Jyotish Shastra – କାର୍ତ୍ତିକ ମାସରେ ଏହି ୪ଟି ରାଶି ଅଟନ୍ତି ବହୁତ ଭାଗ୍ୟଶାଳୀ, ସୁନା ପରି ଚମକିବ ଭାଗ୍ୟ

ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସକୁ ଲୋକମାନେ ବହୁତ ଖୁସି ଉଲ୍ଲାସରେ ପାଳନ କରନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁଯାଇ ଏହି କାର୍ତ୍ତିକ ମାସର ଚଳନରେ ଏକ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ହେତୁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ଏହି ପରିବର୍ତ୍ତନ ହେତୁ ୪ ଗୋଟି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପାଦ୍ରୁଷ୍ଟି ପଡିବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ୪ ଗୋଟି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

କନ୍ୟା ରାଶି- ବନ୍ଧୁଗଣ କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ଜୀବନର ସବୁ ବାଧା ବିଘ୍ନକୁ ହରାଇ ସୁଖ ଶାନ୍ତିରେ ସମୟ ଅତିବାହିତ କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ବିବାଦର ସମାଧାନ ହୋଇଯିବ । କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭବାନ ହୋଇଯିବେ ।

ଆପଣଙ୍କ ଜୀବନରେ ବନ୍ଧୁବିଛେଦ ଘଟିପାରେ ହେଲେ ଆପଣ ନିଶ୍ଚୟ ଲାଭବାନ ହେବେ । ଆପଣଙ୍କୁ କୌଣସି କ୍ଷେତ୍ରରେ ଆର୍ଥିକ ସହାୟତା ମିଳିପାରେ । ଯାତ୍ରା ଆଦିରେ ଆପଣ ଲାଭବାନ ହୋଇପାରନ୍ତି । ଶତ୍ରୁ ମାନଙ୍କ ଦ୍ଵାରା ଆପଣ ଉପକୃତ ହେବେ । ଆପଣ ବାଧ୍ୟ ହୋଇ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ।


ବୃଷ ରାଶି- ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ଅଟକି ଯାଇଥିବା କାର୍ଯ୍ୟ ବହୁତ ଶୀଘ୍ର ପୂରଣ ହୋଇଯିବ । ଆପଣଙ୍କ ସମସ୍ତ ଅଭାବ ବର୍ତ୍ତମାନ ଦୂର ହେବାକୁ ଯାଉଛି । ଏହି କିଛି ଦିନ ମଧ୍ୟରେ ଆପଣ ପ୍ରଚୁର ମାତ୍ରାରେ ଧନଲାଭ କରିବେ । ଆପଣଙ୍କ ଯାତ୍ରାରେ କୌଣସି ବାଧା ବିଘ୍ନ ଘଟିବ ନାହିଁ । ଗୃହ କାର୍ଯ୍ୟରେ ଆପଣ ମନ ଦେବେ ଓ ଆପଣ ନିଜ ପିତାଙ୍କ ଠାରୁ ଲାଭବାନ ହେବେ । ଶାରୀରିକ କଷ୍ଟ ଅନୁଭବ କରିଲେ ମଧ୍ୟ ଆପଣ କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ।


ତୁଳା ରାଶି- ତୁଳା ରାଶିର ବ୍ୟକ୍ତିବିଶେଷ ମାନେ କୌଣସି ପ୍ରତିଯୋଗୀତାରେ ଭାଗ ନେଇପାରନ୍ତି । ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବେ । ଏହି ମାସରେ ଆପଣ ଯାନବାହାନ କ୍ରୟ କରିପାରନ୍ତି । ବ୍ୟବସାୟରେ ଅଗ୍ରଗତି ଘଟିବ । ସାମୟିକ କାର୍ଯ୍ୟରେ ଆଗେଇବେ ଓ ଆପଣ ମାନଙ୍କୁ ସୁଖ ସମ୍ମାନ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବ । ସବୁବେଳେ ଆପଣଙ୍କର ମନ ପ୍ରସନ୍ନ ରହିବ ଏବଂ ବନ୍ଧୁମିଳନରେ କାର୍ତ୍ତିକ ମାସଟିକୁ ବିତାଇବେ ।


ସିଂହ ରାଶି- ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି କାର୍ଯ୍ୟରୁ ସଫଳତା ପାଇବେ । ଅଭାବ ଆପଣ ମାନଙ୍କ ପାଖରୁ ଦୂରେଇ ଯିବ । ବନ୍ଧୁବର୍ଗରେ ସମ୍ମାନିତ ହେବେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାହାଜ୍ଯ ସହଯୋଗ ମିଳିବ । ଆପଣଙ୍କୁ ଦେବ ଦର୍ଶନରେ ଆନନ୍ଦ ମିଳିବ । ଆପଣଙ୍କ ଜୀବନରେ ଅଶାନ୍ତିର ଅବସର ଘଟିବ । ବିଭିନ୍ନ ଦିଗରୁ ସୁଖ ମିଳିବା ପରେ ଖର୍ଚ ବଢିବାରୁ ବ୍ୟସ୍ତ ହେବେ । କାର୍ଯ୍ୟରେ ପ୍ରମୋଦ ଘଟିବ । ଆୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ପରିବେଶରୁ ଆପଣ ମାନଙ୍କୁ ଖୁବ ଆନନ୍ଦ ମିଳିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *