କେବଳ ଥରେ ଏହାର ପ୍ରୟୋଗରେ ମୁଣ୍ଡରୁ ସବୁ ଉକୁଣୀ ସବୁ ଗାୟବ ! How to Remove Lice from Hair

ବନ୍ଧୁଗଣ ଛୋଟ ପିଲାମାନେ ସ୍କୁଲ ଯାଉଥିଲେ । ବା ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ ମୁଣ୍ଡରେ ଉଙ୍କୁଣୀ ହୋଇଯାଇଥାନ୍ତି । ମୁଣ୍ଡରେ ଥରେ ଉଙ୍କୁଣୀ ରହିଗଲେ ସେମାନେ ମୁଣ୍ଡରୁ ବାହାରି ଯିବାର ନାଁ ବି ଧରନ୍ତି ନାହିଁ । ସେଥିପାଇଁ ଅନେକ ଲୋକ ମାର୍କେଟରୁ ଦାମୀ ଦାମୀ ତେଲ କି ସାମ୍ପୁ ସହାୟତାରେ ତାହାକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତି । ହେଲେ ବନ୍ଧୁଗଣ ଆପଣଙ୍କୁ ଆମେ ଆଜି ଉଙ୍କୁଣୀ ମାନଙ୍କର ନାଶ କରିବା ପାଇଁ ଭଲ ଉପାୟ ବିଷୟରେ କହିବୁ ।

ଯାହାକି ମୁଣ୍ଡରୁ ନିଖ, ଗଜି, ଡ଼ାଗରା ସବୁ ଉଙ୍କୁଣୀକୁ ମୁଣ୍ଡରୁ ସଫା କରିଦେବ । ତେବେ ଏହି ଉପାୟକୁ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଦୁଦୁରା ପତ୍ରର ଆବଶ୍ୟକତା ପଡିବ । ତେବେ ଏହି ପତ୍ରର ବ୍ୟବହାର କରି ପ୍ରାକୃତିକ ଉପାୟରେ ମୁଣ୍ଡରୁ ଉଙ୍କୁଣୀକୁ ସଫା କରିପାରିବେ । ପ୍ରଥମେ 5 ରୁ 10 ଟି ପାଖାପାଖି ଦୁଦୁରା ପତ୍ରକୁ ତୋଳି ତାହାକୁ ପାଣିରେ ଧୋଇ ସଫା କରିଦିଅନ୍ତୁ । ତାପରେ ସେହି ପତ୍ରକୁ ଛେଚି ବା ଗ୍ରାଇଣ୍ଡିଙ୍ଗ କରି ତାହାର ରସ ପ୍ରସ୍ତୁତ କରି ନିଅନ୍ତୁ ।

ତାପରେ ତାହାକୁ ଛାଣି ସେଥିରୁ ରସ ବାହାର କରନ୍ତୁ । ଯାହା ମୁଣ୍ଡରେ ଉଙ୍କୁଣୀ ହୋଇଥିବ । ସେ ଗାଧୋଇବାର 2 ରୁ 3 ଘଣ୍ଟା ଘଣ୍ଟା ପୂର୍ବରୁ ଏହି ଦୁଦୁରା ପତ୍ରର ରସ ବାଟି ତାହାର ରସକୁ ନିଜ ମୁଣ୍ଡରେ ଭଲ ଭାବେ ଲଗାଇଦେବେ । ତାପରେ ଗାଧୋଇବା ସମୟରେ ଚୁଟିକୁ କୌଣସି ଭଲ ସାମ୍ପୁ ସାହାଜ୍ଯରେ ଭଲ ଭାବେ ସଫା କରିଦେବେ ।

ଏହି ଉପାୟକୁ ଥରେ ମାତ୍ର ନିଜ ମୁଣ୍ଡରେ ପ୍ରୟୋଗ କରି ଦେଖନ୍ତୁ । ଏହା ସଂପୂର୍ଣ୍ଣ ଭାବେ ପ୍ରକୃତିକ ଉପାୟ ଅଟେ । ଏଥିରୁ ଆପଣଙ୍କ ଚୁଟିକୁ କୌଣସି ପ୍ରକାର କ୍ଷତି ପହଞ୍ଚିବ ନାହିଁ । ଆପଣ ନିଜର କେଶ ଭଲ ଭାବେ ସଫା କରିସାରିବା ପରେ ଚୁଟି ଶୁଖିଲା ପରେ ଭଲ ଭାବେ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ ।

ମୁଣ୍ଡରେ ଥିବା ସବୁ ଗଜି, ନିଖ, ଡାଗରା ଚୁଟିରୁ ସଫା ହୋଇଯିବ । ତେବେ ଯେଉଁ ମାନଙ୍କ ମୁଣ୍ଡରେ ଉଙ୍କୁଣୀ ଭଳି ସମସ୍ଯା ରହୁଥାଏ । ସେମାନେ ନିହାତି ଥରେ ଦୁଦୁରା ପତ୍ରର ଏହି ଉପାୟ ପ୍ରୟୋଗ କରି ଦେଖନ୍ତୁ । ମୁଣ୍ଡରୁ ସବୁ ଉଙ୍କୁଣୀ ସଫା ହୋଇଯିବେ ।

ତେବେ ଏହି ପୋଷ୍ଟଟି କିପରି ଲାଗିଲା କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *