ଭାରତ ସହିତ ଏହି 10 ଟି ଦେଶରେ ଧୁମଧାମରେ ପାଳନ ହୁଏ ରଥଯାତ୍ରା, କେଉଁ ଦେଶରେ କିପରି ହୁଏ ରଥଯାତ୍ରା, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଶ୍ଵପ୍ରସିଦ୍ଧ ପବିତ୍ର ରଥଯାତ୍ରା ସମାପ୍ତ ହୋଇଯାଇଛି । ଭାରତ ଛଡା ଘୋଷଯାତ୍ରା ଅଥବା ରଥଯାତ୍ରା ବିଦେଶରେ ମଧ୍ୟ ବହୁତ ଧୁମଧାମରେ ପାଳନ କରାଯାଉ ଅଛି । ତେବେ ଆସନ୍ତୁ ଏନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ପୃଥିବୀରେ ଏଭଳି କୌଣସି ଦେଶ ନାହିଁ ଯେଉଁଠାରେ ରଥଯାତ୍ରା ପାଳନ କରାଯାଏ ନାହିଁ । ପୃଥିବୀ ରେ ସବୁ ଜାଗାରେ ରଥଯାତ୍ରା ପାଳନ କରାଯାଇଥାଏ । ଆଜି ଆମ୍ଭେ ୧୦ ଟି ଏଭଳି ଦେଶଙ୍କ ବିଷୟରେ କହିବାକୁ ଯାଉଅଛୁ ଯେଉଁଠାରେ ରଥଯାତ୍ରା ପାଳନ କରାଯାଏ ।

୧;- ଦୁବାଇ, ୟୁଆଇ ପକ୍ଷରୁ ଓଡିଆ ପ୍ରବାସୀ ମାନେ ଏଠାରେ ରଥଯାତ୍ରା ପାଳନ କରିଥିଲେ ।

୨;- ଜର୍ମାନୀ, ଏଠାରେ ମଧ୍ୟ ହରେ ରାମ ହରେ କୃଷ୍ଣ ନାମରେ ରଥ ଟଣାଯାଇଥିଲା । ଛୋଟ ଛୋଟ ପିଲାମାନେ ମଧ୍ୟ ବହୁତ ଖୁସି ହୋଇଥିଲେ ।

୩;- ୟୁରୋପ, ବହୁତ ଧୁମଧାମରେ ଏଠାରେ ରଥଯାତ୍ରା ପାଳନ କରାଯାଇଥିଲା । ହରି ନାମରେ ପ୍ରକୋମ୍ପିତ ହୋଇଥିଲା ସହର ।

୪;- କୋରିଆ, ଓଡିଆ ପ୍ରବାସୀଙ୍କ ଦ୍ଵାରା ପାଳନ କରାଯାଉଥିବା ରଥଯାତ୍ରା ଏଠାରେ ଦେଖିବାକୁ ମିଳିଥିଲା ।

୫;- ଜାପାନ, ଏଠାରେ ମଧ୍ୟ ଆନନ୍ଦମୟ ଭାବରେ ଭାରତବାସୀ ରଥଯାତ୍ରା ପାଳନ କରିଥିଲେ । ଜାପାନ ବାସୀ ମାନେ ମଧ୍ୟ ବହୁତ ଉପଭୋଗ କରିଥାନ୍ତି ।

୬;- ଅଷ୍ଟ୍ରେଲିଆ, ଏଠାରେ ନିଆରା ଢଙ୍ଗରେ ନାଚି ନାଚି ହରେକୃଷ୍ଣ ହରେରାମ ସ୍ଵରରେ ରଥଯାତ୍ରା ପାଳନ କରିଥିବାର ସୂଚନା ମିଳିଥିଲା ।

୭;- ଲଣ୍ଡନ, ଏଠାକାର ଏକ ସହରରେ ପ୍ରତିବର୍ଷ ଅତି ଧୂମଧାମରେ ଓଡିଆ ମାନେ ତଥା ବିଦେଶୀ ଲୋକେ ମାନେ ମଧ୍ୟ ରଥଯାତ୍ରା ପାଳନ କରିଥାନ୍ତି ।

୮;- ପାକିସ୍ଥାନ, ତେବେ ସର୍ବଦା ପାକିସ୍ଥାନ ଭାରତକୁ ନିଜର ଶତ୍ରୁ ମାନିଆସିଛି । କିନ୍ତୁ ଏଠାରେ ଥିବା ହିନ୍ଦୁ ଲୋକମାନେ ସବୁବର୍ଷ ରଥଯାତ୍ରା ପାଳନ କରି ଆସୁଛନ୍ତି ।

୯;- ଚାଇନା,ବର୍ତ୍ତମାନ ସମୟରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ଏବଂ ଚାଇନାରେ ଥିବା ଭାରତୀୟ ଲୋକ ଏବଂ ଚାଇନିସ ଲୋକ ମିଶି ପ୍ରତିବର୍ଷ ରଥଯାତ୍ରା ପାଳନ କରନ୍ତି ।

୧୦;- ଆମେରିକା, ଆମେରିକାର ନ୍ୟୂୟର୍କ ସହରରେ ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଏ । ଏଠାକାର ଲୋକେ ତଥା ଓଡିଆ ବାସୀ ମାନେ ବହୁତ ଆନନ୍ଦର ସହିତ ପବିତ୍ର ରଥଯାତ୍ରାକୁ ପାଳନ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *