କରୋନା କାଶ ଏକା ଥରେ ଭଲ ହେବ କରନ୍ତୁ ଏହି ଘରୋଇ ଉପାୟ- Dr. Pawan Basniwal

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ହେଉଛି ।

ବନ୍ଧୁଗଣ କରୋନା ମହାମାରୀରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଏହି ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଅନେକ ଗାଇଡଲାଇନ ଜାରି କରିଛନ୍ତି । ଏହି ଭାଇରସର କିଛି ବିଶେଷ ଲକ୍ଷଣ ରହିଛି । ସେଗୁଡିକ ହେଉଛି, ଶୁଖିଲା କାସ, ଜ୍ଵର, ଥଣ୍ଡା, ମୁଣ୍ଡବିନ୍ଧା ଶରୀରରେ ଯନ୍ତ୍ରଣା ଓ ନିଶ୍ଵାସ ନେବାରେ ସମସ୍ୟା ଇତ୍ୟାଦି । ବନ୍ଧୁଗଣ କରୋନା ଭାଇରସ ପ୍ରଥମେ ଆମ ଗଳା ବାଟ ଦେଇ ଆମ ଛାତି ମଧ୍ୟକୁ ପ୍ରବେଶ କରିଥାଏ ।

ଅଧିକାଂଶ ଲୋକଙ୍କୁ ବର୍ତ୍ତମାନ କାସ ହେଉଛି ହେଲେ ସେମାନେ ବୁଝି ପାରୁ ନାହାନ୍ତି ଯେ ତାହା ସାଧାରଣ କାସ ନା କରୋନା କାସ । ବନ୍ଧୁଗଣ କାସ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ସାଧାରଣ କାସରେ କଫ ବାହାରିଥାଏ ଓ କରୋନାରେ ଶୁଖିଲା କାସ ହୋଇଥାଏ । ବନ୍ଧୁଗଣ ଏହି କାସ ଜନିତ ସମସ୍ୟାକୁ କିପରି ଦୂର କରାଯିବ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବୁ । ବନ୍ଧୁଗଣ ଏହା ହେଉଛି କିଛି ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ କରିପାରିବେ । ତା ହେଲେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ କାସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାନେ ପ୍ରଥମେ ସଖାଳେ ଉଠି ଅଳ୍ପ ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ ଆପଣ ସେହି ପାଣିରେ ଗାଗଲିଙ୍ଗ କରନ୍ତୁ । ଏହି ଉପାୟ ଆପଣ ଉଭୟ କରୋନା କାସ ଓ ସାଧାରଣ କାସ ପାଇଁ କରିପାରିବେ । ଆପଣ ମାନେ ଚାହିଁଲେ ଦିନକୁ ତିନିଥର ଏହି ଉପାୟ କରିପାରିବେ ହେଲେ ସଖାଳ ସମୟରେ ଆପଣ ଏହାକୁ ନିଶ୍ଚୟ କରନ୍ତୁ ।

ଯଦି ଆପଣଙ୍କୁ କାସ ଜନିତ କୌଣସି ସମସ୍ୟା ହେଉଛି ତା ହେଲେ ଆପଣ ଉଷୁମ ପାଣିର ସେବନ କରନ୍ତୁ । ଏହା ସହିତ ଆପଣ ମାନେ ଅଳ୍ପ ଉଷୁମ ପାଣିରେ ଏକ ଖଣ୍ଡ ଲେମ୍ବୁ ମିଶାଇ ପିଇ ପାରିବେ କିମ୍ବା ଆପଣ ମାନେ ଲେମନ ଟି ମଧ୍ୟ ପିଇ ପାରିବେ । ଲେମ୍ବୁରେ ଭିଟାମିନ C ପ୍ରଚୁର ମାତ୍ରାରେ ରହିଥାଏ ଓ ଏହା ଆମର ଗଳା ଜନିତ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଦିନକୁ ଦୁଇ ଥର ଅଳ୍ପଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ନିଶ୍ଚୟ ସେବନ କରନ୍ତୁ ।

ବନ୍ଧୁଗଣ ତୃତୀୟରେ ହେଉଛି ଆପଣ ମାନେ ଅଳ୍ପ ଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ତାହାର ସେବନ କରିପାରିବେ । ମହୁ ଆମର ଗଳା ଜନିତ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିପାରେ । ତେଣୁ ଆପଣ ମାନେ ଦିନକୁ ଦୁଇ ଥର ଅଳ୍ପ ଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ତାହାର ସେବନ ନିଶ୍ଚୟ କରନ୍ତୁ ।

ତା ହେଲେ ବନ୍ଧୁଗଣ କାସ ଜନିତ ସମସ୍ୟା ପାଇଁ ଆପଣ ମାନେ ଏହି ସବୁ ଉପାୟର ପ୍ରୟୋଗ ଅବଶ୍ୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *