ଜାଣନ୍ତୁ କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ

 

ସାଧାରଣତଃ ସମସ୍ତ ମଣିଷ ମାନଙ୍କୁ ତାଙ୍କ ସମ୍ପର୍କୀୟ ବା ସାଙ୍ଗ ମାନଙ୍କ ସ୍ଵଭାବ ବିଷୟରେ ଜାଣିବା ପାଇଁ ଇଛା ଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିର କିପରି ସ୍ଵଭାବ ରହିଥାଏ କହିବୁ । ଆପଣ ମାନେ ମଧ୍ୟ ନିଜ ଜନ୍ମବାର ଅନୁସାରେ ନିଜ ସ୍ଵଭାବ ବିଷୟରେ ଜାଣନ୍ତୁ । ବିଭିନ୍ନ ବାରରେ ଜନ୍ମ ହୋଇଥିବା ମଣିଷ ମାନଙ୍କ ଭିନ୍ନ ଚାଲିଚଳନ ଓ ଆଚାର ବ୍ୟବହାର ରହିଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ରବିବାର-

Image Courtesy: Google

ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ କ୍ରୋଧୀ, ଅଭିମାନୀ, କାମାତୁର ଓ ରୀତିକ୍ରିଡାରେ ପାରଙ୍ଗମ ଥାଆନ୍ତି । ଏମାନେ ଭ୍ରମଣ ପ୍ରିୟ ହେବା ସହ ଧାର୍ମିକ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ପତ୍ନୀକୁ ବହୁତ ଖୁସିରେ ରଖନ୍ତି । ଏହି ବ୍ୟକ୍ତିମାନେ ଅଧିକ ଭକ୍ତିପ୍ରିୟ ହୋଇଥାନ୍ତି ।

 

ସୋମବାର-

ସୋମବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ ବହୁତ ଅଳସୁଆ ବା ଧୀର ନୀତି ପ୍ରିୟ ଥାନ୍ତି । ଏମାନେ ପରିଭାଷା, ଭୋଗବିଳାସ ଓ ରୀତି କାର୍ଯ୍ୟରେ ଉତେଜିତ ଥାନ୍ତି । ନିଜ ସ୍ତ୍ରୀକୁ ରୀତିକ୍ରିଡାରେ ସୁଖ ଶାନ୍ତି ଦେବା ସହ ଏମାନେ ନ୍ୟାୟ, ପରାୟଣତା ତଥା ଶାନ୍ତିପ୍ରିୟ ସ୍ଵଭାବର ମଣିଷ ହୋଇଥାନ୍ତି ।

ମଙ୍ଗଳବାର-

Image Courtesy: Google

ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ବିଶେଷ ମାନେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତିମାନେ ସାହାସୀ, ଚଞ୍ଚଳମତି, ଶତ୍ରୁବିରୋଧୀ, କ୍ଷଣକୋପୀ, ବୁଦ୍ଧିମାନ, ବିଦ୍ୟା ପ୍ରବଣ, କାର୍ଯ୍ୟ କୌଶଳୀ ଏବଂ ଚିନ୍ତାଶୀଳ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ନିଜ ପରିବାର ଲୋକଙ୍କୁ ବହୁତ ଖୁସିରେ ରଖନ୍ତି ।

 

ବୁଧବାର-

ଯେଉଁ ବ୍ୟକ୍ତିମାନେ ବୁଧବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଗଭୀର ଚିନ୍ତାରେ ଚିନ୍ତାଶୀଳ, ନ୍ୟାୟବନ୍ତ, ଗୁଣୀ, ଅତିଚତୁର, ଧର୍ମ କାର୍ଯ୍ୟରେ ଅଗ୍ରଗତି, ଭୋଗବିଳାସୀ ଆଦି ଗୁଣ ଓ ଅନେକ ସ୍ତ୍ରୀ ସହ ସମ୍ପର୍କ ରଖିଥାନ୍ତି । ଏହି ବ୍ୟକ୍ତିମାନେ ରୀତିକ୍ରିଡାରେ ପ୍ରାରଙ୍ଗମ ହୋଇଥାନ୍ତି ।

ଗୁରୁବାର-

Image Courtesy: Google

ଯେଉଁ ବ୍ୟକ୍ତି ବିଶେଷ ଗୁରୁବାର ଦିନ ଜନ୍ମ ହୋଇଛନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁ ପ୍ରତି ଉଦାର ସ୍ଵଭାବ ଦେଖାଇଥାନ୍ତି । ଶାସ୍ତ୍ର ଧାର୍ମିକ ଓ କ୍ଷମାବନ୍ତ ଆଦି ମଧ୍ୟ ଅଟନ୍ତି ।

ଶୁକ୍ରବାର-

Image Courtesy: Google

ଯେଉଁ ବ୍ୟକ୍ତି ବିଶେଷ ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ନୀତି ନିୟମକୁ ଆଖି ଆଗରେ ରଖି ଚାଲିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ପରୋପକାରୀ, ଭ୍ରମଣ ପ୍ରିୟ ଏବଂ କାମବିଳାସୀ ହୋଇଥାନ୍ତି । ନିଜ ସ୍ତ୍ରୀକୁ ସୁଖ ପ୍ରଦାନ କରିବାରେ କେବେ ବି ଅବହେଳା କରନ୍ତି ନାହିଁ ।

ଶନିବାର-

Image Courtesy: Google

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ କ୍ଷଣକୋପି, ଚଞ୍ଚଳକୋପି, ବହୁତ ଅହଙ୍କାରୀ, ତାମସିକ ବିଦ୍ୟାରେ ପ୍ରବୀଣ, ପରଧନରେ ଲୋଭ ଆଦି ସ୍ଵଭାବ ରଖିଥାନ୍ତି । ଏମାନେ ନିଜ ଜୀବନରେ ବହୁତ ଦୁଃଖ ପାଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *