କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି ଓ ହେବ ନାହିଁ କରୋନା, କରୋନା ର ରକ୍ଷା କବଚ- Swati Mohapatra

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।

ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଆଜି ଆମେ କରୋନା କିପରି ନ ହେବ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି କିପରି ବୃଦ୍ଧି ହେବ ସେ ବିଷୟରେ ଆଲୋଚନା କରିବା ।

କରୋନା କୁ ରୋକିବାର କେବଳ ଗୋଟିଏ ଉପାୟ ଅଛି ତାହା ହେଉଛି ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା । କିନ୍ତୁ ଆଜି କାଲି ର ଖାଦ୍ୟ ରେ ଯେଉଁ କେମିକାଲ ଏବଂ ଦୂଷିତ ଜିନିଷ ରହୁଛି ତାହା ଦ୍ୱାରା ଆମ ଶରୀର ଆହୁରି ଖରାପ ହୋଇ ଯାଉଛି । ତେଣୁ ଆପଣ ଙ୍କୁ ନିଜର ଖାଦ୍ୟପେୟ କୁ ବଦଳାଇବାକୁ ପଡିବ । ନିଜର ଜୀଵନ ଶୈଳୀ ରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ ଏବଂ କିପରି ଆପଣ ଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ହେବ ସେଥି ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ ।

ପ୍ରଥମେ ଆପଣ ନିଜର ଫାଷ୍ଟ ଫୁଡ଼ ଏବଂ ବାହାର ଖାଦ୍ୟ କୁ ବନ୍ଦ କରିବାକୁ ପଡିବ । ତା ପରେ ଆପଣ ବଜାର ରେ ମିଳୁଥିବା କୋଲଡ ଡ୍ରିଙ୍କ ଙ୍କୁ ମଧ୍ୟ ବନ୍ଦ କରିବାକୁ ପଡିବ । କାରଣ ଏହା ଆମ ଶରୀର ରେ ଅନେକ କ୍ଷତି କରିଥାଏ । ଏହା ଛଡା ଆପଣ ଙ୍କୁ ନିଶା ଦ୍ରବ୍ୟ କୁ ବର୍ଜନ କରିବାକୁ ପଡିବ । ମଦ,ଧୂମ୍ର ପାନ, ଗୁଟକା ଆଦି କୁ ବନ୍ଦ କରିବାକୁ ପଡିବ କାରଣ ଏହା ମଧ୍ୟ ଆମ ଶରୀର ପାଇଁ ବହୁତ କ୍ଷତି କାରକ ।

ଆପଣ ସକାଳୁ ଉଠି ଯଦି ଚା ପିଇବା ଅଭ୍ୟାସ ଅଛି ତେବେ ନାଲି ଚା ର ସେବନ କରନ୍ତୁ ଏବଂ ଲେମ୍ବୁ ଚା ପିଅନ୍ତୁ ସେଥିରେ ଡାଲଚିନି ଗୁଣ୍ଡ କିମ୍ବା ହଳଦୀ ଗୁଣ୍ଡ ପକାନ୍ତୁ ଏହା ଦ୍ୱାରା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କ୍ଷୀର ରେ ମଧ୍ୟ ହଳଦୀ ଗୁଣ୍ଡ ପକାଇ ପିଇ ପାରିବେ । ଅଦା ଖାଆନ୍ତୁ ଏହା ସହ ଟିକେ କଳା ଲୁଣ ଏବଂ ଗୋଲ ମରିଚ ମିଶାଇ ସେବନ କରନ୍ତୁ । ଫାଇବର ଯୁକ୍ତ ଖାଦ୍ୟ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ର ସେବନ କରନ୍ତୁ ।

ସତେଜ ଫଳ ଖାଆନ୍ତୁ । ଭିଟାମିନ- ସି ଜାତୀୟ ଫଳ ଖାଇଲେ ଅଧିକ ଲାଭ ମିଳିଥାଏ । ଆପଣ ଅମୃତ ଭଣ୍ଡା,ଅଁଳା,କମଳା ଆଦି । ଅଣ୍ଡା,ଦହି,ରୁଟି ଏବଂ ସବୁଜ ପନି ପରିବା କୁ ମିଶାଇ ଖାଇ ପାରିବେ ଏହା ଦ୍ୱାରା ଆପଣଙ୍କ ଇମ୍ୟୁନିଟ ଶକ୍ତି ବଢ଼ିଥାଏ ଏବଂ ଆପଣ ସୁରକ୍ଷିତ ମଧ୍ୟ ରହିବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *