Cyclone Jawad Update: ଆସୁଛି ଜୱାଦ ! ଦେଖନ୍ତୁ କେଉଁ ଆଡକୁ ମୁହାଁଇବ ଏହି ବାତ୍ୟା, କଣ ରହିବ ଏହାର ଗତିପଥ

ବନ୍ଧୁଗଣ, ଆସୁଥିବା ବାତ୍ୟା ପାଇଁ ଚାଷୀଙ୍କ ମନରେ ଚିନ୍ତା । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚାଷୀମାନେ ନିଜ ନିଜର ଫସଲ ଧାନ, ଗହମ, ବିରି , କୋଳଥ ସୁରକ୍ଷିତ ସ୍ଥାନରେ ଯଥା ଶୀଘ୍ର ରଖିଦେବା ଉଚିତ୍ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ରେ ଆସନ୍ତା ୩ ରୁ ୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା ର ସୂଚନା ମିଳିଛି । ଏହା ସହିତ ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟ ସଚେତନ ହେବା ଉଚିତ । ଆଣ୍ଡମାନ ନିକୋବର ରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ତାହା ଖୁବ୍ ଶୀଘ୍ର ଅବପାତର ରୂପ ନେବ ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ଷା ଜୋରରେ ହେବା ସହ ପବନ ମଧ୍ୟ ଜୋରରେ ବହିବ । କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇନାହିଁ କି ବାତ୍ୟା କେଉଁଠି ଲାଣ୍ଡଫଲ୍ କରିବ ? କିନ୍ତୁ ଏହା ନିଶ୍ଚିତ ଯେ ଓଡ଼ିଶାରେ ଅନେକ ମାତ୍ରାରେ ଏହାର ପ୍ରଭାବ ରହିବ ଯାହା ଦ୍ଵାରା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଡ଼ିଜି ଙ୍କ ସୂଚନା ଅନୁସାରେ କିଛି କିଛି ଜିଲ୍ଲାରେ ୨୦ ସେଣ୍ଟି ମିଟର ରୁ ଅଧିକ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ଲଗାତାର ୪ ଦିନ ର ବର୍ଷା ଫଳରେ ବନ୍ୟା ହେବାର ମଧ୍ୟ ସମ୍ଭାବନା ରହିଛି । ଯେଉଁ ଯେଉଁ ଜିଲ୍ଲାରେ ବାତ୍ୟା ର ପ୍ରଭାବ ରହିବ, ସେହି ଜିଲ୍ଲାର ଜିଲ୍ଲାପାଳ ଙ୍କୁ ମଧ୍ୟ ରାଜ୍ୟ ସରକାର ଙ୍କ ତରଫରୁ ସୂଚନା ଦିଆସରିଛି । ବିଶେଷ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ସତର୍କ ରହିବାକୁ କୁହାଯାଇଅଛି । ବର୍ତ୍ତମାନ ଆକଳନ କୁ ଦେଖିବାକୁ ଗଲେ, ୨୦୧୦ , ୨୦୧୫ ଏବଂ ୨୦୧୭ ଏହି ବର୍ଷ ମାନଙ୍କ ରେ ମଧ୍ୟ ଡିସେମ୍ବର ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ବର୍ଷା ହୋଇଥିଲା ।

ଏହାର ମାତ୍ରା ଏତେ ରହିଥିଲା ଯେ ପରବର୍ତ୍ତୀ ସମୟରେ କିଛି ଜିଲ୍ଲାରେ ତାହା ବନ୍ୟାର ରୂପ ନେଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଡିସେମ୍ବର ମାସରେ ହେଉଥିବା ବାତ୍ୟା କେବେ ଓଡ଼ିଶାରେ ଲାଣ୍ଡଫଲ୍ କରି ନଥାଏ । ବାତ୍ୟା ପ୍ରଭାବରେ ବର୍ଷା ହୋଇଥାଏ । ତେବେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଈଁ ବାରଣ କରି ଦିଆଯାଇଛି ।

ବର୍ଷା ର ପ୍ରଭାବ ଅଧିକ ରହିବ ଅର୍ଥାତ ୨୦ ସେଣ୍ଟିମିଟର ରହିବ ବୋଲି ଆକଳନ କରାଯାଉଅଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ ପୁରୀ ରେ ରେଡ ଆଲର୍ଟ ଜାରି କରାଯାଇଅଛି । ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଣ୍ଡଫଲ୍ ହେବ । ୩ ତାରିଖରୁ ବର୍ଷା ର ପ୍ରଭାବ ବଢିବ । ୪ ତାରିଖରେ ଏହାର ପ୍ରଭାବ ସର୍ବାଧିକ ରହିବ ।

କିଛି କିଛି ସ୍ଥାନରେ ୬ ରୁ ୨୦ cm ବର୍ଷା ରହିବ । ଏହାଛଡା କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ ଆଦି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, ମାଲକାନାଗିରି ଏହି ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ର ପ୍ରଭାବ ଦେଖିବାକୁ ମିଳିବ । ୫ ତାରିଖ ପରଠାରୁ ଉତ୍ତର ଓଡିଶାରେ ଏହାର ପ୍ରଭାବ ଧୀରେ ଧୀରେ ରହିବ । ବନ୍ଧୁଗଣ ଏହି ସୂଚନା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *