କେମିତିକା ସ୍ତ୍ରୀ କୁ ନିଜର ଜୀବନସାଥୀ ରୂପେ ବାଛିବେ ? Ajira Sadhuvani

ବନ୍ଧୁଗଣ, ଗୋଟେ ସ୍ତ୍ରୀ ତା ସ୍ଵାମୀ ର ସବୁ କିଛି ହୋଇଥାଏ । ସ୍ତ୍ରୀ ଟି ଶଯ୍ୟା ସଙ୍ଗିନୀ ବା ଜୀବନ ସଙ୍ଗିନୀ । କେବେ ହେଲେ ସ୍ତ୍ରୀ କୁ ଶଯ୍ୟା ସଙ୍ଗିନୀ ଭାବରେ ଗ୍ରହଣ କରନ୍ତୁ ନାହିଁ । ସବୁବେଳେ ଜୀବନ ସଙ୍ଗିନୀ ଭାବରେ ଗ୍ରହଣ କରନ୍ତୁ । ତେବେ ଯାଇ ସ୍ତ୍ରୀ ଆପଣଙ୍କର ଅତି ପ୍ରିୟ ହୋଇପାରିବ । ସ୍ଵାମୀ ଯଦି ରାଗି ଯାଇ କିଛି ବି କହି ଦେଲେ କଟୁ କଥା ସ୍ତ୍ରୀ ଦାସୀ ଭଳି ସବୁ ସାହି ଯାଆନ୍ତି । ଆଉ ସ୍ଵାମୀଙ୍କୁ ଖାଇବାକୁ ଦେଲା ବେଳେ ମା ଯେମିତି ପୁଅ କୁ ଖାଇବାକୁ ଦିଏ ସେମିତି ଖାଇବାକୁ ଦେବ ।

ଏବଂ ବିପଦ ସମୟ ରେ ମନ୍ତ୍ରୀ ଭଳି ରାଜାଙ୍କ ପାଖରେ ମନ୍ତ୍ରୀ ଯେମିତି ଉପଦେଶ ଦେଉଥାଏ ସେମିତି ସ୍ଵାମୀଙ୍କୁ ବିପଦ ସମୟରେ ଭଲ ଉପଦେଶ ଦେବ ତାଙ୍କ ମନକୁ ଶାନ୍ତ ରଖିବ । ଏମିତି ସ୍ତ୍ରୀ ହେଉଛି ପ୍ରାଣବଲ୍ଲଭ ସ୍ତ୍ରୀ । ଏହି ସ୍ତ୍ରୀ ଙ୍କୁ ସର୍ବଦା ଭଗବାନ ସହାୟ ହୋଇଥାନ୍ତି । ଯଦି ସେହିଭଳି ସ୍ତ୍ରୀ ମନରେ ଆପଣ ଜାଣିଛନ୍ତି ମୋ ସ୍ତ୍ରୀ ଟି ଭଲ ତାହା ପରେ ମଧ୍ୟ ଆପଣ ନିଜ ସ୍ତ୍ରୀ ମନରେ ଦୁଃଖ ଦିଅନ୍ତି ତାଙ୍କ ମନକୁ ଆଘାତ ଦିଅନ୍ତି ।

ମନେ ରଖିବେ ଆପଣ ଲକ୍ଷ୍ମୀ ଛଡ଼ା ହୋଇଯିବେ । ଲକ୍ଷ୍ମୀ ଆପଣଙ୍କ ପାଖରେ ରହିବେ ନାହିଁ । ଆପଣ ମାନେ ଜାଣିଥିବେ ଲକ୍ଷ୍ମୀ ଛଡ଼ା ହୋଇଗଲେ ପୁରୁଷର ଅବସ୍ଥା ଯାହା ହୁଏ । ସତ୍ୟ ଯୁଗରେ ଜଣେ ଲକ୍ଷ୍ମୀ ଛଡ଼ା ହୋଇଥିଲେ । ସେ ହେଉଛନ୍ତି ନଳ । ତାଙ୍କ ସ୍ତ୍ରୀ ଦମୟନ୍ତୀ ଚାଲିଯିବାପରେ ଲକ୍ଷ୍ମୀଛଡ଼ା ନଳ ଘାସ କାଟିଲେ । ଏତେ ବଡ ରାଜା ଗଛ କାଟିଲେ । ତ୍ରେତୟା ଯୁଗରେ ରାମ ଲକ୍ଷ୍ମୀ ଛଡ଼ା ହୋଇଥିଲେ ।

ଯେତିକି ସମୟ ରାମଙ୍କ ପାଖରୁ ସୀତା ନିର୍ବାସନ ଦଣ୍ଡ ରେ ରହିଲେ । ରାମ ହେଲେ ଲକ୍ଷ୍ମୀ ଛଡ଼ା । ଯେଉଁ ସମୟରେ ରାବଣ ନେଇ ସୀତା ଙ୍କୁ ରଖିଲା  ଲକ୍ଷ୍ମୀ ଛଡ଼ା ରାମ ଭଗବାନ ହେଲେ ମଧ୍ୟ ଜଙ୍ଗଲରେ ବୁଲି ବୁଲି ତାଙ୍କ ଅବସ୍ଥା ମଧ୍ୟ ଭଲ ନଥିଲା । ଦ୍ଵାପର ଯୁଗରେ ଜଣେ ଲକ୍ଷ୍ମୀ ଛଡ଼ା ହୋଇଥିଲେ ରାଜା ଦୁର୍ଜ୍ୟଧନ । ମହାଭାରତ ସମୟରେ ଯୁଦ୍ଧ ଚାଲିଛି ର-କ୍ତା-କ୍ତ ହୋଇଯାଇଛି ପୃଥିବୀ ରାଣୀ ର ବକ୍ଷ । ଚାରିଆଡେ଼ ଅସ୍ତ୍ରର ଝଙ୍କାର ।

କିଏ କେଉଁଠି ଚିତ୍କାର କରୁଛି ଖାଲି ଚିତ୍କାର ଶୁଭୁଛି ମହାଭାରତ ରଣ ପ୍ରାଙ୍ଗଣ ଭିତରୁ । କାହାର ମୁହଁ ବଙ୍କା ହୋଇଯାଇଛି କାହାର ଛାତି ଭିରି ହୋଇଯାଇଛି କାହାର କେମିତି ଅବସ୍ଥା । ମହାଭାରତ କୁରୁ କ୍ଷେତ୍ର କୁ ଯିଏ ଚାହିଁ ଦେବ ସିଏ ନିଜେ ଚାହୁଁ ଚାହୁଁ ମରିଯିବ ଏମିତି ବିଭତ୍ସ ଦୃଶ୍ୟ । ଏମିତି ବିଭତ୍ସ ଦୃଶ୍ୟ ବେଳେ କୁରୁକ୍ଷେତ୍ରରେ ଚାହୁଁ ଚାହୁଁ ସନ୍ଧ୍ୟା ହୋଇଗଲାଣି ସେତେବେଳକୁ ସମସ୍ତେ ମରିଗଲେଣି ଆଉ କେହି ନାହାଁନ୍ତି ଜଣେ ମଧ୍ୟ ଯୋଦ୍ଧା ବଞ୍ଚି ନଥାନ୍ତି ।

କିନ୍ତୁ ଜଣେ ବଞ୍ଚିଥାଏ ସେ ହେଉଛନ୍ତି ମାନ ଚକ୍ରବର୍ତ୍ତୀ ଦୂର୍ଯ୍ୟଧନ । ଲକ୍ଷ୍ମୀଙ୍କର ଅତିପ୍ରିୟ । ତାଙ୍କ କାନ୍ଧରେ ଥାଆନ୍ତି ଲକ୍ଷ୍ମୀ ଦୂର୍ଯ୍ୟଧନର । ଗୋଟେ ହାତୀର ବଡ ଘଣ୍ଟ ରେ ପଡ଼ିଥିଲେ ଓ ତାହାରି ଭିତରେ ନିଜକୁ ଲୁଚାଇ ରଖିଥିଲା ଦୁର୍ଯ୍ୟଧୋନ । ଯେତେବେଳେ ରାତି ଅଧିକ ହେଲା ପାଣ୍ଡବ ମାନେ ଚାଲିଗଲେ ସେତେବେଳେ ଦୁର୍ଯ୍ୟଧୋନ ଘଣ୍ଟ ଭିତରୁ ବାହାରି ଚାଲିବାକୁ ଲାଗିଲେ ।

ଚାଲୁଚାଲୁ ରାସ୍ତାରେ ଦେଖିଲେ ପିତାମହ ଭୀଷ୍ମ ସରଶଯ୍ୟାରେ ଶୋଇଛନ୍ତି । ପିତାମହଙ୍କ ପାଦ ସ୍ପର୍ଶ କରି ଦୂର୍ଯ୍ୟଧୋନ କହୁଛନ୍ତି ମୁଁ ବଞ୍ଚିବାକୁ ଚାହୁଁଛି ମୁଁ କେମିତି କେଉଁଠି କୁ ଗଲେ ମୁଁ ବଞ୍ଚି ରହିପାରିବି ମୋତେ କୁହନ୍ତୁ । ଏହି ଶୁଣି ପିତାମହ କ୍ଷୀଣ କଣ୍ଠରେ ହସି ଦେଇ କହିଲେ ମୋର କଥା ମାନିଲୁ ନାହିଁ ଦୂର୍ଯ୍ୟଧୋନ କି ଦଶା ଆସି ପଡିଲା ।

ତଥାପି ତୁ ଯେତେବେଳେ ପଚାରୁଛୁ ମୁଁ କହିବି ତୁ କେଉଁଠି ଯାଇ ବଞ୍ଚିବୁ । ଗୋଟେ ଜାଗା ଅଛି ସେଠି ତୋତେ କେହି ମାରି ପାରିବେ ନାହିଁ । ସେଟା ହେଉଛି ବ୍ୟାସ ସରୋବର । ବ୍ୟାସ ସରୋବର ର ଗୋଟେ କିମ୍ବଦନ୍ତୀ ଅଛି ଯିଏ ଶତୃ ଭାବପଣ ନେଇଯିବ ତାହାର ଛାତି ଫାଟିବ । ଏହା ଶୁଣି ଦୁର୍ଯ୍ୟଧନ ଦୌଡିଲା ।

ଏତେ ବଡ ଅଭିମାନୀ ମାନ ଚକ୍ରବର୍ତ୍ତୀ ଦୀର୍ଯ୍ୟଧୋନ ଯାହାର କାନ୍ଧରେ ମା’ ଲକ୍ଷ୍ମୀ ଥାଆନ୍ତି ସେ ପୁଣି ଶେଷରେ ବ୍ୟାସ ସରୋବର ରେ ଆଶ୍ରା ନେଲା । ଏବଂ କଳିଯୁଗରେ ଲକ୍ଷ୍ମୀ ଛଡ଼ା କିଏ ହୋଇଥିଲେ ଆପଣମାନେ ତ ଜାଣିଥିବେ । ଭିକ ମାଗି ବୁଲୁଥିଲେ ଜଗନ୍ନାଥ ଓ ବଳଭଦ୍ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *