନେ ଚାରି ପ୍ରକାରର ହୋଇଥାନ୍ତି, ସେଗୁଡିକ ହେଲା ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ଏବଂ ହସ୍ତିନୀ । ସେହିପରି ପୁରୁଷ ମାନେ ମଧ୍ୟ ଚାରି ପ୍ରାକାରର ହୋଇଥାନ୍ତି, ଶଶକ, ମୃଗ, ବୃଷ ଏବଂ ଅର୍ଶ ଜାତିର ହୋଇଥାନ୍ତି ।


ପଦ୍ମିନୀ ନାରୀ

ସର୍ବ ପ୍ରଥମେ ଜାଣିବା ପଦ୍ମିନୀ ନାରୀ ବିଷୟରେ, ପଦ୍ମିନୀ ନାରୀଙ୍କୁ ଶାସ୍ତ୍ରରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି ଏବଂ ଏହି ପଦ୍ମିନୀ ନାରୀ ସଂସାରରେ ବହୁତ କମ ଅଛନ୍ତି । ଏମାନେ ଧର୍ମ, ପୂଜା ପାଠରେ ବିଶ୍ଵାସ ଏବଂ ଭକ୍ତି କରିଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ସୁଶୀଳ ହୋଇଥାନ୍ତି । ଏମାନେ ଯେଉଁ ପୁରୁଷକୁ ବିବାହ କରନ୍ତି, ସେହି ପୁରୁଷ ମାନେ ଅତ୍ୟନ୍ତ ଖୁସି ଓ ଧନବାନ ହୋଇଥାନ୍ତି । ଏମାନଙ୍କୁ ଲାଲ ବସ୍ତ୍ର ଭଲ ଲାଗେ ଏବଂ ଏମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଏହି ପ୍ରକାରର ନାରୀଙ୍କ ସହ ଶଶକ ଜାତିର ପୁରୁଷ ବିବାହ କରିବା ଉଚିତ ।


ଚିତ୍ରିଣୀ ନାରୀ

ଚିତ୍ରିଣୀ ନାରୀ ପତିବ୍ରତା ହୋଇଥାନ୍ତି । ସୁଜନ ମାନଙ୍କୁ ସ୍ନେହ କରିଥାନ୍ତି, ଏମାନେ ସମସ୍ତ କାର୍ଯ୍ୟ ବହୁତ ଶୀଘ୍ର କରିଥାନ୍ତି । ଏମାନଙ୍କ ପାଖରେ ଭୋଗ ବିଳାସର ଇଛା ବହୁତ କମ ହୋଇଥାଏ । ଏମାନଙ୍କ ପାଖରେ ଅଧିକ ପରିଶ୍ରମ ଯୁକ୍ତ କାର୍ଯ୍ୟ ହୋଇ ପାରିନଥାଏ । ଏମାନେ ବିଚକ୍ଷଣ, ବୁଦ୍ଧିମତୀ ଓ ଚତୁରୀ ହୋଇଥାନ୍ତି । ଗୀତ, ନୃତ୍ୟ ଏବଂ ଚିତ୍ରକଳା ଏମାନଙ୍କୁ ବହୁତ ପସନ୍ଦ ଥାଏ । ଏମାନେ ଧାର୍ମିକ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ସୁଶୀଳ ହୋଇଥାନ୍ତି । ଏମାନେ ସୌଭାଗ୍ୟବତୀ ହୋଇଥାନ୍ତି । ଏହି ଚିତ୍ରିଣୀ ନାରୀ ମାନେ ମୃଗ ଜାତିର ପୁରୁଷ ମାନଙ୍କୁ ବିବାହ କଲେ ସୁଖରେ ରହିଥାନ୍ତି ।


ଶଙ୍ଖିନୀ ନାରୀ

ଶଙ୍ଖିନୀ ନାରୀ ମାନେ ଅନ୍ୟ ନାରୀ ମାନଙ୍କ ଅପେକ୍ଷାରେ ଅତ୍ୟନ୍ତ ଲମ୍ବା ହୋଇଥାନ୍ତି । ଏମାନଙ୍କ ନାକ ମୋଟା ହେବା ସହ ଏମାନଙ୍କ ଆଖି ଅସ୍ତିର ହୋଇଥାଏ । ଏମାନେ ସର୍ବଦା ଅପ୍ରସନ୍ନ ବା ଅସନ୍ତୁଷ୍ଠ ଦେଖାଯାନ୍ତି । ଏହି ନାରୀ ମାନେ ବିନା କାରଣରେ କ୍ରୋଧ କରିଥାନ୍ତି । ଏମାନେ ସ୍ବାମୀଙ୍କ ଉପରେ ସର୍ବଦା ରୁଷ୍ଟ ହୋଇରହିଥାନ୍ତି । ଏମାନଙ୍କ ମନ ସର୍ବଦା ଭୋଗ ବିଳାସରେ ରହିଥାଏ । ଏମାନେ ପରିବାର ଠାରୁ ଅଲଗା ରହିବା ପାଇଁ ଭଲ ପାନ୍ତି । ଏହି ପ୍ରକାରର ନାରୀ ସଂସାରରେ ଅତ୍ୟଧିକ ଥାଆନ୍ତି । ଏହି ପ୍ରକାରର ନାରୀ ବୃଷ ଜାତିର ପୁରୁଷକୁ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଠ ହୋଇଥାନ୍ତି ।


ହସ୍ତିନୀ ନାରୀ- ଏହି ନାରୀ ମାନଙ୍କ ସ୍ଵଭାବ ସର୍ବଦା ପରିବର୍ତ୍ତନ ଶୀଳ ହୋଇଥାଏ । ଏମାନେ ପ୍ରତ୍ୟକ ସମୟରେ ରଙ୍ଗ ବଦଳାଇ ଥାନ୍ତି । ଏମାନଙ୍କୁ ସର୍ବଦା ଭୋଗ ବିଳାସରେ ରହିବା ପାଇଁ ଇଛା ରହିଥାଏ । ଏମାନେ ସମସ୍ତ କଥାରେ ହସିଥାନ୍ତି ଏବଂ ଅଧିକ ଆହାର ମଧ୍ୟ ଗ୍ରହଣ କରିଥାନ୍ତି । ଏମାନଙ୍କ ଶରୀର ମୋଟା ହୋଇଥାଏ । ଏମାନେ କଥା କଥାରେ ରାଗିଯାନ୍ତି । ଏମାନେ ବିନା ରୋଗରେ ମଧ୍ୟ ରୋଗୀ ହୋଇଯାନ୍ତି । ଏମାନଙ୍କ ପାଖରେ ଏମାନଙ୍କ ସ୍ଵାମୀ ସୁନ୍ଦର ଓ ଗୁଣବାନ ହୋଇଥାନ୍ତି । ଏମାନେ ପର ପୁରୁଷରେ ଆସକ୍ତି ରଖିଥାନ୍ତି । ଏମାନେ ଅର୍ଶ ଜାତିର ପୁରୁଷ ସହ ବିବାହ କଲେ କିଞ୍ଚିତ ସୁଖରେ ରହିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *