କେଉଁ ଅଭ୍ୟାସ ପାଇଁ ମଣିଷର ଉନ୍ନତି ହୋଇଥାଏ ? ପଢନ୍ତୁ ଆଜିର 20 ଅନୁଚିନ୍ତା

୧. ପ୍ରତ୍ୟେକ ଦିନ ସକାଳୁ କିଛି ସମୟ ଯୋଗ କରିବା ଅଭ୍ୟାସ ରଖିବା ଉଚିତ। ଏହାଦ୍ବାରା ମନ ସ୍ଥିର ରହିଥାଏ, ମାନସିକ ଅବସାଦ ଦୂର ହୋଇଥାଏ, ଶାରୀରିକ ଦକ୍ଷତା ବୃଦ୍ଧି ପାଇଥାଏ ଏବଂ ଶରୀର ନିରୋଗ ରୁହେ। ୨. ପ୍ରତ୍ୟେକ ଦିନ ସକାଳୁ ଉଠି ଦୁଇ ଗ୍ଲାସ ପାଣି ପିଇବା ଉଚିତ। ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ ଏବଂ ଅନ୍ତର ଶକ୍ତି ବିକଶିତ ହୋଇଥାଏ। ୩. ସକାଳୁ ଉଠି ପ୍ରଥମେ ୫ଜଣ ନାରୀ ଙ୍କ ନାମ ନେବା ଉଚିତ। ସେମାନେ ହେଲେ, ଦ୍ରୌପଦୀ, କୁନ୍ତୀ, ମନ୍ଦୋଦରୀ, ତାରା ଏବଂ ଅହଲ୍ୟା। ଏହାଦ୍ବାରା ବହୁତ ଶୁଭ ହୋଇଥାଏ।

୪. ସକାକୁ ଉଠିବା ପରେ ପ୍ରଥମେ ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ। ଏହାଦ୍ବାରା ସୌଭାଗ୍ୟ ଆସିଥାଏ। ୫. ସକାଳୁ ଉଠିବା ପରେ ପ୍ରଥମେ ତଳେ ହାତ ରଖି ପ୍ରଣାମ କରିବା ଉଚିତ। ଏହାଦ୍ବାରା ଧରିତ୍ରି ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ। ୬. ଅନ୍ୟ ମାନଙ୍କ ସହିତ କଥା ହେବା ସମୟରେ ଶରୀରକୁ ସିଧା ରଖି କଥା ହେବା ଉଚିତ। ଏହାଦ୍ବାରା କଥାବାର୍ତ୍ତା ର ଭଲ ପ୍ରଭାବ ପଡ଼ିଥାଏ।

୭. ସକାଳୁ ଉଠି ଗାଈକୁ ରୁଟି ଖାଇବାକୁ ଦେବା ଉଚିତ ଏବଂ ପକ୍ଷୀ ମାନଙ୍କ ପାଇଁ ପାଣି ରଖିବା ଉଚିତ। ଏହାଦ୍ବାରା ଶତ୍ରୁ ଙ୍କ ନାଶ ହୋଇଥାଏ ଏବଂ ବାସ୍ତୁଦୋଷ ଦୁର ହୋଇଥାଏ।

୮. ଭଲ ସଂସ୍କାର ଥିବା ବ୍ୟକ୍ତି ଙ୍କ ସହିତ ମିଶିବା ଉଚିତ। ଏହାଦ୍ବାରା ଭଲ ସଂଗତି ସ୍ଥାପନ ହୋଇଥାଏ।

୯. ଯେଉଁ ମାନଙ୍କୁ ଅନ୍ୟ ମାନଙ୍କ ଉପରେ ଇର୍ଷା କରିବାର ଖରାପ ଗୁଣ ରହି ନଥାଏ, ସେହି ବ୍ୟକ୍ତି ମାନେ ସହଜରେ ନିଜ କାର୍ଯ୍ୟ ରେ ସଫଳ ହୋଇଥାନ୍ତି।

୧୦. ଯେଉଁମାନେ ପ୍ରତିଦିନ କାର୍ଯ୍ୟ କରିବା ପୂର୍ବରୁ ରୁଟିନ ପ୍ରସ୍ତୁତ କରି ରଖିଥାନ୍ତି। ସେମାନେ ସଠିକ ସମୟରେ ସଠିକ କାର୍ଯ୍ୟ କରିଥାନ୍ତି।

୧୧. ନିଜ ଶରୀରକୁ ଯେଉଁ ମାନେ ସୁସ୍ଥ ରଖିବାର ଅଭ୍ୟାସ ରଖିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମସ୍ତିଷ୍କ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ସେମାନେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି।

୧୨. ଯେଉଁମାନେ ନିଜର ଦୃଷ୍ଟିକୋଣ ସର୍ବଦା ଆଶାବାଦୀ ରଖିଥାନ୍ତି ସେହି ବ୍ୟକ୍ତି ମାନେ କେବେବି ଜୀବନ ରେ ନିରାଶ ହୁଅନ୍ତି ନାହିଁ ଏବଂ ସମସ୍ତ ସଫଳତା ହାସଲ କରିଥାନ୍ତି।

୧୩. କୌଣସି ବଡ଼ ଏବଂ କଠିନ କାର୍ଯ୍ୟ କରିବା ପୂର୍ବରୁ ଛୋଟ ଛୋଟ କାର୍ଯ୍ୟ କରି ଉର୍ଦ୍ଧ୍ବ ଗତି କରିବା ଉଚିତ।

୧୪. ସର୍ବଦା କୌଣସି କାର୍ଯ୍ୟ କରିବା ପୂର୍ବରୁ ମନରେ ଦୃଢ଼ତା ରଖିବା ଆବଶ୍ୟକ। ଏହାଦ୍ବାରା ସମସ୍ତ କାର୍ଯ୍ୟ ସହଜ ହୋଇଥାଏ।

୧୫. ଯେଉଁ ବ୍ୟକ୍ତି ମାନଙ୍କୁ ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବାର ଅଭ୍ୟାସ ରହିଥାଏ ସେହି ବ୍ୟକ୍ତି ସବୁ ପ୍ରକାର କାର୍ଯ୍ୟ ସହଜରେ କରିଥାଏ।

୧୬. ସବୁବେଳେ ପ୍ରେରଣା ଦାୟକ ପୁସ୍ତକ ପଢ଼ିବା ଉଚିତ କିମ୍ବା ପ୍ରେରଣା ଦେଉଥିବା ବ୍ୟକ୍ତି ଙ୍କ ସହିତ ମିଶିବା ଉଚିତ। ଏହାଦ୍ବାରା କାର୍ଯ୍ୟ ରେ ସଫଳତା ହାସଲ ହୋଇଥାଏ।

୧୭. ସର୍ବଦା ନିଜ ଭୁଲ କୁ ସ୍ୱୀକାର କରିବାର ଅଭ୍ୟାସ ରଖିବା ଉଚିତ। ଏହାଦ୍ବାରା ସଫଳତା ର ରାସ୍ତା ସୁଗମ ହୋଇଥାଏ।

୧୮. ମଣିଷ ଶରୀରରେ ୭୦% ଜଳ ଭାଗ ରହିଥାଏ। ତେଣୁ ପ୍ରତିଦିନ ପ୍ରଚୁର ପରିମାଣରେ ଜଳ ପାଇବା ଆବଶ୍ୟକ ଅଟେ।ଏହାଦ୍ବାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ।

୧୯. ସବୁବେଳେ ଖାଦ୍ୟ ରେ ସବୁଜ ପନିପରିବା ଖାଇବା ଉଚିତ। ଏହାଦ୍ବାରା ଶରୀରକୁ ଆବଶ୍ୟକୀୟ ଭିଟାମିନ ମିଳିଥାଏ ଏବଂ ଶରୀର ସତେଜ ଏବଂ ସୁସ୍ଥ ରହିଥାଏ।

୨୦. ଯେଉଁ ବ୍ୟକ୍ତି ଆତ୍ମନିର୍ଭରଶୀଳ ରହିଥାଏ ଏବଂ ଯେଉଁ ବ୍ୟକ୍ତିକୁ କେବେବି ପରୋପକାର ଆବଶ୍ୟକ ନଥାଏ। ସେହି ବ୍ୟକ୍ତି ହିଁ ଜୀବନ ରେ ସଫଳତା ର ସିଡ଼ି ଚଢିପାରିଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *