କେମିତି ହେଇଥିଲା ଲଙ୍କାପତି ରାବଣର ଜନ୍ମ, ବଡ ରୋଚକ ଅଟେ ଏହାର ରହସ୍ୟ, ଆସନ୍ତୁ ଜାଣିବା

ଆମ ହିନ୍ଦୁ ଧର୍ମରେ ରାମାୟଣକୁ ମୁଖ୍ୟ ଧର୍ମ ଗ୍ରନ୍ଥ ବୋଲି କୁହାଯାଇଥାଏ । ରାମାୟଣରେ ବହୁତ ଚରିତ୍ର ଥାଆନ୍ତି କିନ୍ତୁ ଲୋକମାନେ ମୁଖ୍ୟତଃ ରାମଙ୍କୁ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଯଦି ରାବଣ ନଥାନ୍ତା ତାହେଲେ ରାମାୟଣ ରଚନା ହେଇ ପାରି ନଥାନ୍ତା । ଲୋକମାନେ ରାବଣ କୁ ଅନୀତି, ଅନାଚାର, ରାଗ ଏବଂ ଅଧର୍ମ ର ପ୍ରତୀକ ବୋଲି କହିଥାନ୍ତି । କିନ୍ତୁ ସେତେବେଳେ ଲୋକମାନେ ଏହା ଭୁଲି ଯାଇଥାନ୍ତି କି ରାବଣ ଜଣେ ବହୁତ ଜ୍ଞାନୀ ଏବଂ ବିଦ୍ଵାନ ବୋଲି । ରାବଣ ଭୁଲ ସମୟରେ ଜନ୍ମ ହୋଇଥିବାରୁ ସେ ବହୁତ ଜ୍ଞାନୀ ହୋଇଥିଲେ ମଧ୍ୟ ରାକ୍ଷାସ ପ୍ରକୃତିର ହୋଇ ଯାଇଥିଲା । ଆଜି ଆମେ ଜାଣିବା ରାବଣର ଜନ୍ମ ରହସ୍ୟ ବିଷୟରେ ।

ରାବଣର ପରିଚୟ

ରାବଣ ଲଙ୍କାର ରାଜା ଥିଲେ । ବାଲ୍ମିକି ରାମାୟଣ ଅନୁସାରେ ରାବଣ ଋଷି ବିଶ୍ଵଶ୍ରବା ପୁଅ ଏବଂ ପୁଲସ୍ତ ମୁନିଙ୍କ ନାତି ଥିଲେ । କୁହାଯାଏ କି ମାଳୟବାନ, ମାଳି ଏବଂ ସୁମାଳୀ ନାମର ତିନି ଜଣ ଦୈତ୍ୟ ଥିଲେ । ଏମାନେ କଠିନ ତପସ୍ୟା ବଳରେ ବ୍ରହ୍ମାଙ୍କ ଠାରୁ ବଳଶାଳୀ ହେବାର ବରଦାନ ପାଇ ତିନି ଲୋକରେ ଦେବୀ ଦେବତା, ମୁନି ଋଷି ଉପରେ ଅତ୍ୟାଚାର କରିବାକୁ ଲାଗିଲେ । ଏଥିରୁ ରକ୍ଷା ପାଇବା ପାଇଁ ସବୁ ଦେବତା ମାନେ ଭଗବାନ ଶଙ୍କର ଙ୍କ ପାଖକୁ ଗଲେ କିନ୍ତୁ ଶଙ୍କର କହିଲେ କି ସେ ତିନି ଜଣଙ୍କର ମୃତ୍ୟୁ ମୋ ହାତରେ ହେବ ନାହିଁ ଆପଣ ମାନେ ବିଷ୍ଣୁ ଙ୍କ ପାଖକୁ ଯାଆନ୍ତୁ । ଏହା ଶୁଣିବା ପରେ ସବୁ ଦେବତା ମାନେ ବିଷ୍ଣୁ ଙ୍କ ପାଖକୁ ଗଲେ ।

ଦୈତ୍ୟ ଏବଂ ବିଷ୍ଣୁଙ୍କର ଯୁଦ୍ଧ

ଦେବତାମାନେ ବିଷ୍ଣୁଙ୍କ ପାଖରେ ପହଞ୍ଚି ତାଙ୍କୁ ସବୁ କଥା କହିବା ପରେ ବିଷ୍ଣୁ ସେମାନଙ୍କୁ ନିଶ୍ଚିନ୍ତରେ କହିଲେ କି ଆପଣ ସମସ୍ତେ ଯାଇ ଭୟମୁକ୍ତ ହୋଇ ଜୀବନ ଅତିବାହିତ କରନ୍ତୁ । ଦେବତା ମାନେ ଯିବା ପରେ ବିଷ୍ଣୁ ପୃଥିବୀ ଲୋକକୁ ଯାଇ ସେହି ତିନି ଦୈତ୍ୟଙ୍କ ସହିତ ଯୁଦ୍ଧ ଆରମ୍ଭ କଲେ । ଏହି ଭୟଙ୍କର ଯୁଦ୍ଧରେ ତିନି ଭାଇଙ୍କ ଭିତରୁ ମାଳୀ ମରିଗଲା ଏବଂ ଏହା ଦେଖି ଆଉ ଦୁଇ ଜଣ ଭାଇ ଡରି ପାତାଳ ଲୋକକୁ ଚାଲିଗଲେ ।

ରାବଣ ମାଆଙ୍କର ବିବାହ

କିଛି ସମୟ ପରେ ସୁମାଳୀ ପାତାଳ ଲୋକରୁ ବାହାରି ପୃଥିବୀକୁ ବୁଲିବା ପାଇଁ ଆସିଲା କିନ୍ତୁ ତାର ଡର ଥିଲା କି ତାକୁ ଯେମିତି କେହି ଦେବତା ନଦେଖି ଦିଅନ୍ତି । ଏହା ଭାବି ସେ କିଛି ସମୟ ପରେ ପାତାଳ ଲୋକକୁ ଚାଲିଗଲା ଏବଂ ସେଠାରେ ଭାବିଲା କି ଏମିତି କଣ ଉପାୟ କଲେ ଦେବତା ମାନଙ୍କୁ ମୁଁ ହରାଇ ପାରିବି । ସେହି ସମୟରେ ତାକୁ ଲଙ୍କା ନରେଶ କୁବେର ଙ୍କ କଥା ମନେ ପଡିଲା । ସେ ଭାବିଲେ କି ତାଙ୍କ ଝିଅର ବିବାହ କୁବେରଙ୍କ ପିତା ଋଷି ବିଶ୍ଵଶ୍ରବାଙ୍କ ସହିତ କରିଦେଲେ ଯାହାଙ୍କ ଠାରୁ ଦେବତାଙ୍କ ଭଳି ତେଜସ୍ଵୀ ପୁତ୍ର ସହଜରେ ପ୍ରାପ୍ତ ହେବ ।

ରାବଣ ଜନ୍ମ

ଏହି କଥା ସେ ତା ଝିଅ ନକସି କୁ  ଯାଇ କହିଲା । ସେ ଜଣେ ଦୈତ୍ୟ ଝିଅ ହୋଇ ମଧ୍ୟ ଏକ ଧର୍ମପରାୟଣ ସ୍ତ୍ରୀ ଥିଲେ କିନ୍ତୁ ନିଜର ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ଏହି ବିବାହ ପାଇଁ ରାଜି ହୋଇ ଯାଇଥିଲେ । ଏହାପରେ ସେ ଋଷି ବିଶ୍ଵଶ୍ରବାଙ୍କୁ ଭେଟିବା ପାଇଁ ବାହାରି ପଡିଲେ ଏବଂ ସେ ଋଷିଙ୍କ ପାଖରେ ପହଞ୍ଚିବା ସମୟରେ ଜୋର ମେଘ ହେଉଥିଲା । ସେ ପହଞ୍ଚିବା ପରେ ପ୍ରଥମେ ବିଶ୍ଵଶ୍ରବା ଙ୍କୁ ପ୍ରଣାମ କଲେ ଏବଂ କହିଲେ କି ମୁଁ ଆପଣଙ୍କୁ ବିବାହ କରି ଗୋଟିଏ ପୁତ୍ର ପ୍ରାପ୍ତି କରିବା ପାଇଁ ଚାହୁଁଛି । ଏହା ଶୁଣିବା ପରେ ବିଶ୍ଵଶ୍ରବା ତାଙ୍କୁ କହିଲେ ମୁଁ ତୁମର ଇଚ୍ଛାକୁ ପୂରଣ କରିବି କିନ୍ତୁ ତୁମେ ଅଶୁଭ ସମୟରେ ଆସିଛ ଯାହା ଫଳରେ ତୁମର ପୁତ୍ର ରାକ୍ଷାସ ପ୍ରକୃତିର ହେବ ।

ଏହା ଶୁଣି ନକସି ଋଷି ବିଶ୍ଵଶ୍ରବା ପାଦ ତଳେ ପଡି କହିଲେ ମତେ ଆପଣଙ୍କ ଭଳି ତେଜସ୍ଵୀ ଏବଂ ଜ୍ଞାନୀ ପୁଅ ଦରକାର । ଏହା ଶୁଣିବା ପରେ ବିଶ୍ଵଶ୍ରବା କହିଲେ ଠିକ ଅଛି ମୁଁ ତୁମକୁ ଆଉ ଏକ ପୁତ୍ର ଦେବି ଯିଏ ମୋ ଭଳି ଧର୍ମାତ୍ମା ହେବ । ଏହାପରେ କିଛି ଦିନ ପରେ ନକସି ତିନି ଜଣ ପୁଅ ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ଙ୍କୁ ଜନ୍ମ ଦେଲେ ।

Leave a Reply

Your email address will not be published. Required fields are marked *