ଏହାର କେବଳ ୧ ଚାମଚ ତୁଳସୀ ଗଛ ମୂଳେ ଦିଅନ୍ତୁ, ମାତ୍ର ୨ ଦିନରେ ତୁଳସୀ ଗଛକୁ କରିଦେବ ସବୁଜ ସୁନ୍ଦର

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗଛ ବିଷୟରେ କିଛି ବିଶେଷ ଟିପ୍ପଣୀ ଦେବାକୁ ଯାଉଛୁ । ବହୁତ ଲୋକ କହୁଛନ୍ତି ତାଙ୍କ ର ତୁଳସୀ ଗଛ ଭଲରେ ବଢୁନାହିଁ ଏବଂ ତାଙ୍କର ପତ୍ର ବହୁତ ଜଲଦି ହଳଦିଆ ପଡିଯାଉଛି । ତେବେ ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ର ବୃଦ୍ଧି ବିଷୟରେ କିଛି ଉପାୟ ଦେବୁ । ତୁଳସୀ ଗଛରେ ବହୁତ ଗୁଡିଏ ଛୋଟ ଛୋଟ ବୀଜ ହୋଇଥାଏ । ତେବେ ଆପଣ ପ୍ରଥମେ ସେହି ବୀଜ ଗୁଡିକୁ କାଢିଦିଅନ୍ତୁ ।

କାରଣ ଯେତେବେଳେ ସେହି ବୀଜ ଗୁଡିକ ହେବା ଆରମ୍ଭ ହୋଇଯାଇଥାଏ ସେତେବେଳେ ସେ ତୁଳସୀ ଗଛ କୁ ଧୀରେ ଧୀରେ ଖରାପ କରିଦେଇଥାଏ । ତେଣୁ ଯେତେବେଳେ ସେହି ବୀଜ ହେବା ଆରମ୍ଭ କରିବ ସେତେବେଳେ ଆପଣ ତାକୁ କାଟି ପକେଇ ଦିଅନ୍ତୁ । ନ ହେଲେ ତାହା ନିଜ ସହ ତୁଳସୀ ପତ୍ର କୁ ମଧ୍ୟ ଧୀରେ ଧୀରେ ହଳଦିଆ କରି ନଷ୍ଟ କରିଦେଇଥାଏ ।

ତେବେ ପ୍ରଥମେ ଆପଣ ଏହାକୁ କରିସାରିବା ପରେ ଆପଣଙ୍କ ତୁଳସିଗଛ ର ମାଟି କୁ ଦେଖନ୍ତୁ । ଆମ କୁଣ୍ଡ ରେ ତୁଳସୀ ଗଛ ର ମାଟି ବହୁତ ହିଁ ଶୁଖିଲା ରହିଥାଏ। ଆପଣ ତୁଳସୀ ଗଛରେ ସବୁବେଳେ ପାଣି ଦେଉଛନ୍ତି କିନ୍ତୁ ଆପଣ ଏତେ ବି ଅଧିକ ପାଣି ଦିଅନ୍ତୁ ନାହିଁ । କାରଣ ସବୁବେଳେ ତୁଳସୀ ଗଛ ରେ ପାଣି ଦବା ଦ୍ବାରା ତାର ଚେର ବା ମୂଳ ବହୁତ କମଜୋର ହୋଇଯାଇଥାଏ । ତେଣୁ ଆପଣ ସେତେବେଳେ ପାଣି ଦିଅନ୍ତୁ ଯେତେବେଳେ ତୁଳସୀ ଗଛ ର ମାଟି ପୁରା ଶୁଖିଯିବ । ତେଣୁ ଆପଣ ବେସି ପାଣି ଦେବା ମଧ୍ୟ ବନ୍ଦ କରନ୍ତୁ ଏବଂ ସେହି ମାଟି କୁ ଆପଣ ମଝିରେ ମଝିରେ ଟିକେ ଖୋଳି ଦିଅନ୍ତୁ ।

ଏହାଦ୍ବାରା ସେ ଭଲରେ ଆଲୋକ ଏବଂ ଵାୟୁ ପାଇ ପାରିବ । ସେହିଥିରେ ପଡିଥିବା ସବୁ ଶୁଖିଲା ପତ୍ର ମଧ୍ୟ ଆପଣ ବାହାର କରିଦିଅନ୍ତୁ । ନହେଲେ ଏହା ଗଛ କୁ କଳା କରି ଦେଇଥାଏ । ଆପଣ ଯେତେ ଚାହିଁବେ ଏଥିରେ ସାର ମଧ୍ୟ ଦେଇପାରିବେ । ଆପଣ ଗୋବର ଖତ ଏହିଥିରେ ଦେଇପାରିବେ । ଏହାଦ୍ବାରା ଗଛର ବହୁତ ଉନ୍ନତି ଏବଂ ମାଟି ଉର୍ବର ହୋଇଥାଏ । ତେଣୁ ଆପଣ କେତେକ ସାର ମଧ୍ୟ ଦେଇପାରିବେ । ଆପଣ ଏହାକୁ ପନ୍ଦର ଦିନ ରେ ଥରେ କରିପାରିବେ । ଏହା ଦ୍ଵାରା ମାଟି ଉର୍ବର ହୋଇଥାଏ ଓ ଗଛ ଶୀଘ୍ର ବଢ଼ିଥାଏ ।

ଯଦି ଆପଣଙ୍କ ତୁଳସୀ ଗଛ ର ପୁରୁଣା ପତ୍ର ହଳଦିଆ ପଡିଯାଉଛି ତେବେ କିଛି ଚିନ୍ତା କରିବା ଦରକାର ନାହିଁ । ହେଲେ ଆପଣଙ୍କ ଗଛର ନୂଆ ପତ୍ର ଯଦି ହଳଦିଆ ପଡୁଛି ତେବେ ଆପଣ ତା ଉପରେ ଲୁଣ ଛିଚନ୍ତୁ। ହେଲେ ମନ ରଖନ୍ତୁ ଖାଇବା ପାଇଁ ଗୋଟେ ଲୁଣ ଅଲଗା ଥାଏ ଏବଂ ଗଛ ରେ ବ୍ୟବହାର କରିବା ପାଇଁ ଅଲଗା ଲୁଣ ଯାହା ଆପଣଙ୍କୁ ଦୋକାନ ମାନଙ୍କରେ ଆରାମ ରେ ମିଳିଯାଇପାରେ । ତେବେ ଆପଣ ଏହାକୁ ବହୁତ କମ ଛିଞ୍ଚିବେ ଗଛ ମୂଳରେ ।

ବହୁତ ପକେଇଲେ ଗଛ ର ପତ୍ର ସବୁ ଝଡ଼ିଯିବ । ତାପରେ ଗୋଟେ ଲିଟର ପାଣି ରେ ଏହି ଲୁଣ କୁ ମିଶାଇବାର ପାଞ୍ଚ ମିନିଟ ପରେ ଗଛର ପତ୍ର ଉପରେ ଛିଞ୍ଚନ୍ତୁ । ଏହାଦ୍ୱାରା ଗଛର ପତ୍ର ହଳଦିଆ ପଡି ନ ଥାଏ । ଯଦି ଆପଣ ଏହି ପତ୍ର କୁ ଖାଇବା ପାଇଁ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଲୁଣ ପାଣି କୁ ଗଛରେ ସ୍ପ୍ରେ କରନ୍ତୁ ନାହିଁ । ନ ହେଲେ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆପଣ ଏହିପରି ଭାବରେ ଆପଣଙ୍କ ଗଛ ର ଯତ୍ନ ନେଇପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *