ବିଗବସ ସିଜନ ୧୪ ଜିତିବା ପରେ ଏବେ Abhinav Shukla ଙ୍କର କଣ ହେବ ? ପତ୍ନୀ Rubina Dilaik କରିବାକୁ ଯାଉଛନ୍ତି ଦ୍ଵିତୀୟ ବିବାହ

ବନ୍ଧୁଗଣ ଏହି କିଛି ଦିନ ହେବ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ସୋ ‘ବିଗବସ ସିଜନ ୧୪’ ଶେଷ ହୋଇସାରିଛି । ଏହି ସିଜନଟି ଟିଭି ଅଭିନେତ୍ରୀ ରୁବିନା ଦିଲେକ ଜିତି ଯାଇଛନ୍ତି । ବିଗବସ ଜିତିବା ପରେ ରୁବିନା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହା ବ୍ଯତୀତ ସେ ନିଜ ବୟାନ ଓ ନିଜ ବୋଲ୍ଡ ଫଟୋସ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।ରୁବିନା ବିଗବସ ଜିତିବା ପରେ ତାଙ୍କୁ ତାଙ୍କର ଫ୍ୟାନ୍ସ ମାନେ ସୁବେଛା ଜଣାଉଛନ୍ତି ।

ବନ୍ଧୁଗଣ ବିଗବସ ହାଉସ ମଧ୍ୟରେ ତାଙ୍କ ସ୍ଵାମୀ ଅଭିନବ ଓ ତାଙ୍କ ମଧ୍ୟରେ ବହୁତ ମତଭେଦ ଦେଖିବାକୁ ମିଳିଥିଲା । ବିଗବସ ହାଉସରେ ହୋଇଥିବା ଏକ ଟାସ୍କ ସମୟରେ ରୁବିନା ଏହା କହିଥିଲେ ଯେ, ବହୁତ ଶୀଘ୍ର ତାଙ୍କର ଓ ଅଭିନବଙ୍କର ଛାଡପତ୍ର ହେବାକୁ ଯାଉଛି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଛି ଯେ, ରୁବିନା ବହୁତ ଶୀଘ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ।

ରୁବିନା ବର୍ତ୍ତମାନ ନିଜ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ରୁବିନା ମଧ୍ୟ କହିଛନ୍ତି, ତାଙ୍କର ଦ୍ଵିତୀୟ ବିବାହ ନିଶ୍ଚିନ୍ତ ରୂପରେ ହେବ, ହେଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ଏହି ଦ୍ଵିତୀୟ ବିବାହ ସେ ନିଜ ସ୍ଵାମୀ ଅଭିନବ ଶୁକ୍ଲାଙ୍କ ସହ କରିବାକୁ ଯାଉଛନ୍ତି । ବିଗବସ ପରଠାରୁ ଏହି ଦୁଇଜଣଙ୍କ ସମ୍ପର୍କର ଏକ ନୂଆ ଆରମ୍ଭ ହୋଇଛି । ଏହି ଦୁଇଜଣଙ୍କ ସମ୍ପର୍କ ପୁଣି ପୂର୍ବ ପରି ହୋଇଯାଇଛି ।

ବନ୍ଧୁଗଣ ରୁବିନା ଓ ଅଭିନବ ବିଗବସ ହାଉସ ଯିବାର ମୁଖ୍ୟ କାରଣ ହେଉଛି ସେମାନେ ପରସ୍ପର ସହ ସମୟ ବିତାଇବା ପାଇଁ ଚାହୁଁଥିଲେ । ଏହି ଦୁଇଜଣ ସୋ ହେବା ପୂର୍ବରୁ ଓ ସୋ ସରିବା ପରେ ଏହି କଥାର ଖୁଲାସା କରିଥିଲେ । ଭାରତୀୟ ଆଇନ ଅନୁଯାଇ ଏହି ଦୁଇଜଣଙ୍କୁ ୬ ମାସ ଏକା ସହ ବିତାଇବା ପାଇଁ କୁହାଯାଇଥିଲା । କାରଣ ଯେମିତି ତଲାକକୁ ରୋକାଯାଇ ପାରିବ ଓ ଏମାନେ ପରସ୍ପରକୁ ଆହୁରି ଭଲ ଭାବରେ ବୁଝି ପାରିବେ । ସେଥିପାଇଁ ଏହି ଦୁଇଜଣ ଏକା ସହ ବିଗବସ ହାଉସ ଆସିଥିଲେ ।

ସୋ ସମୟରେ ରୁବିନା କହିଥିଲେ ଯେ, ତାଙ୍କର ସମ୍ପର୍କ ଭାଙ୍ଗିବାକୁ ଯାଉଛି । ଯେତେବେଳେ ସମ୍ପର୍କ ଭାଙ୍ଗିବାକୁ ଲାଗିଥିଲା ସେତେବେଳେ ଏହି ଦୁଇଜଣ ବିଗବସ ହାଉସ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଗବସ ହାଉସରେ ୧୪୩ ଦିନ ରହିବା ପରେ ଏମାନେ ଜାଣି ପାରିଥିଲେ ଯେ, ଏମାନେ ପରସ୍ପର ବିନା ରହିପାରିବେ ନାହିଁ ।

ରୁବିନା ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଥିଲେ ଯେ, ବିଗବସ ହାଉସ ଯିବା ପରେ ଏହା ଜଣା ପଡିଥିଲା କି ମତଭେଦ ଓ ଦୁଇଟି ଅଲଗା ଚିନ୍ତାଧାରା ରଖିଥିବା ମଣିଷ କିପରି ପରସ୍ପର ସହ ମିଶି ରହିପାରିବେ । ଏହି ସୋ ଦ୍ଵାରା ରୁବିନା ଓ ଅଭିନବ ଆଜୀବନ ଏକ ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ବହୁତ ଶିଘ୍ର ଏହି ଦୁଇଜଣ ପରସ୍ପର ସହ ଦ୍ଵିତୀୟ ଥର ବିବାହ କରିବାକୁ ଯାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *