ଏହି ସବୁ ଜିନିଷକୁ ଜମାରୁ ବି ଅନ୍ୟକୁ ଗିଫ୍ଟ ସ୍ୱରୂପ ଦିଅନ୍ତୁ ନାହିଁ, ନଚେତ ହୋଇଥାଏ ବହୁତ ବଡ କ୍ଷତି !

ବନ୍ଧୁଗଣ ଅନେକ ସମୟରେ ଆମେମାନେ ଆମର ଆତ୍ମୀୟ ସ୍ଵଜନ, ସାଙ୍ଗସାଥି ସବୁ ଲୋକଙ୍କୁ ଉପହାର ସ୍ୱରୂପ ଦେଇଥାଉ । ଜୀବନରେ ଅନେକ ଥର ଏଭଳି ଗିଫ୍ଟ ଦିଆନିଆ କାମ ତ ଚାଲିଥାଏ । ହେଲେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ରହିଅଛି । ଯାହାକୁ ଗିଫ୍ଟ ରୂପେ ଅନ୍ୟକୁ ଦେବା ଉଚିତ ହୋଇନଥାଏ । ନଚେତ ଏପରି କରିବା ଦ୍ଵାରା ବ୍ୟକ୍ତିର ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଇଥାଏ । ଆମ ମାନଙ୍କୁ ଯାହା ଭଲ ଲାଗିଥାଏ । ତାହାକୁ ଆମେ ଅନ୍ୟକୁ ଗିଫ୍ଟ ଆକାରରେ ଦେଇ ଦେଇଥାଉ । ହେଲେ ଏହି କିଛି ଜିନିଷ ଏପରି ମଧ୍ୟ ଅଛି, ଯାହାକୁ ଗିଫ୍ଟ ଆକାରରେ କାହାକୁ ବି ଦିଅନ୍ତୁ ନାହିଁ ।

 

1- ରୁମାଲକୁ କେବେବି କାହାକୁ ଗିଫ୍ଟ ସ୍ୱରୂପ ଦିଅନ୍ତୁ ନାହିଁ । ନଚେତ ଯାହାକୁ ଆପଣ ରୁମାଲ ଗିଫ୍ଟ ଦେଇଥିବେ । ତାଙ୍କର ଓ ଆପଣଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ଆସିଥାଏ । ଆପଣଙ୍କ ସମ୍ପର୍କ ଖରାପ ମଧ୍ୟ ହୋଇପାରେ ।

2- ଆକ୍ଵାରିଆୟମ କାହାକୁ ମଧ୍ୟ ଗିଫ୍ଟ ଭାବେ ଦିଅନ୍ତୁ ନାହିଁ । ଆଜିକାଲି ବହୁତ ଲୋକ ପାଣିର ସବୁ ଡିଜାଇନ ହେଇଥିବା ଗିଫ୍ଟକୁ ଅନ୍ୟକୁ ଦେଉଛନ୍ତି । ହେଲେ ଏପରି ଜିନିଷ କାହାକୁ ବି ଦିଅନ୍ତୁ ନାହିଁ । ନଚେତ ଆପଣଙ୍କର ଧନର ହାନୀ ଘଟିଥାଏ ।

3- ଭଗବାନଙ୍କ ଫୋଟ କି ମୂର୍ତ୍ତି କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ । କୌଣସି ପ୍ରକାର ଠାକୁରଙ୍କୁ ଜଡିତ ମୂର୍ତ୍ତି ବା ସୋ’ ପିସ ବସ୍ତୁକୁ କାହାକୁ ବି ଗିଫ୍ଟ ଆକାରରେ ଦେବା ଉଚିତ ହୋଇନଥାଏ ।

4- ଲୁହାର ଜିନିଷ ବା ଧାରୁଆ ଜିନିଷ ଭୁଲରେ ବି କାହାର ଉପହାର ସ୍ୱରୂପ ଦେବା ଅନୁଚିତ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାଇ ଏପରି ଜିନିଷ କାହାକୁ ଗିଫ୍ଟ ରୂପେ ଦେବାର ଅର୍ଥ ଆପଣ ଦୁଇ ଜଣଙ୍କ ପାଇଁ ଏହା କ୍ଷତିକାରକ ଅଟେ । ଏହା ବହୁତ ଅଶୁଭ ଅଟେ । ତେଣୁ ଏପରି ଜିନିଷ କାହାକୁ କେବେ ଗିଫ୍ଟ ରୂପେ ଦିଅନ୍ତୁ ନାହିଁ ।

5- ନିଜ ବ୍ୟବସାୟ ବା ପାଠକୁ ଜଡିତ କୌଣସି ବସ୍ତୁ ଅନ୍ୟକୁ ଉପହାର ସ୍ୱରୂପ ଦେବା ଉଚିତ ହୋଇନଥାଏ । ନଚେତ ଏଥିରେ ଆପଣଙ୍କର ହିଁ କ୍ଷତି ଘଟିଥାଏ । ତେବେ ବନ୍ଧୁଗଣ ଉପୋରୋକ୍ତ ଏହି ଜିନିଷ ଗୁଡିକୁ ଅନ୍ୟ କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ ।

ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହିଭଳି ଭାବେ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *