ଚିଡିଚିଡା ହେଇଯିବା ଦ୍ଵାରା ପିଲାଙ୍କର ବଢିବାକୁ ଲାଗିଥାଏ କାମୁଡିବା ଅଭ୍ୟାସ, ଏମିତି ଅଭ୍ୟାସ ଛଡାଇ ପାରିବେ

କୋରୋନା ଭାଇରସ ଲକଡାଉନରେ ଘରେ ରହିବାର କିଛି ଏମିତି ସାଇଡ ଇଫେକ୍ଟ ଅଛି ,ଯାହାର ସାମ୍ନା ଆମ ସମସ୍ତଙ୍କୁ କରିବାକୁ ପଡୁଛି । ଯେମିତି କି ବୋରିଙ୍ଗ, ରାଗ, ଅନିଦ୍ରା, ଚିଡଚିଡା, ଉଦାସି ଆଦି ଏମିତି ସାଇଡ ଇଫେକ୍ଟ ଅଛି, ଯାହା ବାହାରକୁ ନଯିବା କାରଣରୁ ଦେଖା ଯାଉଛି । ଖାସକରି ଏସି ସମୟରେ ପିଲାଙ୍କ ଭିତରେ ଚିଡଚିଡାପଣ ବଢିପାରେ । ପିଲାଙ୍କ ଭିତରେ ଚିଡଚିଡା ହେବାର କେତେକ ଲକ୍ଷଣ ଦେଖା ଯାଉଛି । ଏହାର ଏକ ଲକ୍ଷଣ ଏହା କି ପିଲାଙ୍କର କାମୁଡିବା ଅଭ୍ୟାସ ବଢି ଯାଇଥାଏ ।

ଯଦି ଆପଣଙ୍କ ପିଲା ଭିତରେ ଏମିତି ଲକ୍ଷଣ ଦେଖା ଯାଉଛି ତାହେଲେ ଆପଣ ବୁଝିଯାନ୍ତୁ କି ଆପଣଙ୍କ ପିଲା ଚିଡଚିଡାର ଶିକାର ହେଉଛି । ଆସନ୍ତୁ ଜାଣିବା ଏମିତିରେ କେଉଁ କଥା ଉପରେ ଧ୍ୟାନ ଦେବା ଦରକାର ।

ଚିଡଚିଡାପଣ କଣ ହୋଇଥାଏ

ଚିଡଚିଡାପଣ ଏକ ଉତ୍ତେଜନାର ଭାବନା ହୋଇଥାଏ । ଯେତେବେଳେ ଆପଣ ଚିଡଚିଡା ହୋଇଥାନ୍ତି ,ସେତେବେଳେ ଆପଣ ସହଜରେ ନିରାଶ ହୋଇଯାନ୍ତି ବା ସହଜରେ ଚିନ୍ତିତ ହୋଇଯାନ୍ତି । ଉତେଜନାପୂର୍ଣ୍ଣ ପରିସ୍ଥିତିରେ ଆପଣ ଚିଡଚିଡାର ଅନୁଭବ କରି ପାରନ୍ତି । ଏହା ଏକ ମାନସିକ ବା ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ବି ହୋଇପାରେ । ଶିଶୁ ଓ ଛୋଟ ପିଲା ସବୁବେଳେ ଚିଡଚିଡା ହୋଇଥାନ୍ତି, ଖାସକରି ଯେତେବେଳେ ସେମାନେ ଥକି ଯାଇଥାନ୍ତି ବା ବେମାର ଥାଆନ୍ତି । କାମୁଡିବା ଦ୍ଵାରା ପିଲାଙ୍କ ଚିଡଚିଡାପଣ ଜଣା ଯାଇଥାଏ ।

ପିଲାଙ୍କୁ ବାଧ୍ୟ କରନ୍ତୁ ନାହିଁ

ପିଲାଙ୍କ ସାମ୍ନାରେ ଏମିତି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ କି ସେମାନେ କାହାକୁ କାମୁଡନ୍ତୁ । ଯଦି ସେମାନେ କିଛି ଦିନ ପର୍ଯ୍ୟନ୍ତ କାହାକୁ କାମୁଡିବେ ନାହିଁ ତାହେଲେ ସେମାନଙ୍କର ଏହି ଅଭ୍ୟାସ ଆପେ ଆପେ ହିଁ ବନ୍ଦ ହୋଇଯିବ । ଏମିତି କିଛି କରନ୍ତୁ ନାହିଁ କି କୁହନ୍ତୁ ନାହିଁ ଯାହାଦ୍ୱାରା ସେମାନଙ୍କୁ ରାଗ ଆସିବ ।

ପିଲାଙ୍କୁ କାନ୍ଦିବାକୁ ଦିଅନ୍ତୁ ନାହିଁ

ପିଲାମାନେ ଯେତବେଳେ ଦୁଃଖୀ ହୋଇ କାନ୍ଦିଥାନ୍ତି ତାହେଲେ ସବୁବେଳେ ରାଗରେ କାମୁଡି ଥାନ୍ତି । ସେହି ସମୟରେ ଆପଣ ତାଙ୍କ ଧ୍ୟାନ ଅନ୍ୟ କେଉଁ ଆଡକୁ ଦେଇ ପାରନ୍ତି । ଯେମିତି କି ସେମାନେ ସେହି କଥାକୁ ଭୁଲିଯିବେ ।

ସେମାନଙ୍କୁ କୌଣସି ଖେଳଣା ଦିଅନ୍ତୁ

ଚିଡଚିଡାପଣର ଏକ କାରଣ ଏହା ବି ହୋଇଥାଏ କି ପିଲାଙ୍କ ଦାନ୍ତ ଉଠିବା ଆରମ୍ଭ ହୋଇଥାଏ ,ସେତେବେଳେ ତାଙ୍କୁ କଷ୍ଟ ହୋଇଥାଏ । ଦାନ୍ତ ଉଠିବା ସମୟରେ ପିଲାମାନେ ସବୁବେଳେ କାମୁଡିବା ଆରମ୍ଭ କରିଦେଇ ଥାନ୍ତି । ସେହି ସମୟରେ ଆପଣ ତାଙ୍କୁ ଗୋଟିଏ ରବର ବାଲା ବା ପାଣି ଭରା ଟିଥର ଦେଇ ପାରନ୍ତି ।

ପିଲାଙ୍କୁ ସ୍ନେହ ଓ ଧ୍ୟାନ ଦିଅନ୍ତୁ

ଲକଡାଉନ ପାଇଁ ଘରର ସଦସ୍ୟ ଘରେ ହିଁ ଅଛନ୍ତି,ଏହି ସମୟରେ ପିଲାଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ । ଘର କାମ ସହିତ କିଛି ସମୟ ବାହାର କରି ପିଲାଙ୍କୁ ବି ସମ୍ଭାଳନ୍ତୁ । ଆପଣଙ୍କ ପିଲାକୁ ଅଧିକ ସମୟ ଦିଅନ୍ତୁ । ଯେତେବେଳେ ଆପଣଙ୍କ ପିଲା ବଡ ହେଉଛି ସେତେବେଳେ ତାକୁ ଅଧିକ ଧ୍ୟାନ ଦେବା ବିଶେଷ ରୂପେ ଦରକାର ହୋଇଥାଏ ।

Leave a Reply

Your email address will not be published. Required fields are marked *