ଶିଲ୍ପା ସେଟ୍ଟୀଙ୍କ ସହିତ ଏହି ସବୁ ଆକ୍ଟ୍ରେସଙ୍କ ହଜବ୍ୟାଣ୍ଡଙ୍କର ଥିଲା ଅନ୍ୟ ଆକ୍ଟ୍ରେସଙ୍କ ସହ ସମ୍ପର୍କ

ସାଧାରଣ ଝିଅମାନଙ୍କ ମଧ୍ୟରୁ ଯଦି କୌଣସି ଝିଅ ଏକ ଡିଭୋର୍ସ ପାଇଥିବା ଲୋକ ସହିତ ବିବାହ କରିବ, ତାହେଲେ ସେହି ଝିଅକୁ ସମଜାରୁ ବହୁତ ନିନ୍ଦା ଅପବାଦ ଶୁଣିବାକୁ ମିଳିବ । ହେଲେ ବଲିଉଡରେ ଏମିତି କିଛି ସମସ୍ଯା ଦେଖା ଦେଇ ନଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବଡ ବଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ, ଯେଉଁ ମାନେ ବହୁତ ଫେମସ ହୋଇ ମଧ୍ୟ ଡିଭୋର୍ସ ପାଇଥିବା ପୁରୁଷଙ୍କ ସହ ବିବାହ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରାଣୀ ମୁଖାର୍ଜୀ-

ବଲିଉଡ ଇଣ୍ଡଷ୍ଟ୍ରିରେ ରାଣୀ ମୁଖାର୍ଜୀ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ରାଣୀ ମୁଖାର୍ଜ୍ୟ ଏକ ଡିଭୋର୍ସ ପାଇଥିବା ପୁରୁଷଙ୍କ ସହ ବିବାହ କରିଛନ୍ତି । ସେହି ପୁରୁଷ ଜଣକ ହେଉଛନ୍ତି ୟଶ ରାଜ ଚୋପଡାଙ୍କ ପୁଅ ଆଦିତ୍ୟ ଚୋପଡା ।

Image Courtesy: Google

୨୦୧୪ରେ ରାଣୀ ମୁଖାର୍ଜୀ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପଡାଙ୍କ ସହ ବିବାହ କରିଥିଲେ । ହେଲେ ଆଦିତ୍ୟ ଚୋପଡା ରାଣୀଙ୍କ ସହ ବିବାହ କରିବା ପୂର୍ବରୁ ନିଜ ପିଲା ବେଳର ସାଙ୍ଗ ପାୟଲ ଖନାଙ୍କ ସହ ୨୦୦୧ରେ ବିବାହ କରିଥିଲେ । ବିବାହର ୮ ବର୍ଷ ପରେ ଏମାନେ ଅଲଗା ହୋଇଯାଇଥିଲେ । କାରଣ ଏମାନଙ୍କ ମଧ୍ୟରେ ରାଣୀ ମୁଖାର୍ଜୀ ଆସିଯାଇଥିଲେ ।

କରିନା କପୁର-

Image Courtesy: Google

ବଲିଉଡ ଇଣ୍ଡଷ୍ଟ୍ରିରେ କରିନାଙ୍କ ପଛରେ ବହୁତ ଅଭିନେତା ପାଗଳ ଅଟନ୍ତି । କରିନାଙ୍କ ଅଭିନୟ ଓ ସୁନ୍ଦରତାକୁ ବହୁତ ଲୋକ ପସନ୍ଦ କରନ୍ତି । କରିନା ଶେଫ ଅଲି ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଏକ ପୁଅ ମଧ୍ୟ ଅଛି । ହେଲେ ଶେଫ ଅଲି ଖାନ କରିନାଙ୍କ ପୂର୍ବରୁ ଅମୃତା ସିଂହଙ୍କ ସହ ୧୯୯୧ ମସିହାରେ ବିବାହ କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଏହି ଦୁଇ ଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ।

ଶିଲ୍ପା ସେଟି-

Image Courtesy: Google

ଶିଲ୍ପା ସେଟି ନିଜ ଫିଲ୍ମ କ୍ୟାରିୟରରେ ବହୁତ ସଫଳତା ହାସଲ କରିଛନ୍ତି । ଶିଲ୍ପା ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ୨୦୦୯ରେ ବିବାହ କରିଥିଲେ । ହେଲେ ଶିଲ୍ପାଙ୍କ ପୂର୍ବରୁ ରାଜ କବିତା କୁନ୍ଦରାଙ୍କୁ ୨୦୦୩ରେ ବିବାହ କରିଥିଲେ । ହେଲେ ୩ ବର୍ଷ ପରେ ଏମାନେ ଅଲଗା ହୋଇ ଯାଇଥିଲେ ।

ଦିବ୍ୟା ଭାରତୀ-

Image Courtesy: Google

ଦିବ୍ୟାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ପାଗଳ ହେଉଥିଲେ । ଦିବ୍ୟା ବହୁତ କମ ବୟସରେ ବଲିଉଡରେ ପାଦ ଦେଇଥିଲେ । ୧୯ ବର୍ଷ ବୟସରେ ସେ ବଲିଉଡରେ ମହଙ୍ଗା ହିରୋଇନ ରୂପେ ପରିଚିତ ଥିଲେ । ସେହି ସମୟରେ ସେ ପ୍ରଡ୍ୟୁସର ସାଜିଦ ନାଦିଆଦୱାଲାଙ୍କ ସହ ବିବାହ କରିଥିଲେ । ହେଲେ ବିବାହର ୧ ବର୍ଷ ପରେ ଦିବ୍ୟାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସାଜିଦ ବର୍ଦ୍ଧା ଖାନଙ୍କ ସହ ବିବାହ କରିଥିଲେ ।

କରିସ୍ମା କପୁର-

Image Courtesy: Google

କରିସ୍ମା କପୁର ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ । ବଲିଉଡରେ ସେ ବହୁତ ସୁନାମ ଅର୍ଜନ କରିଛନ୍ତି । କରିସ୍ମା ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ସହ ୨୦୦୩ରେ ବିବାହ କରିଥିଲେ । ହେଲେ ବିବାହ କିଛି ବର୍ଷ ପରେ ସଞ୍ଜୟଙ୍କ ସହ ଅନ୍ୟ ଏକ ଝିଅର ଅଫେୟାର ରହିଥିଲା । ଯାହାଫଳରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ସେହି ଝିଅଟି ହେଉଛି ପ୍ରିୟା ସଚଦେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ବଲିଉଡର ଏମିତି ହିଁ କିଛି ଚଟପଟା ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *